ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଶାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଶ୍ରୀ ଶ୍ରୀ ଶାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା:: ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଦ୍ଵାରା ପରିଚାଳିତ ଶ୍ରୀ ଶ୍ରୀ ଶାରଳା ମନ୍ଦିର ପତାଞ୍ଜଳି ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଉକ୍ତ କେନ୍ଦ୍ର ପରିସରରେ କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷୟତ୍ରୀ କୁନ୍ତଳା ସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୁରୋହିତ ଅରବିନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ହୋମ ଯଜ୍ଞ ସମସ୍ତଙ୍କ କଲ୍ୟାଣ ନିମନ୍ତେ କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅକ୍ରୁର ମାର୍ଥା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଶ୍ରୀ ମାର୍ଥା ତାଙ୍କ ମାର୍ଗ ଦର୍ଶନରେ ଯୋଗର ଗୁଢ଼ତତ୍ଵ , ନିରୋଗ ଜୀବନ ଯାପନ, ତଥା ସମାଜ ଓ ରାଷ୍ଟ୍ର ନିର୍ମାଣରେ ଯୋଗର ଅବଦାନ ଉପରେ ଆଲୋକପାତ କରିଥିଲେ l ଯୋଗ ହିଁ ସୁସ୍ଥ ଜୀବନ ଯାପନ କରିବା ସହିତ ପରିବାରରେ ସ୍ୱର୍ଗୀୟ ଆନନ୍ଦ ମିଳିଥାଏ ଓ ମେଡିକାଲ ଖର୍ଚ୍ଚରୁ ମୁକ୍ତି ମିଳିଥାଏ । ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ବିନୀ ସ୍ୱାଇଁ , ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ, ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର, ବରିଷ୍ଠ ଯୋଗ ଶିକ୍ଷକ ବାଲେନ୍ଦୂ ଶେଖର ଦୁବେ ଯୋଗର ପ୍ରସାର ଓ ପ୍ରଚାର ଉପରେ ଗୁରୁତ୍ବ ଦେବା ସହ ସମସ୍ତେ ପ୍ରତିଦିନ ଏହାକୁ ଅଭ୍ୟାସ ଜାରି ରଖିବା ଏବଂ ଅଷ୍ଟାଙ୍ଗ ଯୋଗକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ ଓ ପରିଚାଳନା କରିଥିଲେ ଜିଲ୍ଲା ମହିଳା ସଙ୍ଗଠନ ମନ୍ତ୍ରୀ ସନ୍ଧ୍ୟାରାଣୀ ସାହୁ । ଏହାସହ ସ୍ମିତାଞ୍ଜଳୀଙ୍କ ସହ ନୃତ୍ୟ ପରିବେଷଣ କରିଥିଲେ । ପରିଚାଳିକା କୁନ୍ତଳା ସ ଭଜନ ଗାୟନ କରିଥିଲେ। ଏହି କେନ୍ଦ୍ରର ସମସ୍ତ ସାଧିକା ଓ ମନ୍ଦିର କମିଟି ମିଶି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ଏହି କେନ୍ଦ୍ରର ସ୍ମିତଞ୍ଜଳୀ, ମାନସୀ, ମମତା, ଝରଣା, ଲିପି, ଶୁଭସ୍ୱପନା, ସତ୍ୟଭାମା, ମାନା, ସୁଜାତା, ସନ୍ତୋଷିନୀ, ସତ୍ୟବ୍ରତୀ, ପ୍ରତିଭା ଆଦି ମିଳିତ ଯୋଗ ନୃତ୍ୟ ପରିବେଷଣ କରି ମନ୍ତ୍ରମୁଗ୍ଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍ଗୀତା ଚୌଧୁରୀ, ବୀଣା ଦେବୀ, ସୁରଚିତା ଭୂୟାଁ, ମମତା ଜେନା, ପୁସ୍ପିତା ସାହୁ, ସେବତୀ ଦ୍ବିବେଦୀ, ଶୁଭସ୍ଵପ୍ନା ମହାପାତ୍ର, ସତ୍ୟଭାମା ପାଣିଗ୍ରାହୀ, ପ୍ରତିଭା ମହାପାତ୍ର, ସତ୍ୟବତୀ ମିଶ୍ର, ସ୍ମିତାଞ୍ଜଳି ବେହେରା, ସନ୍ତୋଷିନୀ ସୁନା , ଏସ ସୁଶୀଳା,ଅଭିଷେକ, ମାନସୀ, ଝରଣା ବେହେରା ଙ୍କ ସହିତ ବହୁ ସଦସ୍ୟା ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ଚାରଣ କଲେ କଂଗ୍ରେସ ନେତା

masiha

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ 

Sunil Chandra Nayak

ସର୍ଦାରବନ୍ଧ ଗ୍ରାମ ପଞ୍ଚାୟତରେ ଦନ୍ତା ହାତୀ ଆତଙ୍କ

masiha

Leave a Comment

error: Content is protected !!