ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା ଯୋଜନାରେ ଚଳୁ କରୁଛନ୍ତି ସରକାରୀ ଟଙ୍କା! ମଣିଷ ବଦଳ ରେ ମେସିନ କରୁଛି କାମ! ନିରୀହ ଆଦିବାସୀ ଙ୍କ ନା ରେ ଉଠୁଛି ଟଙ୍କା କିନ୍ତୁ ମାଲାମାଲ ଯନ୍ତ୍ରୀ ଓ ଠିକାଦାର

କୋଷାଗୁମୁଡା 25/06(ମସିହା) ଦୁର୍ନୀତି ର ଗନ୍ତାଘର ପାଲଟିଛି ନବରଙ୍ଗପୁର ଜିଲ୍ଲାର ଅତି ଉପାନ୍ତ ଅଦବାସୀ ଅଧୁଷିତ କୋଷାଗୁମୁଡା ବ୍ଲକ l ଏଠି ସରକାରୀ ଟଙ୍କା ଆତ୍ମସାତ କରିବାରେ ଗୋଟେ ପାଦ ଆଗରେ ରହିଛନ୍ତି ସରକାରୀ ବାବୁ ମାନେ l ଅଧିକାରୀ ମାନେ କରୁଛନ୍ତି ଭ୍ରଷ୍ଟାଚାର ଉପରେ ଭ୍ରଷ୍ଟାଚାର ତଥାପି ଉପରସ୍ଥ ଅଧିକାରୀ ଙ୍କ ନଜର ଟିକେ ପଡୁ ନାହିଁ | ସରକାରୀ ବାବୁଙ୍କ ସହ ଶାସକ ଦଳ ନେତା ମିଶି ବଡ଼ ବଡ଼ ଖେଳ କରୁଛନ୍ତି lଏପରିକି ବ୍ଲକ ର ସମସ୍ତ ପଂଚାୟତ ରେ ଚାଲିଛି ଦିନରାତି ହରିଲୁଟ! ସରକାରୀ ଯୋଜନା ରେ ଚାଲିଛି ଟଙ୍କା ଆତ୍ମାସାତ l ନିରୀହ ଆଦିବାସୀଙ୍କ ନା ରେ ଉଠୁଛି ଟଙ୍କା, କିନ୍ତୁ ମାଲେମାଲ ହେଉଛନ୍ତି ଯନ୍ତ୍ରୀ ଓ ଠିକାଦାର, ଏଭଳି ଏକ ଦୃଶ୍ୟ ସିଧାସଳଖ ଦେଖିବାକୁ ମିଳୁଛି କୋଷାଗୁମୁଡା ବ୍ଲକ ଏମ କେରାଗାଁ ପଂଚାୟତ ଠାରେ l ଏତଦବ୍ୟତୀତ ନବରଙ୍ଗପୁର ଜିଲ୍ଲାରେ ମଧ୍ଯ ଏହାର କାୟା ବିସ୍ତାର ହୋଇ ସାରିଛି lଏମ କେରାଗାଁ ପଂଚାୟତ ରେ ସତ ପ୍ରତିଶତ ନିରୀହ ଆଦିବାସୀ ଲୋକେ ବସବାସ କରନ୍ତି ଏହି ପଂଚାୟତ ଓଡିଶା ଓ ଛତିଶଗଡ ସୀମା କୁ ଲାଗିରହିଥିବା ଦେଖିବାକୁ ମିଳୁଛି ଯେଉଁଥି ପାଇଁକି ସାଧାରଣ ରେ ପଂଚାୟତ ର ସମସ୍ତେ ନିଜ ପଂଚାୟତ ରେ କୌଣସି କାମ ଧନ୍ଦା ନ ପାଇ ପଡୋଶୀ ରାଜ୍ୟ ଛତିଶଗଡ କୁ କୁଲିମଜୁରୀ କରିବାକୁ ଯାଇ ନିଜ ପରିବାର ପେଟ ପୋଷନ୍ତି | ସରକାର ଗରିବଙ୍କ ପାଇଁ ଶହେ ଦିନ କାମ ଯୋଗାଇବା ପାଇଁ ମନରେଗା ଯୋଜନା କରିଛନ୍ତି, ହେଲେ ତାହାର କୌଣସି ସୁଫଳ ଦେଖିବାକୁ ମିଳୁନାହିଁ କୋଷାଗୁମୁଡା ବ୍ଲକ ସହ ଅନ୍ୟ ବ୍ଳକ ରେ |ବାରମ୍ବାର ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ ହେଉଛି। କାମ ରେ ମଣିଷ ବଦଳ ରେ ଜେସିବି ମେସିନ ଓ ଟ୍ରାକ୍ଟର ସାହାଯ୍ୟରେ କାମ ହେଉଥିବା ଦେଖିବାକୁ ମିଳୁଛି lବର୍ତମାନ ଏମ କେରାଗାଁ ପଞ୍ଚାୟତ ର ସିରାଗୁଡା ଗ୍ରାମ ନିକଟ ମୁଖ୍ୟ ରାସ୍ତା କଡ଼ ରେ ଥିବା ଏକ ଜମି ଠାରେ ପୋଖରୀ ଖନନ କରାଯାଇଥିବା ବେଳେ ଏଠାରେ ବିନା ସୂଚନା ଫଳକ ରେ କାମ ହେଉଥିବା ଦେଖିବାକୁ ମିଳୁଛି। ରାତି ଦିନ ମେସିନ୍ ସାହାଯ୍ୟ ରେ କାମ ହେଉଥିବା ଅଭିଯୋଗ କଲେ ମଧ୍ୟ ବିଭାଗୀୟ ସରକାରୀ ଯନ୍ତ୍ରୀ ବା ବ୍ଳକ ପ୍ରଶାସନ ଶୁଣୁ ନାହାନ୍ତି। ମେସିନ ସାହାଯ୍ୟ ରେ ମାଟି ଖୋଳି ମୁଖ୍ୟ ରାସ୍ତା କଡ଼ ରେ ପକାଯାଉଛି ଯେଉଁଥି ପାଇଁକି ଏବେ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀ ବଡ଼ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ଅଳ୍ପ ବର୍ଷା ହେଲେ ରାସ୍ତା କଡ଼ ରେ ଥିବା ମାଟି ମୁଖ୍ୟ ରାସ୍ତା ଉପରେ ଆସି ଜମା ହେଉଛି | ଏଠି ବଡ଼ ପ୍ରଶ୍ନ ହେଉଛି ଯେ ସରକାରୀ ଯନ୍ତ୍ରୀ ଓ ଠିକାଦାର ଙ୍କୁ ଏତେ ସାହସ ହେଉଛି କିପରି? ମୁଖ୍ୟ ରାସ୍ତା କଡ଼ ରେ ମେସିନ ଲଗାଇ ଦିନରାତି କାମ କରିବାକୁ ୟାଙ୍କୁ ବଳ ଆସୁଛି କେଉଁଠୁ? କଣ ଉପରସ୍ଥ ଅଧିକାରୀ ଙ୍କ ଭୟ ଉଠିଯାଇଛି ନା ଉପରସ୍ଥ ଅଧିକାରୀ ଙ୍କ ଛତ୍ରଛାୟା ରେ ଚାଲିଛି ମିଳିତ ମଧୁଚନ୍ଦ୍ରିକା? ଅନ୍ୟ ପଟେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ କଡା ନିର୍ଦ୍ଦେଶ ଅନୁଯାୟୀ ମନରେଗା କାମରେ ମେସିନ୍ ବ୍ୟବହାର କଲେ ତୁରନ୍ତ ବନ୍ଦ କରିବା ସହ ବିଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବ୍ଳକ ପ୍ରଶାସନ ପାଳନ କରୁ ନାହାନ୍ତି। ଆଗାମୀ ଦିନରେ ଯଦି ରୋକ ନ ଲାଗିଲେ ଆହୁରି ଅଧିକ ଦାଦନ ଖଟିବାକୁ ବାହାର ରାଜ୍ୟ କୁ ଯିବେ ବୋଲି ସାଧରଣରେ ଚର୍ଚ୍ଚା ହେଉଛି।ତେବେ କାହା ଛତ୍ରଛାୟା ତଳେ ରହି ବେଧଡକ୍ ମେସିନ୍ ସାହାଯ୍ୟ ରେ କାମ କରୁଛନ୍ତି ତାହା ତଦନ୍ତ କରିବା ସହ ଜିଲ୍ଲାପାଳ ହସ୍ତକ୍ଷେପ କରି ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣ ରେ ଦାବି ହେଉଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସିଆରପିଏଫ ୬୪ ବାଟାଲିଆନ ତରଫରୁ ଜନ ସମ୍ପର୍କ ଶିବିର

Sunil Chandra Nayak

ଏଚଏଫଆଇ ପକ୍ଷରୁ ରାଉରକେଲା ବିକାଶ ଓ ସମସ୍ୟା ନେଇ ଆଲୋଚନା ମଞ୍ଚ’ ଆୟୋଜିତ

Sunil Chandra Nayak

ତିରିଂ ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଉପରେ ବିଧାୟକଙ୍କ ମାତ୍ରାଧିକ ହସ୍ତକ୍ଷେପ ନେଇ ତିରିଂ ପଞ୍ଚାୟତ ସମିତି ଜନପ୍ରତିନିଧିଙ୍କ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

masiha

Leave a Comment

error: Content is protected !!