ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଅ ନିଖୋଜ ନେଇ ପିତା କଲେ ଅଭିଯୋଗ

ପୁଅ ନିଖୋଜ ନେଇ ପିତା କଲେ ଅଭିଯୋଗ

ଔପଦା,୧୬/୮/୨୫- ନିଖୋଜ ପୁଅକୁ ଖୋଜୁଛି ବାପା । ନିରାଶ ହୋଇ ଥାନାରେ ଅଭିଯୋଗ କରିଛି ବାପା । ଏମିତି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଅଞ୍ଚଳରେ । ଅଭିଯୋଗରୁ ଜଣାଯାଇଛି ଯେ ଔପଦା ଥାନା ପାଟପୁର ଗ୍ରାମର ବ୍ରଜମୋହନ ବିନ୍ଧାଣୀଙ୍କ ପୁଅ ଶିବଶଙ୍କର ବିନ୍ଧାଣୀ(୧୬) ଗତ ୧୨/୮/୨୫ ରିଖ ସକାଳ ୭ ଘଟିକା ସମୟରେ ଟିଉସନ ଯାଉଛି କହି ଘରୁ ଯାଇଥିଲା ହେଲେ ସେ ଟିଉସନକୁ ଯାଇନାହିଁ କି ଘରକୁ ଫେରିନାହିଁ । ବହୁ ଖୋଜାଖୋଜି ପରେ ପୁଅର କୌଣସି ସନ୍ଧାନ ନ ପାଇବାରୁ ୧୩/୮/୨୫ ରିଖରେ ବାପା ବ୍ରଜମୋହନ ବିନ୍ଧାଣୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଔପଦା ପୋଲିସ ମିଶିଙ୍ଗ କେସ୍ ନମ୍ବର ୧୨୫/୨୫ ରୁଜୁକରି ତଦନ୍ତ ଜାରି ରଖିଛି । ପୁଅର ରଙ୍ଗ ଗୋରା, ଉଚ୍ଚତା ୫ ଫୁଟ ୬ ଇଞ୍ଚ, ଗଲାବେଳେ ୩/୪ ହଳ ପେଣ୍ଟ ସାର୍ଟ ସାଥିରେ ନେଇଥିବା ବେଳେ ଏବର୍ଷ +୨ ରେ ଆଡମିସନ କରିଛି । ପୁଅ ନିଖୋଜ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିବା ସହିତ ପୁଅକୁ ଉଦ୍ଧାର ନିମନ୍ତେ ପୋଲିସକୁ ଆକୁଳ ନିବେଦନ କରିଛନ୍ତି । ଯାହା ଅଭିଯୋଗକାରୀଙ୍କ ଅଭିଯୋଗରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ 

masiha

‘ମୋନ୍ଥା’ ପ୍ରଭାବ ରେ ଓଷାଦେବୀ ହାଇସ୍କୁଲରଛାତ୍ରୀନିବାସ ପାଚେରୀ ଭାଙ୍ଗିଲା 

Sunil Chandra Nayak

ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

Leave a Comment

error: Content is protected !!