ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ପାରମ୍ପରିକ ଲୋକକଳା ମାଧ୍ୟମରେ ସଚେତନ ନିମନ୍ତେ ତାଲିମ୍ ଶିବିର ଉଦଜାପିତ

 ରାୟଗଡା/୦୧/୯ // ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ସହଯୋଗରେ ସୂଚନା,ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମକୁ ଲୋକକଳା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବର ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ଜଳନ୍ଧର କର୍ଶିକା ,ଆଦିବାସୀ କଳା ସଂସ୍କୃତି ବିଶେଷଜ୍ଞ ପ୍ରଶିକ୍ଷକ ଦ୍ଵିତୀ ଚନ୍ଦ୍ର ସାହୁ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ପ୍ରକ୍ଷାପକ ପିତବାସ ବିଶ୍ବାଳ, ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା, ବ୍ଲକ ଉପ ସଭାପତି ସନ୍ତୋଷ କୁମାର ତାଣ୍ଡି ମଞ୍ଚାସିନ ରହିଥିଲେ | ରାଜ୍ୟ ସରକାରଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ମୁଖ୍ୟତଃ ସରକାରଙ୍କ ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ଫସଲ ବୀମା ଯୋଜନା, କୃଷି ଋଣ ସୁଧ, ମଧୁବାବୁ ପେନସନ ଯୋଜନା, ଆମ ଓଡିଶା ନବୀନ ଓଡିଶା, ମିଶନ ଶକ୍ତି ,5ଟି ସ୍କୁଲ ରୂପାନ୍ତୀକରଣ, କ୍ରୀଡା, ହରିଶ୍ଚନ୍ଦ୍ର ଯୋଜନା, ଓଡିଶା ଆଦର୍ଶ ବିଦ୍ୟାଳୟ, ଆମ ହସ୍ପିଟାଲ ଆଦି ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କ ରେ ଦୁଇ ଦିନ ଧରି ବିଷଦ ବିବରଣୀ ପ୍ରଦାନ କରାଯିବା ସହ ଦୁଇ ଦିନ ବ୍ୟାପୀ କାର୍ଯ୍ୟକ୍ରମର ସମୀକ୍ଷା ଏହାର ଲକ୍ଷ୍ୟ, ଉଦ୍ଧେଶ୍ୟ , ଯୋଜନା ସମନ୍ଧୀୟ କାର୍ଯ୍ୟକ୍ରମର ନିର୍ଦ୍ଧାରଣ, ତଦାରଖ, ତଥ୍ୟ ପ୍ରେରଣ, ଦୁଇ ଦିନର କାର୍ଯ୍ୟକ୍ରମର ସାରାଂଶ, ଚୁଡ଼ାନ୍ତିକରଣ ଏବଂ ପ୍ରଶ୍ନୋତ୍ତର ହୋଇଥିଲା। ଏହି ଶିବିରରେ ବିଭିନ୍ନ ବ୍ଲକ ରୁ ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ଓ ସଂସାଧନ ସଭ୍ୟମାନେ ପ୍ରଶିକ୍ଷଣ ନେଲା ପରେ ନିଜ ନିଜ ବ୍ଲକ ସଂଘର ଅନ୍ୟ ସଭ୍ୟମାନଙ୍କୁ ତାଲିମ ଦେବେ | ଚଳିତ ମାସ ସେପ୍ଟେମ୍ବର ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ କଳାକାର ମାନେ ପାରମ୍ପରିକ ଲୋକକଳା ମାଧ୍ୟମରେ ପଞ୍ଚାୟତ ତଥା ଗାଁ ଗାଁ ବୁଲି ଲୋକଙ୍କୁ ଲୋକକଳା ମାଧ୍ୟମରେ ସଚେତନ କରିବେ |ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ପରିଚାଳନା କରିଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ନେତାଜୀ,ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ବର୍ଣ୍ଣାଢ଼୍ୟ ବିଦ୍ୟାଳୟ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମ ଓ ପ୍ରକଳ୍ପ ପ୍ରଦର୍ଶନ ଉତ୍ସବ -୨୦୨୪ ଅନୁଷ୍ଠିତ

masiha

କଲମପୁର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

masiha

ପଦ୍ମଶ୍ରୀ ପୁରସ୍କାର ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଲେ ବୈଦ୍ୟ ପଟ୍ଟାୟତ କୁମାର ସାହୁ , ଛୁଟୁଛି ଚାରିଆଡୁ ଶୁଭେଚ୍ଛା ର ସୁଅ

Sunil Chandra Nayak

Leave a Comment

error: Content is protected !!