ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକାଙ୍କ ମୃତ ଶରୀର କୂଅ ରୁ ଉଦ୍ଧାର, ହତ୍ୟା ଅଭିଯୋଗ

ରାଇଘର ( କିରଣ ପଟ୍ଟନାୟକ ) ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ ନୂଆପାରା ଖୁଟୁଗାଁ ଗ୍ରାମ ମଝିରେ ମକା ଜମି ନିକଟରେ ଥିବା କୂଅ ରୁ ଶୁକ୍ରବାର ଏକ ନାବାଳିକାଙ୍କ ମୃତ ଶରୀର ଉଦ୍ଧାର ହୋଇଥିବା ଜଣାପଡିଛି l ରାଇଘର ପଂଚାୟତ ର ଖୁଟୁଗାଁ ଗ୍ରାମ ର ଆଶା ରାମ ଗଣ୍ଡ ଙ୍କ ଝିଅ ଝରଣା ଗଣ୍ଡ (୧୭) ୩୦/୮ ସନ୍ଧ୍ୟାରେ ନିଜ ଘରୁ ବାହାରି ଥିଲେ ତାହା ପରେ ଘରକୁ ଫେରି ନଥିଲା l ବାପା ଆଶାରାମ ଓ ତାଙ୍କ ପରିବାର ଲୋକ ଗୁରୁବାର ଦିନ ବହୁତ ଖୋଜା ଖୋଜି କରିଥିଲେ l ନୋ ମିଳିଥିବା ରୁ ଶୁକ୍ରବାର ସକାଳେ ଥାନାରେ ଏତଲା ଦେବା ପାଇଁ ନିଷ୍ପତି ନେଇଥିଲେ | ଆଜି ସକାଳେ ଗ୍ରାମର କିଛି ଲୋକ ଗାଈ ପାଈଁ ଘାସ କଟିବା ପାଇଁ ଯାଇ କୂଅ ଭିତରେ ଏକ ମୃତ ଶରୀର ପଡ଼ିଥିବା ଦେଖି ରାଇ ଘର ଥାନା କୁ ଖବର ଦେଇଥିଲେ | ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନି ଶ୍ରମ ବିଭାଗ ସହଜରେ ମୃତ ଶରୀର ଉଦ୍ଧାର କରିବା ପରେ ଝରଣା ଗଣ୍ଡ ବୋଲି ଜଣାପଡିଛି l ଆଶାରାମ ରାଇଘର ଥାନା ରେ ଏକ ହତ୍ୟା ଅଭିଯୋଗ କରିଥିବାବେଳେ ରାଇଘର ପୋଲିସ କେସ ନୋ ୧୪୬/୨୩ ରେ ଋଜୁ କରି ତଦନ୍ତ ଅଧିକାରୀ ଏସ୍ ଆଈ ମନୋଜ ବେହେରା ଘଟଣା ର ତଦନ୍ତ କରୁଥିବା ଜଣାପଡ଼ିଛି l

Related posts

ବାପା ହତ୍ୟାକାରୀ ପୁଅର ଆତ୍ମହତ୍ୟା,ଏକ ନାଳରୁ ଉଦ୍ଧାର ହେଲା ଶବ

ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନ୍ ଜବତ: ପୋଲିସକୁ ଚକମା ଦେଇ ଦୁଇ ମାଫିଆ ଫେରାର୍

Sunil Chandra Nayak

ସଇତାନ ସାଜିଲା ସ୍ବାମୀ….. ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ଜମିରେ ପୋତିଦେଲା

Sunil Chandra Nayak

Leave a Comment

error: Content is protected !!