ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା

ନବରଙ୍ଗପୁର ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା

ନବରଙ୍ଗପୁର :(୨୬|୯)(ରବି ନାରାୟଣ ମହାନ୍ତି)ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଙ୍ଘ ଓଡିଶା, ଭୁବନେଶ୍ଵର ତରଫରୁ ଏକ ୧୫ ଦଫା ଦାବୀ ଉପସ୍ଥାପନ ପୂର୍ବକ ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ କାର୍ଯ୍ୟ ରତ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ସଂଘର କର୍ମକର୍ତ୍ତା, ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ସାକ୍ଷାତ କରି ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଦୀର୍ଘଦିନର ଦାବି ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟ ସଂଘର ସହ ସମ୍ପାଦକ ରଞ୍ଜନ କୁମାର ବେହେରା, ନବରଙ୍ଗପୁର ଜିଲ୍ଲା ସଂଘର ଉପଦେଷ୍ଟା ସାଧୁରାମ ଭତରା, ଉପସଭାପତି ହର ପ୍ରସାଦ ମିଶ୍ର, ସପନ ହଲଦାର, ଅଡିଟର ସନ୍ତୋଷ କୁମାର ଦାସ, କାର୍ଯ୍ୟକାରୀ ସମ୍ପାଦକ ବିଶ୍ୱଜିତ୍ ମହାରଣା,ଅବନି ମଜୁମଦାର, ମହିଳା ସଭ୍ୟା ଅନୁ ଗୋଲଦାର, ମନୋଜ ମିଶ୍ର ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ। ଏଲିମେଣ୍ଟ୍ରି କ୍ୟାଡର ସୃଷ୍ଟି,ବିଭାଗରେ କାର୍ଯ୍ୟରତ ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କର ଦରମାଗତ ଅସଂଗତି, ମେସ ଦାୟୀତ୍ବରୁ ଶିକ୍ଷକ ମାନଙ୍କୁ ବିରତି, ଗଣ ଶିକ୍ଷା ବିଭାଗ ଭଳି ଶିକ୍ଷା ନିରୀକ୍ଷକ ପଦବୀ ଏବଂ ଏଥି ସମ୍ବନ୍ଧିତ ଅନ୍ୟାନ୍ୟ ପଦବୀ ସୃଷ୍ଟି , ଶିକ୍ଷା କୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଧ୍ଵକ ଶିକ୍ଷକ ପଦବୀ ସୃଷ୍ଟି କରିବା , ପୋର୍ଟାଲ ଜରିଆରେ ବଦଳି ଆବେଦନ, ନିୟମିତ ହୋଇଥିବା କନଟ୍ରାଚୁଆଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏସ.ଓ.ପି. ଲାଗୁ କରିବା, କ୍ରୀଡ଼ା ଶିକ୍ଷକ ମାନଙ୍କୁ ୨୮୦୦ ମୂଳ ଦରମା ପ୍ରଦାନ, ହିନ୍ଦୀ ସଂସ୍କୃତ ଶିକ୍ଷକ ମାନଙ୍କର ଦରମାଗତ ତାରତମ୍ୟ ଦୂର କରିବା ଏବଂ ୨୦୦୬ ମସିହାରୁ କାର୍ଯ୍ୟରତ କନଟ୍ରାଚୁଆଲ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତୁରନ୍ତ ରେଗୁଲାର କରିବା, ଟିଜିଟି ଶିକ୍ଷକ ମାନଙ୍କର ଯଥାଶୀଘ୍ର ଗ୍ରେଡେସନ କରି କ୍ଲାସ ୩ ପଦବୀ ଦେବା ଇତ୍ୟାଦି ସମସ୍ୟା ଜଣାଇଥିବା ସହ ଦୀର୍ଘ ୨୦୨୨ ରୁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଏମ.ଏ.ସି.ପି ଜିଲ୍ଲା କାର୍ଯ୍ୟାଳୟରେ ପଡ଼ି ରହିବା ଆଦି କଥା ଜଣାଇଛନ୍ତି । ଏହା ଶୁଣି ଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ସମସ୍ତ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରି ଅଳ୍ପ ଦିନରେ ତୁରନ୍ତ ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ କରାଯିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି । ଆଲୋଚନା ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ବିଭାଶ ମହାପାତ୍ର, ସରୋଜ ପାଣି, ମହେଶ ଗଣ୍ଡ, ଦିବ୍ୟ ରଞ୍ଜନ ସାହୁ, ସୂର୍ଯ୍ୟ କୁମାର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

୪୨ମୈାଜା କର୍ମକାଣ୍ଡବିତ୍ ବ୍ରାହ୍ମଣ ମହାସଭାର ବୈଠକ

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ

Sunil Chandra Nayak

ଡ଼ାଇଭାରସନ ନିର୍ମାଣରେ ତ୍ରୁଟି, ଗମନାଗମନ ବ୍ୟାହତ

Sunil Chandra Nayak

Leave a Comment

error: Content is protected !!