ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ଓ ତ୍ୟାଗ ମଣିଷକୁ ଶ୍ରେଷ୍ଠ କରେ, କାଳୀକୃଷ୍ଣ ସଂଘର ସଂକଳ୍ପ ଦିବସ ପାଳିତ 

କୋକସରା,୦୨/୦୧- କାଳୀକୃଷ୍ଣ ସଂଘ ପ୍ରତିବର୍ଷ ଜାନୁଆରୀ ୧ତାରିଖକୁ ସଂକଳ୍ପ ଦିବସ ଭାବେ ପାଳନ କରିଥାଏ। ଚଳିତ ବର୍ଷ କୋକସରା ବ୍ଳକ ଗମ୍ଭାରୀଗୁଡା ପଞ୍ଚାୟତ ସଦର ମହକୁମା ଠାରେ ସଂକଳ୍ପ ଦିବସ-୨୦୨୩ ପାଳିତ ହୋଇଯାଇଛି। କାଳୀକୃଷ୍ଣ ସଂଘ ପରିଚାଳକ ଶ୍ରୀ ଜଗଦାନନ୍ଦଜୀ କହିଥିଲେ ସଂକଳ୍ପ ଦିବସରେ ଯେ କୌଣସି ଏକ ବିଷୟକୁ ସଫଳ କରିବା ପାଇଁ ସଂକଳ୍ପ ନିଅନ୍ତୁ। ସେହି କାର୍ଯ୍ୟକୁ ଅତ୍ୟନ୍ତ ନିଷ୍ଠାର ସହ କରନ୍ତୁ। ଆପଣ ସଫଳତା ପାଇବେ।ଆଉ ଜଣେ ଭଲ ମଣିଷ ହେବା ପାଇଁ ସେବା ଓ ତ୍ୟାଗ ଶ୍ରେଷ୍ଠ ହେବା ଦରକାର। ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ କାଳୀକୃଷ୍ଣ ସଂଘର ବାର୍ଷିକ ଉତ୍ସବ ତଥା  ଶ୍ରୀ ଶ୍ରୀ ମହାବିଷ୍ଣୁ ଯଜ୍ଞ ଆଗାମୀ ମାର୍ଚ୍ଚ ମାସର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭବାନୀପାଟଣା ଶାଖାରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ। ସଂଘର ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା, ଶାଖାସଂଘ ଶିଷ୍ୟଶିଷ୍ୟାଙ୍କ ଉପସ୍ଥିତିରେ କାଳୀକୃଷ୍ଣ ସଂଘର ସଭାପତି ଭାବେ ଶ୍ରୀ ସଂଜୟ କୁମାର ପଣ୍ଡାଙ୍କୁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାଳୀକୃଷ୍ଣ ସଂଘର ପରିଚାଳନା କମିଟି ସଦସ୍ୟ, ଆଚାର୍ଯ୍ୟ, ଅତିରିକ୍ତ ସଭ୍ୟ, ଉପକମିଟି, ସକ୍ରିୟ ସଭ୍ୟ,ପ୍ରଜ୍ଞା ବାହାନୀ, କାଳୀକୃଷ୍ଣ ବହିନୀ, ମିଡିଆସେଲ କାର୍ଯ୍ୟକର୍ତ୍ତା, ଶିଷ୍ୟଶିଷ୍ୟା ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ।।ଶ୍ରୀ ପ୍ରିୟାନନ୍ଦ ଓ ଲକ୍ଷ୍ମୀ ଖମାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ତନୁକ ନାଗ ଓ ନବୀନ ରାଉତ ଭଜନ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଗମ୍ଭାରୀଗୁଡା ଶାଖାର ରାଜେଶ ପଟେଲ,ଦିଗଶନ ଲହଜଲ, ନିତ୍ୟାନନ୍ଦ ନାଏକ, ଯୋଗେନ୍ଦ୍ର ପଟେଲ,ପଦ୍ମ ପଟେଲ, ଫକିର ଗୋପାଳ, ଚିନ୍ତାମଣି ପଟେଲ, ଧନୁର୍ଯ୍ୟ ହଂସ, ଧନେଶ୍ୱର ଶବର, ମୋହନ ହଂସ, ସୁବାସ ହଂସ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଜୁନାଗଡ଼ ରେ ଭାଜପା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ସ୍କୁଟି ସହ ସାଇକେଲ ଧକ୍କା;ସ୍କୁଟି ଚାଳକ ଗୁରୁତର

Sunil Chandra Nayak

ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଯୋଗର ବାର୍ତ୍ତା: କୋଇଡାରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ

Sunil Chandra Nayak

Leave a Comment

error: Content is protected !!