ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ ଜିଲ୍ଲା ସାଂସ୍କୃତିକ ଲୋକ ମହୋତ୍ସବ “ଚଇତି- ୨୦୨୨” ମିନଝୋଲା ଶୈବ ପୀଠରୁ ଶୁଭାରମ୍ଭ

ଉନ୍ମୋଚନ ହେଲା ଚଇତି ପୋଷ୍ଟର ଓ ଆଜିଠୁ ବୁଲି ପ୍ରଚାର ପ୍ରସାର କରିବ ଚଇତି ରଥ 

ରାୟଗଡ/୨/୧/୨୩: – ଆଜି ରାୟଗଡ ଜିଲ୍ଲାର ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ମିନାଝୋଲାର ପ୍ରସିଦ୍ଧ ପଵିତ୍ର ଶୈବପୀଠରୁ ଶୁଭାରମ୍ଭ ହୋଇଛି “ଚଇତି -୨୦୨୨”। ଏହି ପୀଠରେ ପୂଜାର୍ଚ୍ଚନା କରାଯାଇ ବୋହି ଯାଉଥିବା ତ୍ରିବେଣୀ ସଂଘମରୁ ପବିତ୍ର ଜଳ ଅଣାଯାଇଥିଲା । ବିଶାଳ ଶୋଭାଯାତ୍ରାରେ ହଜାର ହଜାର ଜନସାଧାରଣଙ୍କ ମଧ୍ୟରେ ଢେମସା,ଘୁମୁରା ଓ ସଂକୀର୍ତ୍ତନ ସାଂସ୍କୃତିକ ଦଳମାନଙ୍କ ପାରମ୍ପରିକ ନାଚଗୀତ,ବାଦ୍ୟର ତାଳେ ତାଳେ ଚଇତି କଳସ ମଂଚକୁ ଅଣାଯାଇଥିଲା l ଅତିରିକ୍ତ ଜିଲ୍ଲାପାଳ ତଥା ଚଇତି ଉତ୍ସବର ଆବାହକ ଧର୍ମାନନ୍ଦ ବେହେରା କର୍ତ୍ତା ଭାବେ ପୂଜାର୍ଚ୍ଚନା କରିବା ପରେ ଚଇତି କଳସକୁ ପୂଜା ସ୍ଥଳରେ ସ୍ଥାପନା କରାଯାଇଥିଲା । ପରେ ପୂଜା ସ୍ଥଳରେ ହୋମ ପୂଜାପାଠର ଆଯୋଜନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା,ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି,ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ବିଭାଗ ଓଡିଶା, ଶ୍ରୀଯୁକ୍ତ ସପ୍ତଗିରି ଶଙ୍କର ଉଲକା, ମାନ୍ୟବର ସାଂସଦ କୋରାପୁଟ, ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି, ବିଧାୟକ ରାୟଗଡ, ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ମାନ୍ୟବର ବିଧାୟକ ଗୁଣପୁର, ଶ୍ରୀଯୁକ୍ତ ସୁଧୀର କୁମାର ଦଶ ,ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଶ୍ରୀମତୀ ଅନୁସୁୟl ମାଝୀ, ଅଧ୍ୟକ୍ଷା,ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ସୁଶ୍ରୀ ସରସ୍ୱତୀ ମାଝୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ରାୟଗଡ, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର,ଉପଜିଲ୍ଲାପାଳ ଗୁଣପୁର ଲଳିତ କୁମାର କଂହର, ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରିଙ୍କ ସମେତ ବିଭିନ୍ନ ବ୍ଳକର ଅଧ୍ୟକ୍ଷ, ଅଧ୍ୟକ୍ଷା,ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟାମାନେ,ରାୟଗଡାର ଝଂଜାବତୀ ମହିଳା ସଂଘ ଓ ସଂସ୍କୃତି ମହିଳା ସଂଘର ସଦସ୍ୟାମାନେ ଯୋଗଦାନ କରିଥିଲେ l ଏହି ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଶ୍ରୀ ସାରକା ନିଜର ବକ୍ତବ୍ୟରେ କହିଲେ ଆଜି ଜିଲ୍ଲାର କଳା,ସଂସ୍କୃତି ଓ ପରମ୍ପରାକୁ ବହନ କରୁଥିବା ଲୋକ ମହତ୍ସୋଵ ଚଇତିର ଶୁଭାରମ୍ଭ କରାଯାଇଛି l ଆସନ୍ତା ୧୮/୦୧/୨୩ରୁ ତା ୨୨/୦୧/୨୩ରିଖ ୫ଦିନ ଯାଏଁ ସ୍ଥାନୀୟ ଜିସିଡି ପଡ଼ିଆରେ ଚଇତି ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ l ଏହି ମୀନାଝୋଲା ପବିତ୍ର ଶୈବ ପୀଠର ବିକାଶ ନିମନ୍ତେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ l ସେହିପରି ମାନ୍ୟବର ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା ଏହି ଅଂଚଳରେ ତଥା ଶୈବପୀଠର ବିକାଶ ନିମନ୍ତେ ମାନ୍ୟବର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ ଓ ଜନପ୍ରତିନିଧି ମାନେ ଉଦ୍ୟମ କଲେ ବିକାଶ ହୋଇ ପାରିବ ବୋଲି କହିଛନ୍ତି l ଵିଶେଷ କରି ଥେରୁବାଲି ଓ ଗୁଣପୁର ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ନିତ ସଂଯୋଗ ହେଲେ ଜିଲ୍ଲା ଆହୁରି ବିକାଶ ପଥରେ ଆଗେଇ ପାରିବ ବୋଲି କହିଛନ୍ତି l ମାନ୍ୟବର ଗୁଣପୁର ବିଧାୟକ ଶ୍ରୀ ଗମାଙ୍ଗ ଓ ରାୟଗଡ ବିଧାୟକ ଶ୍ରୀ ମୁଦୁଲି ମଧ୍ୟ ଜିଲ୍ଲା କଳା ସଂସ୍କୃତିର ବିକାଶ ପାଇଁ ରାଜ୍ୟ ସରକାର ଜିଲ୍ଲାକୁ ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ଏବଂ ଏହାର ଉନ୍ନତି ପାଇଁ କାର୍ଯ୍ୟ କରାଯିବ ବୋଲି କହିଥିଲେ l ଏହା ପରେ ଅତିଥିମାନଙ୍କ ଦ୍ୱାରା ଚଇତି-୨୦୨୨ ପୋଷ୍ଟର ଉନ୍ମୋଚନ କରାଯାଇଥିଲା ଓ ସଭା କାର୍ଯ୍ୟକ୍ରମ ପରେ ଚଇତିର ବହୁଳ ପ୍ରଚାର ପ୍ରସାର ନିମନ୍ତେ ଚଇତି ରଥକୁ ଶୁଭାରମ୍ଭ କରିଥିଲେ l ବିଭିନ୍ନ ବ୍ଳକର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ଚଇତିର ଶୁଭାରମ୍ଭକୁ ନେଇ ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ଖେଳିଯାଇଥିବା ଦେଖିବାକୁ ମିଳିଛି ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ରେଙ୍ଗାଳପାଲି ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସଵ ଅନୁଷ୍ଠିତ

Sunil Chandra Nayak

ରାଜ ରାସ୍ତାକୁ ଗାଈଗୋରୁ ଛାଡ଼ିଦେବା ଘଟଣା…. ଏନ୍ଏସିର କାର୍ଯ୍ୟାନୁଷ୍ଠାନ, ଅସ୍ଥାୟୀ କାଞ୍ଜିଆ ହୁଦାରେ ଗାଈ ଗୋରୁ ଅଟକ

masiha

Leave a Comment

error: Content is protected !!