ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ ବ୍ଳକ ସ୍ଥିତ ଆତ୍ମା କାର୍ଯ୍ୟାଳୟ ଠାରେ ଆଜି ଆତ୍ମା ଚେୟାରମ୍ୟାନ ଚୟନ

ଝରିଗାଁ ବ୍ଳକ ସ୍ଥିତ ଆତ୍ମା କାର୍ଯ୍ୟାଳୟ ଠାରେ ଆଜି ଆତ୍ମା ଚେୟାରମ୍ୟାନ ଚୟନ 

ନବରଙ୍ଗପୁର (୧୭l୪)(ରବିନାରାୟଣମହାନ୍ତି) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ସ୍ଥିତ ଆତ୍ମା କାର୍ଯ୍ୟାଳୟ ଠାରେ ଆଜି ଆତ୍ମା ଚେୟାରମ୍ୟାନ ଚୟନ କରାଯାଇଛି । କାର୍ଯ୍ୟାଳୟର ୨୨ ଜଣ ସଦସ୍ୟଙ୍କ ଉପସ୍ଥିତିରେ ବିଜେପିର ଜଣେ ଟାଣୁଆ ନେତା ତଥା ସକ୍ରିୟ ସଦସ୍ୟ ଚିତ୍ର ପ୍ରସାଦ ତିୱାରୀଙ୍କୁ ଆତ୍ମା ଚେୟାରମ୍ୟାନ ଭାବେ ମନୋନୀତ କରାଯାଇଛି । ଶ୍ରୀ ତିୱାରୀ ଆତ୍ମା ଚେୟାରମ୍ୟାନ ମନୋନୀତ ହେବା ପରେ ଆତ୍ମା କାର୍ଯ୍ୟାଳୟର ସମସ୍ତ ସଦସ୍ୟ ତାଙ୍କୁ ଶୁଭେଚ୍ଛା ଜଣେଇବା ସହ ଆଗାମୀ ଦିନରେ ଚାଷୀ ସମସ୍ୟାର ସୁଧାର ହେବା ନେଇ ଆଶା ବ୍ୟକ୍ତ କରିଛନ୍ତି । ଆତ୍ମା କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ମଧ୍ୟରେ ଭିଏଏସ ସାରଦା ପ୍ରସାଦ ନାୟକ, ଏ ଏଚ ଓ ଜୀନ ଲିଙ୍କନ ମେହେର, ଏଏଇ ଜଗଦିଶ ଗଡ଼ବା, ଏଏଫଓ ଉତ୍ତମ ଗଣ୍ଡଙ୍କ ସମେତ ଆତ୍ମାର ସମସ୍ତ ସଦସ୍ୟ ଓ କୃଷି ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଝରିଗାଁ ନିର୍ବାଚନ ମଣ୍ଡଳୀର କର୍ସାହାଣ୍ଡି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସକ୍ରିୟ ସଦସ୍ୟ କର୍ମୀ ସମ୍ମିଳନୀରେ ବିଧାୟକ ନରସିଂହ ଭତରା, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ, ପୂର୍ବତନ ଜିଲ୍ଲା ସଭାପତି ରମେଶ ସାହୁ, ପ୍ରଫୁଲ୍ଲ ପ୍ରଧାନ, ଗଣପତି ସାହୁ, ପଞ୍ଚାନନ ବାବାଲି ପ୍ରମୁଖ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣେଇଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମଧୁବାବୁ ମଣ୍ଡଳର – ଜନ ଆକ୍ରୋଶ ମହିଳା ପଦଯାତ୍ରା”

ଜନ୍ମ ଦିବସ ଉପଲକ୍ଷେ ଆଶିଷ

Sunil Chandra Nayak

୩ମାସର ଚାଉଳ ପାଇଁ ବିଡ଼ିଓଙ୍କ ଦ୍ୱାରସ୍ତ ସରପଞ୍ଚ ଓ ହିତାଧିକାରୀ

masiha

Leave a Comment

error: Content is protected !!