ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ ପୋଷାକ ଯୋଗାଣରେ ବ୍ୟାପକ ଦୁର୍ନୀତି ଗନ୍ଧ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ !!

କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ ପୋଷାକ ଯୋଗାଣରେ ବ୍ୟାପକ ଦୁର୍ନୀତି ଗନ୍ଧ ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ !!

ଭବାନୀପାଟଣା, ୧୬/୦୪  : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଦୁଇ ସହ ରୁ ଉର୍ଦ୍ଧ୍ବ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ତିରିଶ ରୁ ଉର୍ଦ୍ଧ୍ୱ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରେ ପ୍ରତିବର୍ଷ ସରକାର ହଜାର ହଜାର ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ୧୦୦୦ ଟଙ୍କା ସ୍କୁଲ ପୋଷାକ ଓ ଜୋତା ପାଇଁ ସରକାର ଖର୍ଚ୍ଚ କରିଥାନ୍ତି କିନ୍ତୁ କୋମଳମତି ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ ପୋଷାକ ଯୋଗାଣ ପାଇଁ ପଞ୍ଜୀକୃତ ଅସାଧୁ ବ୍ୟବସାୟୀ ମାନେ କୋମଳ ମତି ଛାତ୍ର ଛାତ୍ରୀ ମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ବାରୂମ୍ବାର ସାମ୍ନା କୁ ଆସୁଛି କାରଣ ସ୍କୁଲ ମାନଙ୍କରେ ପୋଷାକ ଯୋଗାଇବା ପାଇଁ ରୁପ୍ରାରୋଡ ଗ୍ରାମର କିଛି ଅସାଧୁ ବ୍ୟବସାୟୀମାନେ ପ୍ରତିବର୍ଷ ନିମ୍ନ ମାନର ପୋଷାକଯୋଗାଇବା ଓ ସରକାର ଙ୍କୁ ଟ୍ୟାକ୍ସ ଫାଙ୍କି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରି ଆସୁଥିବା ବିଭିନ୍ନ ସ୍କୁଲ ର ଛାତ୍ର ଅଭିଭାବକ ଓ ଶିକ୍ଷା ପରିଚାଳନା କମିଟି ମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । କିନ୍ତୁ ଏଥି ପ୍ରତି କୌଣସି ବିଭାଗୀୟ ଅଧିକାରୀ ମାନେ କର୍ଣ୍ଣପାତ କରୁ ନ ଥିବା ବେଳ ଓଲଟା ଶିକ୍ଷା ଅଧିକାରୀ ମାନେ ଏହି ଅସାଧୁ ବ୍ୟବସାୟୀ ମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଉ ଥିବା ଦେଖିବାକୁ ମିଳୁଛି ।ସେହି କଳାବଜାରୀ ମାନଙ୍କ ପୋଷାକ ନ କିଣିଲେ ସଂପୃକ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ମାନଙ୍କ ଦରମା ବନ୍ଦ କରିଦିଆଯିବ ବୋଲି ମଧ୍ୟ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏପରିକି ଏହି ଅସାଧୁ ବ୍ୟବସାୟୀ ମାନଙ୍କ ଠାରୁ ପୋଷାକ ନ କିଣି ନିଜ ନିଜ ସ୍କୁଲ ର ପୋଷାକ ସଂପୃକ୍ତ ସ୍କୁଲ ର ଶିକ୍ଷା ପରିଚାଳନା କମିଟି ମାନେ ନିଜେ କ୍ରୟ କରିବା ପାଇଁ ଆଗ୍ରହ ଥିଲେ ମଧ୍ୟ ବ୍ଲକ ଶିକ୍ଷାଅଧିକାରୀ ମହୋଦୟ ବାଧକ ସାଜୁଥିବା ଅନେକ ଶିକ୍ଷା ପରିଚାଳନା କମିଟି ଅଭିଯୋଗ ଆଣିଛନ୍ତି । ଏଭଳିକି ରୁପ୍ରା ରୋଡ ଗ୍ରାମର ସିଦ୍ଧାର୍ଥ କ୍ଲଥ ଷ୍ଟୋର, ଶ୍ରୀ ରାମାନୁଜ ଟ୍ରେଡର୍ସ, ମାଁ ମାଣିକେଶ୍ଵରୀ ଇଣ୍ଡଷ୍ଟ୍ରି, ଆଲୋକ କ୍ଲଥ ଷ୍ଟୋର, କମଲ NXT, ଏମ୍ /ଏସ୍ ଆଲୋକ କ୍ଲଥ ଷ୍ଟୋର, ଏହି ସବୁ ଅସାଧୁ ବ୍ୟବସାୟୀ ଙ୍କ ସହ ନର୍ଲା ବ୍ଲକ ର ଜଣେ ପଦସ୍ଥ ବି.ଆର୍.ସି ସଲା ସୁତୁରା ହୋଇ ବିଭାଗ ପାଇଁ ମୋଟା ଅଙ୍କର ପିଶି ନେଇ ବାରମ୍ବାର ଦୁର୍ନୀତି ରେ ଲିପ୍ତ ଥିବା ଅଭିଯୋଗ ହୋଇ ଆସୁଥିବା ବ୍ୟବସାୟୀ ମାନଙ୍କୁ ପୂର୍ଣ୍ଣ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଏହି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଜଣକ ନର୍ଲା ବ୍ଲକର ବାସିନ୍ଦା ହୋଇଥିବାରୁ ଶିକ୍ଷା ବିଭାଗ ରେ ଛାତ୍ର ଛାତ୍ରୀ ଙ୍କୁ ଶୋଷଣ କରିବା ପାଇଁ ସହଜ ସାଧ୍ୟ ହେଉଥିବା କୁହାଯାଉଛି । ଏଣୁ ଏହି ଅସାଧୁ ଅଧିକାରୀ ଓ ଦୁର୍ନୀତି ଗ୍ରସ୍ତ ବ୍ୟବସାୟୀ ଙ୍କ ବିରୋଧରେ ରାଜ୍ୟ ସରକାର ଙ୍କ ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଶିକ୍ଷା ପରିଚାଳନା କମିଟି ର ସଦସ୍ୟ ମାନେ ଅଭିଯୋଗ ଆଣିଛନ୍ତି । 

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ସିଲିଯୋଡାରେ ରାମନବମୀ ପାଳିତ, ରାମ ନାମ ଧ୍ବନିରେ କମ୍ପିଲା ଖଣି ଅଞ୍ଚଳ

Sunil Chandra Nayak

ଭବାନୀପାଟଣା ଠାରେ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ଜିଲ୍ଲାସ୍ତରୀୟ ୭୯ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!