ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୨୫ତମ ଜାତୀୟ କନିଷ୍ଠ ୱୁଶୁ ଚାମ୍ପିୟନସିପ୍ ଉଦ୍‌ଯାପିତ ଓଡ଼ିଶା ପାଇଁ ଗୌରବ ଆଣିଲେ ରାଉରକେଲାର ୩ ୱୁଶୁ ଖେଳାଳି

୨୫ତମ ଜାତୀୟ କନିଷ୍ଠ ୱୁଶୁ ଚାମ୍ପିୟନସିପ୍ ଉଦ୍‌ଯାପିତ

ଓଡ଼ିଶା ପାଇଁ ଗୌରବ ଆଣିଲେ ରାଉରକେଲାର ୩ ୱୁଶୁ ଖେଳାଳି

ରାଉରକେଲା : ଚେନ୍ନାଇ ସ୍ଥିତ ଜିପିଆର୍ ବିଶ୍ୱବିଦ୍ୟାଳୟଠାରେ ଅକ୍ଟୋବର ୨୮ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିଥିବା ୨୫ତମ ଜାତୀୟ କନିଷ୍ଠ ୱୁଶୁ ଚାମ୍ପିୟନସିପ୍ ସଫଳତାର ସହ ଉଦ୍‌ଯାପିତ ହୋଇଛି। ଏହି ଜାତୀୟ ପ୍ରତିଯୋଗିତାରେ ୩୪ ଜଣିଆ ଓଡ଼ିଶା ୱୁଶୁ ଦଳ ଅଂଶଗ୍ରହଣ କରି ଉଚ୍ଚକୋଟୀର ପ୍ରଦର୍ଶନ ସହ ମୋଟ ୯ଟି ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛି। ଓଡ଼ିଶା ଦଳ ୨ଟି ରୌପ୍ୟ ଓ ୭ଟି କାଂସ୍ୟ ପଦକ ଜିତି ନିଜର କ୍ରୀଡ଼ା ପ୍ରତିଭାର ପରିଚୟ ଦେଇଛି। ଏହି ସଫଳତାରେ ସୁନ୍ଦରଗଡ଼ ଜିଲ୍ଲାର ସ୍ପୋର୍ଟ୍ସ ୱୁଶୁ ଆସୋସିଏସନ୍ ଅଫ୍ ସୁନ୍ଦରଗଡ଼ (SWAS)ର ୫ ଜଣ ଖେଳାଳି ଓଡ଼ିଶା ଦଳର ପ୍ରତିନିଧିତ୍ୱ କରିଥିବାବେଳେ ରାଉରକେଲାର ୩ ଜଣ ଖେଳାଳି ୩ଟି କାଂସ୍ୟ ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପଦକ ବିଜେତାଙ୍କ ମଧ୍ୟରେ ସାଧନା ମାଝୀ ନାନ୍‌ଗୁନ୍ ଷ୍ଟିକ୍ ଇଭେଣ୍ଟରେ, ଦିବ୍ୟଜ୍ୟୋତି ତାଇଚି ଚୁଆନ୍ ଇଭେଣ୍ଟରେ ଏବଂ ଆଦିତ୍ୟ ସିଂ ୱିଙ୍ଗ୍‌ଚୁନ୍ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି କାଂସ୍ୟ ପଦକ ଜିତିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଏହି ଗୌରବମୟ ସଫଳତା ପାଇଁ ଓଡ଼ିଶା ରାଜ୍ୟ ୱୁଶୁ ସଂଘର ସଭାପତି ତଥା ପ୍ରତିଷ୍ଠାତା ଇଂ. ସୁଧାଂଶୁ ଶେଖର ହରିଚନ୍ଦନ, ଅନ୍ତର୍ଜାତୀୟ ବିଚାରକ ତଥା ମୁଖ୍ୟ କୌଶଳ ଅଧିକାରୀ ପ୍ରଦ୍ୟୁମ୍ନ ବେହେରା, ସୁନ୍ଦରଗଡ଼ ଜିଲ୍ଲା ୱୁଶୁ ସଂଘର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଉପସଭାପତି ଟିକା ବାହାଦୁର, ଯୁଗ୍ମ ସମ୍ପାଦକ ଅଜୟ ଲାକ୍ରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା ରାଉରକେଲା କ୍ରୀଡ଼ା ଉପନିର୍ଦ୍ଦେଶକ ସୁଦୀପ୍ତ ନାୟକ, ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍‌ର ସମ୍ପାଦକ ପ୍ରଭାତ ଭୋଳ, ରାଇମା ର ସମ୍ପାଦକ ବାସୁଦେବ ବାନାର୍ଜୀ, ସମାଜସେବୀ ଉପେନ୍ଦ୍ର ସିଂହଙ୍କ ସମେତ ରାଉରକେଲାର ବିଭିନ୍ନ କ୍ରୀଡ଼ା ସଂଗଠନ ଓ କ୍ରୀଡ଼ାପ୍ରେମୀମାନେ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସ୍ପୋର୍ଟ୍ସ ୱୁଶୁ ଆସୋସିଏସନ୍ ଅଫ୍ ସୁନ୍ଦରଗଡ଼ର ସାଧାରଣ ସମ୍ପାଦକ ସୁଜନ କୁମାର ରଥ ଖେଳାଳିମାନଙ୍କ ଏହି ସଫଳତା ପାଇଁ ସମସ୍ତ ପ୍ରଶିକ୍ଷକ, ଅଭିଭାବକ ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆହୁରି ଉନ୍ନତ ପ୍ରଦର୍ଶନ କରିବାକୁ ଖେଳାଳିମାନଙ୍କୁ ଉତ୍ସାହିତ କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ଭୁବନେଶ୍ୱର ଗସ୍ତ

Sunil Chandra Nayak

ସ୍ବର୍ଗତ ବାସୁଦେବ ସାହୁ ମେମୋରିଆଲ ଫୁଟବଲ , ଧର୍ମଗଡ ଏକାଦଶ କୁ ହରାଇ ଡହଗାଁ ଏକାଦଶ ଚମ୍ପିୟାନ

Sunil Chandra Nayak

କାମାକ୍ଷାନଗର ମାଟିର ଝିଅ ବନ୍ଦନା ଙ୍କୁ ଜାଭଲିନ୍ ରେ ଜାତୀୟ ସ୍ତରରେ ମିଳିଲା ତୃତୀୟ ସ୍ଥାନ _ବ୍ରୋଞ୍ଚ ପଦକରେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!