ରାଇଘର ( କିରଣ ପଟ୍ଟନାୟକ ) ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ନୂଆପାରା ଖୁଟୁଗାଁ ଗ୍ରାମ ମଝିରେ ମକା ଜମି ନିକଟରେ ଥିବା କୂଅ ରୁ ଶୁକ୍ରବାର ଏକ ନାବାଳିକାଙ୍କ ମୃତ ଶରୀର ଉଦ୍ଧାର ହୋଇଥିବା ଜଣାପଡିଛି l ରାଇଘର ପଂଚାୟତ ର ଖୁଟୁଗାଁ ଗ୍ରାମ ର ଆଶା ରାମ ଗଣ୍ଡ ଙ୍କ ଝିଅ ଝରଣା ଗଣ୍ଡ (୧୭) ୩୦/୮ ସନ୍ଧ୍ୟାରେ ନିଜ ଘରୁ ବାହାରି ଥିଲେ ତାହା ପରେ ଘରକୁ ଫେରି ନଥିଲା l ବାପା ଆଶାରାମ ଓ ତାଙ୍କ ପରିବାର ଲୋକ ଗୁରୁବାର ଦିନ ବହୁତ ଖୋଜା ଖୋଜି କରିଥିଲେ l ନୋ ମିଳିଥିବା ରୁ ଶୁକ୍ରବାର ସକାଳେ ଥାନାରେ ଏତଲା ଦେବା ପାଇଁ ନିଷ୍ପତି ନେଇଥିଲେ | ଆଜି ସକାଳେ ଗ୍ରାମର କିଛି ଲୋକ ଗାଈ ପାଈଁ ଘାସ କଟିବା ପାଇଁ ଯାଇ କୂଅ ଭିତରେ ଏକ ମୃତ ଶରୀର ପଡ଼ିଥିବା ଦେଖି ରାଇ ଘର ଥାନା କୁ ଖବର ଦେଇଥିଲେ | ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି ଶ୍ରମ ବିଭାଗ ସହଜରେ ମୃତ ଶରୀର ଉଦ୍ଧାର କରିବା ପରେ ଝରଣା ଗଣ୍ଡ ବୋଲି ଜଣାପଡିଛି l ଆଶାରାମ ରାଇଘର ଥାନା ରେ ଏକ ହତ୍ୟା ଅଭିଯୋଗ କରିଥିବାବେଳେ ରାଇଘର ପୋଲିସ କେସ ନୋ ୧୪୬/୨୩ ରେ ଋଜୁ କରି ତଦନ୍ତ ଅଧିକାରୀ ଏସ୍ ଆଈ ମନୋଜ ବେହେରା ଘଟଣା ର ତଦନ୍ତ କରୁଥିବା ଜଣାପଡ଼ିଛି l