ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇମ୍ଫା ଥେରୁବାଲି ରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ଉଡଘାଟିତ

ଇମ୍ଫା ଥେରୁବାଲି ରେ ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ଉଡଘାଟିତ

ଆନନ୍ଦ ଉଲ୍ଲାସ ର ସହ ଆଜି ଥେରୁବାଲି ଇମ୍ଫା କାରଖାନା ପରିସରରେ ୫୪ ତମ ଜାତୀୟ ସୁରକ୍ଷା ଦିବସ/ସପ୍ତାହର ପାଳନ ହୋଇଯାଇଛି । ରାୟଗଡ଼ ସ୍ଥିତ ଓଡିଶା ସରକାରଙ୍କ କାରଖାନା ବାଷ୍ପତ ନିର୍ଦ୍ଦେଶାଲୟ ର ଉପ-ନିର୍ଦ୍ଦେଶକ ଶ୍ରୀମାନ ଚିତ୍ତ ରଞ୍ଜନ ବେଉରା , ସୁରକ୍ଷା ପତାକା ଉତ୍ତୋଳନ କରି ଏହି ସ୍ପ୍ତାହବ୍ୟାପୀ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ସମବେତ ଶ୍ରମିକ ଓ କର୍ମଚାରୀମାନଙ୍କୁ ସୁରକ୍ଷା ଶପଥ ପାଠ କରାଇବା ସହ ପ୍ରତ୍ୟେକ ମଣିଷ ଜୀବନରେ ସୁରକ୍ଷା ଏକ ପ୍ରମୁଖ ଅଙ୍ଗ ହୋଇଥାଏ ତେଣୁ ସମସ୍ତେ ସୁରକ୍ଷା ପ୍ରତି ସଜାଗ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ଏଵଂ କହିଥିଲେ ଯେ ” ଦିନର ଶେଷରେ ଆମର ମୂଲ ଲକ୍ଷ୍ୟ “ସୁରକ୍ଷା ଓ ନିରାପତ୍ତା ” ହେବା ଆବଶ୍ୟକ ଯାହାକି ସତର୍କ ରହିଲେ ଏହା ସରଳ ହୋଇଥାଏ।ଏହି କାର୍ଯ୍ୟକ୍ରମରେ ଇମ୍ଫା ଥେରୁବାଲି ର ଉପ-ସଭାପତି ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏହି ଅବସରରେ ଉପସ୍ଥିତ ଶ୍ରମିକ ଓ କର୍ମଚାରୀମାନଙ୍କୁ ଦୈନନ୍ଦିନ ଜୀବନରେ ସୁରକ୍ଷା ର ଆବଶ୍ୟକତା ଉପରେ ଉପରେ ବୁଝାଇଥିଲେ ଏବଂ କହିଥିଲେ ” ମନୁଷ୍ୟ ଜୀବନକୁ ସୁରକ୍ଷିତ ରଖିବା ଠାରୁ ଅନ୍ୟ କୌଣସି କାମ ଗୁରୁତ୍ୱପୂର୍ଣ୍ଣ ହୋଇ ନପାରେ” । ଏହି ଅବସରରେ ଉପସ୍ଥିତ ଶ୍ରମିକ , କର୍ମଚାରୀ ଓ ବିଭିର୍ଣ୍ଣ ବିଭାଗର ମୁଖ୍ୟ ଓ ଅନ୍ୟ ଅଧିକାରୀ ମାନେ ଏକ ଦସ୍ତଖତ ଅଭିଯାନ ରେ ସାମିଲ ହୋଇଥିଲେ । ୫୪ ତମ ଜାତୀୟ ସୁରକ୍ଷା ସପ୍ତାହ ଆସନ୍ତା ୧୦ ମାର୍ଚ୍ଚ ୨୦୨୪ ଯାଏ ପାଳିତ ହେବ ଏହି ଅବସରରେ ଶ୍ରମିକ ଓ କର୍ମଚାରୀ ଙ୍କ ମଧ୍ୟରେ ବିଭିର୍ଣ୍ଣ ପ୍ରତିଯୋଗିତାର ଆୟୋଜନ ସହ ଉଦଯାପନ ଉତ୍ସବରେ ସୁରକ୍ଷା ଉପରେ ଆଧାରିତ ଏକ କ୍ଷୁଦ୍ର ନାଟକ ପରିବେଷିତ ହେବ ବୋଲି ସୁରକ୍ଷା କମିଟି ସୂଚନା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ କୁ ସୁରକ୍ଷା ବିଭାଗର ମୁଖ୍ୟ ଶ୍ରୀମାନ ପ୍ରଦ୍ୟୁମ୍ନ ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ଇମ୍ଫା କାର୍ମିକ ଓ ପ୍ରାଶାସନିକ ବିଭାଗର ବରିଷ୍ଠ ପରିଚାଳକ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳରେ ଭାଗ ନେଲେ ୫୬୯ ଛାତ୍ରଛାତ୍ରୀ : ଶତାୟୁ,ପିଏମ୍ ଶ୍ରୀ ବି. ବି.ସରକାରୀ ହାଇସ୍କୁଲ୍, ଢେଙ୍କାନାଳରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା-୨୦୨୫ ଆୟୋଜିତ

Sunil Chandra Nayak

ନର୍ଲାବ୍ଲକ୍ ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ, ଆଗାମୀ ମାର୍ଚ୍ଚମାସ ୧୫ ତାରିଖରୁ ଷ୍ଟିଅରିଂ ଛାଡ ନିଷ୍ପତି

Sunil Chandra Nayak

ମିଶନ ଶକ୍ତି ପୁନର୍ଗଠନ ପ୍ରକ୍ରିୟା ବୃଦ୍ଧି ଦାବିରେ ରାଇରଙ୍ଗପୁର ବିଡ଼ିଓଙ୍କୁ ଦାବିପତ୍ର 

masiha

Leave a Comment

error: Content is protected !!