ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଲିହାଗଡ଼ କ୍ରାନ୍ତି ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା

ସାଲିହାଗଡ଼ କ୍ରାନ୍ତି ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ସାଲିହାଗଡ଼ କ୍ରାନ୍ତି ଦିବସକୁ ଗରିମାମୟ ଓ ସୁସଂଗଠିତ ଭାବେ ପାଳନ କରିବା ନେଇ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ବନଖଣ୍ଡ ଅଧିକାରୀ (ପ୍ରା) ମ. ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଏସ୍‌ଡିସି ଅଧ୍ୟକ୍ଷ ହୋମ ସିଂ ମାଝୀ, ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖାମ ସିଂ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରା ନୂଆପଡ଼ା ବିଡିଓ ରୋହିତ ଭୋଇ, ନୂଆପଡ଼ା ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଡାକିବା ସ୍ମୃତି କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।ବୈଠକରେ କ୍ରାନ୍ତି ଦିବସ ପାଳନର ଉଦ୍ଦେଶ୍ୟ, କାର୍ଯ୍ୟକ୍ରମର ରୂପରେଖା, ଅତିଥି ଆମନ୍ତ୍ରଣ, ଶୃଙ୍ଖଳା, ମଞ୍ଚ ପରିଚାଳନା, ପାନୀୟ ଜଳ, ପରିମଳ, ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥା ସମେତ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା।

ସାଲିହାଗଡ଼ା କ୍ରାନ୍ତିର ଐତିହାସିକ ଗୁରୁତ୍ୱ ଓ ଏହା ସହ ଜଡ଼ିତ ବୀରତା, ତ୍ୟାଗ ଓ ସଂଗ୍ରାମର ସ୍ମୃତିକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଐତିହାସିକ ଘଟଣାବଳୀ ଓ ସ୍ଥାନୀୟ ସଂଗ୍ରାମୀମାନଙ୍କ ଅବଦାନକୁ ସମ୍ମାନର ସହ ସ୍ମରଣ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଐତିହ୍ୟ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବା ଦିଗରେ କାର୍ଯ୍ୟକ୍ରମକୁ ଅର୍ଥପୂର୍ଣ୍ଣ କରିବା ନେଇ ମତ ପ୍ରକାଶ ପାଇଥିଲା।

ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତ ବିଭାଗ ଓ ସମ୍ପୃକ୍ତ କମିଟିର ସଦସ୍ୟମାନଙ୍କୁ ନିଜ ନିଜ ଦାୟିତ୍ୱର ସମନ୍ୱୟରେ ସମୟୋପଯୋଗୀ ଭାବେ ପ୍ରସ୍ତୁତି ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ। ସାଲିହାଗଡ଼ା କ୍ରାନ୍ତି ଦିବସର ଐତିହାସିକ ଗରିମାକୁ ଅକ୍ଷୁଣ୍ଣ ରଖି କାର୍ଯ୍ୟକ୍ରମକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରାଯାଇଥିଲା।

ବୈଠକରେ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି, ସ୍ଥାନୀୟ ବୁଦ୍ଧିଜୀବୀ, ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସ୍ମୃତି କମିଟିର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ନିଜ ନିଜ ମତାମତ ଓ ପ୍ରସ୍ତାବ ରଖିଥିଲେ।

Related posts

ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ବିଶାଳ ଶୋଭାଯାତ୍ରା

masiha

ଜଳେଶ୍ଵର ଆର.ଏମ୍.ସିରେ ବ୍ୟାପକ ଦୁର୍ନୀତି ? ଭିଜିଲାନ୍ସ ତଦନ୍ତ ଦାବୀ କଲେ ଚାଷୀ ଓ ବୁଦ୍ଧିଜୀବି

ଗୁଡହାଣ୍ଡି ଉନ୍ନୟନ ସମିତିର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!