ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେମରା ପଞ୍ଚାୟତକୁ ମରୁଡି ଘୋଷଣା ଦାବି, ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କଲେ ଚାଷୀ

କୋକସରା,୩୧/୦୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଚଳିତ ବର୍ଷ ବର୍ଷାର ଅନିୟମିତତା କାରଣରୁ ଅନେକ ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଦେଇଛି। ଆସନ୍ନ ମରୁଡି ଚାଷିଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଥିବା ବେଳେ ବ୍ଲକର ଟେମରା ପଞ୍ଚାୟତକୁ ମରୁଡି ଘୋଷଣା ଓ କ୍ଷୟକ୍ଷତି ଆକଳନ କରି ଇନପୁଟ ସବସିଡ଼ି ଯୋଗାଇ ଦେବାକୁ ଦାବି କରି ଗୁରୁବାର କୋକସରା ଅତିରିକ୍ତ ତହସିଲଦାର ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ଟେମରା ଅଞ୍ଚଳର ଚାଷୀ। ସୂଚନା ମତେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଟେମରା ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖିବାକୁ ମିଳିଛି। ଟେମରା ପଞ୍ଚାୟତ ଦେଇ କ୍ଷୁଦ୍ର ଜଳସେଚନ କେନାଲ ରୁ ଜଳସେଚିତ ହେଉଥିବା ବେଳେ ଏହି ପ୍ରକଳ୍ପରୁ ମଧ୍ୟ ବର୍ଷା ଅଭାବରୁ ଜଳସ୍ତର କମ ରହିଥିବା କାରଣରୁ ଜଳସେଚନ ହେଉନାହିଁ ବୋଳି ଚାଷି ମାନେ ଅଭିଯୋଗ କରିଛନ୍ତି। ପଞ୍ଚାୟତର ଟେମରା, କର୍ଲାଗୁଡା ନୂଆପଡା, ହଂସପଡା, ବୋବରିଆ, ସିର୍ଲିଗୁଡା, ଖୁର୍ସେଲଗୁଡା ଅଞ୍ଚଳର ଶତାଧିକ ହେକ୍ଟର ଚାଷଜମି ବର୍ଷା ଅଭାବରୁ ରୁଆ ଓ ବୁଣା ଧାନ ସବୁ ନଷ୍ଟ ହେବାକୁ ବସିଲାଣି। କିଛି ଚାଷି ଏପର୍ଯ୍ୟନ୍ତ ରୁଆ ବେଉଷା କରି ପାରି ନାହାଁନ୍ତି। ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ କମ୍ପାନୀ, ମହାଜନି ଋଣ ଆଣି ଚାଷି ଚାଷ କରିଥିଲେ ହେଲେ ବର୍ଷା ନହେବାରୁ ଚାଷିଙ୍କୁ ଋଣ ଶୁଝିବା ଓ ପରିବାର ପ୍ରତିପୋଷଣ କରିବା ଚିନ୍ତା ଦ୍ବିଗୁଣିତ କରିଛି। ସମ୍ଭାବ୍ୟ ମରୁଡିକୁ ଦୃଷ୍ଟିରେ ରଖି ଟେମରା ସରପଞ୍ଚ ତଥା କୃଷକ ମଞ୍ଚର ସଭାପତି କ୍ଷିତିରାମ ପାତ୍ରଙ୍କ ନେତୃତ୍ୱରେ ହେମନ୍ତ ବାଣୁଆ, ଦୁଷ୍ମନ୍ତ ପାତ୍ର, ବୃନ୍ଦାବନ ସତନାମୀ, ସୁଭାଷ ଳଦୁଆ, ରମେଶ ମାଝୀ, କୈଳାସ ଚଳାନ, ଯଦୁମଣି ବାଗ, ଲଳିତ ସତନାମୀ, ସୁଧୀର ପାତ୍ର, କ୍ଷୀରସିନ୍ଧୁ ହଂସ, ଗଜେନ୍ଦ୍ର ନାଏକ, ଯୋଗା ନାଏକଙ୍କ ସହ ଟେମରା ପଞ୍ଚାୟତର ଶତାଧିକ ଚାଷୀ ମାନେ ଏକତ୍ରିତ ହୋଇ ପଞ୍ଚାୟତକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ସହ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାର ଚାଷିଙ୍କୁ ସହାୟତା ଯୋଗାଇଦେବାକୁ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

୧- ସହରର ଲୋକଙ୍କ ସମସ୍ୟାକୁ ନେଇ ସି ଜି ଏମଙ୍କ ସହିତ ସାକ୍ଷାତ କଲେ ବିଧାୟକ, ୨- ମା ମନସା ଦେବୀଙ୍କ ନିକଟରେ ମାନବ ସମାଜର ମଙ୍ଗଳ କାମନା କଲେ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ

Sunil Chandra Nayak

ମାଗୁରପାଣିରେ ‘ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଗ୍ରାମ’ କାର୍ଯ୍ୟକ୍ରମ : ସ୍ୱଚ୍ଛତାକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

Sunil Chandra Nayak

ଚେପଟିଆମ୍ବ ଘାଟିରେ ଅଟୋ ଓଲଟି ୯ ଆହତ, ୫ ଗୁରୁତ୍ତର 

masiha

Leave a Comment

error: Content is protected !!