ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ସ୍ଥାଣୁତା :ପୋଡ଼ାଗଡ଼ ଡ୍ୟାମ ପାଚେରୀ ଭିତରେ ଚାଷ 

ତେନ୍ତୁଳିଖୁଣ୍ଟି ୨୫/୦୬/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ଠାରେ ଇନ୍ଦ୍ରାବତୀ ଡ୍ୟାମ ସର୍କଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟ ର କାର୍ଯ୍ୟ ପରିସର ଓ କ୍ଷମତା ନେଇ ବହୁ ପ୍ରଶ୍ନ ମୁଣ୍ଡ ଟେକୁଛି। ପ୍ରଥମତଃ ଏହି କାର୍ଯ୍ୟାଳୟ ଅଧିନ ରେ ଥିବା ପୋଡ଼ାଗଡ଼ ବନ୍ଧ ଦ୍ୱାରା ପରିଚାଳିତ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ତଥା ପ୍ରକଳ୍ପ ଡାକ୍ତରଖାନା ର ସର୍ବନିମ୍ନ ସ୍ଵଛତା ତଥା ସାନିଟାରୀ ବ୍ୟବସ୍ଥା ପ୍ରତି କୌଣସି ପଦକ୍ଷେପ ନେଉ ନାହାନ୍ତି। ଡାକ୍ତରଖାନା ଦୈନନ୍ଦିନ ପରିଚାଳନା ବାବଦ ଖର୍ଚ୍ଚ ଉଠାଇବା ପାଇଁ ମଧ୍ୟ ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି। ତତ୍କାଳୀନ ମୁଖ୍ୟନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟ ଯେଉଁ ଟି ଜିଟି ଶିକ୍ଷକ ଚୁକ୍ତିଭିତ୍ତିରେ ନିଯୁକ୍ତି ଦେଇଥିଲେ ସେମାନଙ୍କ ଭବିଷ୍ୟତ ନେଇ କୌଣସି ଉତ୍ତର ନାହିଁ କର୍ତ୍ତୃପକ୍ଷ ନିକଟରେ। ଡାକ୍ତରଖାନା ଟିଏ ପରିଚାଳନା ତ ପରିଚାଳନା କରୁ ନାହାନ୍ତି ,ଯଦି ଭବିଷ୍ୟତ ରେ ସ୍ୱାସ୍ଥ୍ୟ ବିଭଗ କୁ ହସ୍ତାନ୍ତର ହୁଏ ଡାକ୍ତରଖାନା ସ୍ୱୀକୃତ ହୋଇଥିବା ଡାକ୍ତର ତଥା ଅନ୍ୟାନ୍ୟ କର୍ମଚାରୀ ଙ୍କ ପାଇଁ କ୍ୱାଟର ବ୍ୟବସ୍ଥା ସହ ହସ୍ତାନ୍ତର ହେବା କଥା। ଏଥିପ୍ରତି ମଧ୍ୟ ପ୍ରକଳ୍ପ କର୍ତ୍ତୃପକ୍ଷ ନିରବ। ନୀରବତା ସୀମା ସେତେବେଳେ ଅଧିକ ହେଉଛି ଯେତେବେଳେ ଯେଉଁ ଚାରି ଗୋଟି ଡ୍ୟାମ ର ରକ୍ଷଣାବେକ୍ଷଣ ଦାୟିତ୍ୱ ପାଇଁ କାର୍ଯ୍ୟାଳୟ ସେଇ ଡ୍ୟାମ କୁ ଯାଇଥିବା ରାସ୍ତା କଦର୍ଯ୍ୟ ହୋଇ ଯାତାୟତ ଅନୁପଯୋଗୀ ହୋଇଗଲାଣି। ଅଥଚ କୋଟି କୋଟି ଖର୍ଚ୍ଚ କରି କେବଳ ଡ୍ୟାମ ଅଞ୍ଚଳରେ ପାଚେରୀ ଗାର୍ଡ ୱାଲ ରେ ସୀମିତ ହୋଇଛି। ଶାସନ ନିରବ ଡ୍ୟାମ ଅଞ୍ଚଳରେ ତଥା ଡ୍ୟାମ ପାଚେରୀ ଭିତରେ ଚାଷ ହେଉଛି କି ପଥର ଚୋରି ହେଉଛି କି ଜେସିବି ଲଗାଇ ଡ୍ୟାମ ଅଞ୍ଚଳ ରେ ଜମି କଢ଼ାଯାଉଛି ? କାହିଁକି ଏହି ନୀରବତା ? ନିଜ କ୍ଷମତା ଶୂନ୍ୟତା ପାଇଁ ନା ନିଜେ ଶାସନ ପାଇଁ ଅକ୍ଷମ ? ସେ ଯାହାବି ହେଉ କୋଟି କୋଟି ଖର୍ଚ୍ଚ କରି ପାଚେରୀ ନିର୍ମାଣ ହୋଇଛି ,ଡ୍ୟାମ ଜଗିବାକୁ ତିନି ପର୍ଯ୍ୟାୟ ରେ 18 ସିକ୍ୟୁରିଟି ଗାର୍ଡ ରଖାଯାଇଛି। ସେମାନେ କରୁଛନ୍ତି କଣ ? ଡ୍ୟାମ ପାଚେରୀ ସୀମା ମଧ୍ୟରେ ଟ୍ରାକ୍ଟର ରେ ଚାଷ ଓ ଯେ ସି ବି ଲଗାଇ ଜମି କାଢ଼ିବା ତଥା ବୃକ୍ଷ କାଟିବ ନେଇ କୌଣସି ରିପୋର୍ଟ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କୁ ଦେଉ ନାହାନ୍ତି ନା ରିପୋର୍ଟ ପାଇ ମଧ୍ୟ ନିରବ କର୍ତ୍ତୃପକ୍ଷ? ମୃତ୍ତିକା କ୍ଷୟ ହୋଇ ଡ୍ୟାମ ର ଜୀବନକାଳ ହ୍ରାସ ହେବା ସମ୍ଭାବନା ରହିଛି। ଜଳଭଣ୍ଡାର ପୋତିଯିବା ଦ୍ୱାରା ପ୍ରକଳ୍ପ ର ଲକ୍ଷ୍ୟ ମଧ୍ୟ ପୂରଣ ରେ ମଧ୍ୟ ବାଧା ସୃଷ୍ଟି ହେବ ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବାଇକ୍ କାର୍ ମୁହାଁମୁହିଁ , ବାଇକ ଆରୋହୀ ଶଳା ଭିଣୋଇ ଗୁରୁତର

Sunil Chandra Nayak

ବାଇକ ଓ ବାଇକ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର 

masiha

ଗଞ୍ଜାମ ଜିଲ୍ଲା ଠିକାଦାର ସଙ୍ଘର ସାଧାରଣ ଅଧିବେଶନ

Sunil Chandra Nayak

Leave a Comment

error: Content is protected !!