ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵାଧୀନତା ଦିବସରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ୧୯୯୮ ମ୍ଯାଟ୍ରିକ ସହପାଠୀଙ୍କ ତରଫରୁ ଵୀର୍ସା ମୁଣ୍ଡା ବୃଦ୍ଧା ଶ୍ରମ ଅନ୍ତେଵାସୀଙ୍କୁ ସହାୟତା ବଣ୍ଟନ

ସ୍ଵାଧୀନତା ଦିବସରେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ୧୯୯୮ ମ୍ଯାଟ୍ରିକ ସହପାଠୀଙ୍କ ତରଫରୁ ଵୀର୍ସା ମୁଣ୍ଡା ବୃଦ୍ଧା ଶ୍ରମ ଅନ୍ତେଵାସୀଙ୍କୁ ସହାୟତା ବଣ୍ଟନ

 ମୟୂରଭଂଜ – ୧୭/୦୮ — ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ର ୧୯୯୮ ମସିହା ମ୍ୟାଟ୍ରିକ ବେଚ ସହପାଠୀ ଚଳିତବର୍ଷ ସ୍ଵାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ।ରାଇରଙ୍ଗପୁର ଗଢ ଗ୍ରାମ ସ୍ଥିତ ଵୀର୍ସା ମୁଣ୍ଡା ଵୃଦ୍ଧାଶ୍ରମକୁ ୯୮ ମସିହା ସାଥୀବୃନ୍ଦ ଯାଇ ଅନ୍ତେବାସୀଙ୍କୁ ଫଳ,ବିସ୍କୁଟ,ମିକ୍ସଚର,ଔଷଧ,ତାସ୍,ପ୍ଳାଷ୍ଟିକ ମେଟ୍ ମଶା ତେଲ ବଣ୍ଟନ କରିଥିଲେ ।ତଦସହ ଅନ୍ତେବାସୀଙ୍କ ସ୍ବାର୍ଥ ପରୀକ୍ଷା ପାଇଁ ଏକ ବ୍ଳଡ ପ୍ରେସର ମାପିବା ଡିଜିଟାଲ ମେସିନ,ମଧୁମେହ ପରୀକ୍ଷା ପାଇଁ ଏକ ମେସିନ ଯୋଗାଇଥିଲେ । ଆଉ ଅନ୍ତେବାସୀଙ୍କ କ’ଣ ଆବଶ୍ୟକ ବୋଲି ଵୃଦ୍ଧାଶ୍ରମର ମୁଖ୍ଯପରିଚାଳିକା ଯୁବା ସମାଜସେବୀ ରଞ୍ଜିତା ଲେଙ୍କାଙ୍କଠାରୁ ଵୁଝିଥିଲେ ।୧୯୯୮ ମସିହା ମେଟ୍ରିକ୍ ବେଚ ସାଥୀ ବୃନ୍ଦ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ ସେବା କରିଥିଲେ ।ଆଗକୁ ମଧ୍ୟ ଏହି ଅନୁଷ୍ଠାନ ତରଫରୁ ବହୁବିଧ ସାମାଜିକ କାର୍ଯକ୍ରମ ହାତକୁ ନିଆଯିବ ବୋଲି ସଦସ୍ୟ ଵଣ୍ଟି ଅଗ୍ରଓ୍ବାଲ,ଅଭିଷେକ ପାଢିଆ, ଜୟଦୀପ ମୋଦକ, ପୁନିତ ଗୁପ୍ତା,ମୁକେଶ ଆରମ,ପବନ ସମେତ ବହୁ ସାଥୀ ସୂଚନା ଦେଇଥିଲେ ।

ମୟୂରଭଂଜର ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ଏକ ମଣିଷ ଗଢ଼ା କାରଖାନା, କହିଲେ ମୁଖ୍ୟ ଅତିଥି 

masiha

ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଗୃହ ଓ ସହରାଞ୍ଚଳ ମନ୍ତ୍ରୀଙ୍କୁ ଦାବିପତ୍ର 

masiha

ଶ୍ରୀରାମ ନବମୀ ପାଇଁ ଗ୍ରାମ ଉତ୍ସବମୁଖର

masiha

Leave a Comment

error: Content is protected !!