ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଜନା ଓ ସଂଯୋଜନ ବିଭାଗ ସ୍ଵତନ୍ତ୍ର ସଚିବ ଶ୍ରୀ ତେମଜେନ୍ ଓ୍ୱାପାଙ୍ଗ ଏଓ ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ,କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା ର ସମୀକ୍ଷା

ଯୋଜନା ଓ ସଂଯୋଜନ ବିଭାଗ ସ୍ଵତନ୍ତ୍ର ସଚିବ ଶ୍ରୀ ତେମଜେନ୍ ଓ୍ୱାପାଙ୍ଗ ଏଓ ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ,କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା ର ସମୀକ୍ଷା

ଭବାନୀପାଟଣା -+  ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ର ସ୍ୱତନ୍ତ୍ର ସଚିବ ତେ ମଜେନ୍ ଓ୍ୱାପାଙ୍ଗ ଏଓ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଥୁଆମୂଳ ରାମପୁର ବ୍ଳକ ର ସାଇସୁରନି ସ୍ଥିତ ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ମା ଗୃହ,କାଣିଗୁମା ର ନୂତନ କଫି ଉଦ୍ୟାନ, ଇନ୍ଦ୍ରାବତୀ ଜଳ ଭଣ୍ଡାର ର ପିଞ୍ଜରା ଭିତରେ ହେଉଥିବା ମାଛ ଚାଷ ପ୍ରକଳ୍ପ ପରିଦର୍ଶନ କରି ଏହାର ରକ୍ଷଣାବେକ୍ଷଣ,ସୁପରିଚାଳନା ଦାୟିତ୍ୱ ରେ ଥିବା ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ। ସ୍ଵତନ୍ତ୍ର ସଚିବ ଜୟପାଟଣା ବ୍ଲକ ର କେତେକ ଅଞ୍ଚଳ ପରିଦର୍ଶନ କରି ଉନ୍ନୟନମୂଳକ ପ୍ରକଳ୍ପ ର ଅଗ୍ରଗତି କାର୍ଯ୍ୟ ର ତଦାରଖ ମଧ୍ୟ କରିଥିଲେ, କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଭାରତୀୟ ପ୍ରଶାସନିକ ସେବା ( ପ୍ରବେଶନ) ଅନିମେସ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। କ୍ଷେତ୍ର ପରିଦର୍ଶନ ପରେ ଆଜି ଜିଲାପରିଷଦ ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ସ୍ଵତନ୍ତ୍ର ସଚିବ ତେମଜେନ୍ ଓ୍ୱାପାଙ୍ଗ ଏଓ ଯୋଗଦେଇ ଜିଲ୍ଲାରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗୀୟ ଜନକଲ୍ୟାଣ ଯୋଜନା,ପ୍ରକଳ୍ପ ର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି,ପାନୀୟ ଜଳ, ସମାଜ କଲ୍ଯାଣ, ସମନ୍ବିତ ଜନଜାତି ଉନ୍ନୟନ,ଶିଶୁ ସୁରକ୍ଷା, ଗମନାଗମନ, ଯୋଗାଣ, ଦକ୍ଷତା ବିକାଶ,ନିୟୋଜନ, ଗ୍ରାମ୍ୟ ଉନ୍ନୟନ ଇତ୍ୟାଦି ବିଭାଗୀୟ କାର୍ଯ୍ୟକ୍ରମ ର ଅଗ୍ରଗତି ଓ ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରିଥିଲେ। ନୀତି ଆୟୋଗଙ୍କ ମାପ ଦଣ୍ଡ କୁ ନେଇ ଆକାଂକ୍ଷା ଜିଲ୍ଲା ଓ ବ୍ଲକ ର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିଭାଗୀୟ ଜନକଲ୍ୟାଣ ଯୋଜନା,ପ୍ରକଳ୍ପର ର ସଫଳ ରୂପାୟନ କିପରି ହେଇପାରିବ ସେ ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ୍ ହୋଇ କାର୍ଯ୍ୟ କରିବା ପାଇଁ ସ୍ଵତନ୍ତ୍ର ସଚିବ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସ୍ଵତନ୍ତ୍ର ସଚିବ ଙ୍କୁ ସ୍ଵାଗତ ଜଣାଇବା ସହିତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମୀକ୍ଷା ବୈଠକରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ, ଉପ ଜିଲ୍ଲାପାଳ ଭବାନୀପାଟନା ପ୍ରଭାତ କୁମାର ପରିଡା, ଭାରତୀୟ ପ୍ରଶାସନିକ ସେବା (ପ୍ରୋବେସନ) ଅନିମେଶ ପ୍ରଧାନ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ନିହାରେନ୍ଦ୍ର ପଣ୍ଡା, ଉପ ନିର୍ଦେଶକ ଜିଲ୍ଲା ଯୋଜନା ଓ ସଂଯୋଜନ ଶ୍ରୀକାନ୍ତ ଦଳେଇ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ। 

( ମ ନି ସ ) 

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

Sunil Chandra Nayak

ସହକାରୀ ଉଦ୍ୟାନ କୃଷି ଅଧିକାରୀ କାର୍ଯ୍ୟାଳୟରେ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ 

Sunil Chandra Nayak

ଧର୍ମଗଡ଼ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

Sunil Chandra Nayak

Leave a Comment

error: Content is protected !!