ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଜପାୟୀଙ୍କ ପୁଣ୍ୟ ତିଥିରେ ବିଜେପିର ଶ୍ରଦ୍ଧାଞ୍ଜଳି ଓ ମନ୍ଦିରରେ ଦୀପ ପ୍ରଜ୍ବଳନ.

ବାଜପାୟୀଙ୍କ ପୁଣ୍ୟ ତିଥିରେ ବିଜେପିର ଶ୍ରଦ୍ଧାଞ୍ଜଳି ଓ ମନ୍ଦିରରେ ଦୀପ ପ୍ରଜ୍ବଳନ.

ରାଉରକେଲା: ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ତଥା ପ୍ରଥମ ବିଜେପି ରାଷ୍ଟ୍ରୀୟ ସଭାପତି ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି ଅବସରରେ ଆଜି ସେକ୍ଟର -୦୪ , ଆମ୍ବଗାନ୍ ଛକ ସ୍ଥିତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ରାଉରକେଲା ସାଙ୍ଗଠନିକ ଜିଲ୍ଲା ତରଫରୁ ନେତୃବୃନ୍ଦ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସନ୍ଧ୍ୟା ୬ ଘଟିକା ସମୟରେ ସେକ୍ଟର -୩ ସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ରେ ଦୀପ ପ୍ରଜ୍ବଳନ କରାଯାଇ ଜଗତର କଲ୍ୟାଣ ନିର୍ମିତ ୧୦୮ ଥର ପରମାତ୍ମାଙ୍କ ମନ୍ତ୍ର ପାଠ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଓ ଉପସ୍ଥିତ ନେତୃବୃନ୍ଦ ବାଜପାୟୀଙ୍କ ସୃତି ଚାରଣ କରିବା ସହିତ ତାଙ୍କର ଦୂରଦୃଷ୍ଟି ଓ କାର୍ଯ୍ୟ ଶୈଳୀର ଭୂୟସୀ ପ୍ରଶଂସା କରିଥିଲେ। ସର୍ବଶିକ୍ଷା ଅଭିଯାନ, ପୋଖରଣରେ ମିଶାଇଲ ପରୀକ୍ଷଣ, ସ୍ଵର୍ଣ୍ଣ ଚତୃଭୂଜ ଯୋଜନା ଓ ପ୍ରଧାମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ପ୍ରବର୍ତ୍ତକ ସେ ଥିଲେ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗବନ୍ଧୁ ବେହେରା,ପ୍ରାକ୍ତନ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ମୁଖପାତ୍ର ଗଙ୍ଗାଧର ଦାଶ , ସର୍ବେଶ୍ଵର ଦାସ ,ଜିତେନ୍ ମହାନ୍ତି , ରାଇସନ୍ ତିର୍କି, ସୁବ୍ରତ ପଟ୍ଟନାୟକ, ସରୋଜ ଦାସ, ଦିଲ୍ଲୀପ ଦାଶ, ମନୋରଞ୍ଜନ ମୁନୀ, ରାଜେନ୍ଦ୍ର ସାହୁ, ମନୋଜ ସେନାପତି,ଦିଲ୍ଲୀପ ପଟ୍ଟନାୟକ, ଜଗବନ୍ଧୁ ସାହୁ, ଅଜୟ କଂସାରୀ , ପ୍ରଣତାପ ଦାସ,ଚନ୍ଦ୍ରଶେଖର ଶତପଥୀ , କାଳିଆ ପଣ୍ଡା, ସତ୍ୟପ୍ରିୟ ସାହୁ, ଅକ୍ଷୟ କୁମାର ଦାଶ , ମାଦ୍ରୁ ଓରାମ, କେ ଏନ୍ ଚୌବେ, ଯୋକେନ ବେହୁରା, ମନୋଜ ପଟ୍ଟନାୟକ, ରିତା ସିଂ, ଶେଖ୍ ମୂଜାହିଦ, ଏସ ଦାସ, ଗାଡୁ ବାଗ, ମମତା ମହାନ୍ତି, ପ୍ରତିମା ରାଉତ, ମନୋଜ ସ୍ୱାଇଁ, ରବିନ୍ଦ୍ରନାଥ ବାରିକ, ମନୋଜ ଦାସ, ବୁଦ୍ଧିରାମ ସ୍ୱାଇଁ, ୟୁ ପି ସିଂ, ରଙ୍ଗବହାଦୂର୍, ତାରକାନାଥ ମହାପାତ୍ର, ତରୁଣ ତନ୍ତୀ, ନମ୍ରତା ବାଗ, ବଳରାମ ସମାସି, ନିରଞ୍ଜନ ପଟେଲ, ଗୌତମ ବାଡ଼ା, ଚନ୍ଦନ ବେହେରା, ଶରତ କୁମାର ବାରିକ, ସଂଗ୍ରାମ ପ୍ରଧାନ, ପରମେଶ୍ବର ସେନାପତି, ଅଜୟ କୁମାର ରାଉତ, ପୁନମ ପ୍ରଧାନ, ଛୋଟୁ ମହାନ୍ତ, ଅନନ୍ତ କୁମାର, ମମତା ସାହୁ, ଅନିଲ କୁମାର ତନ୍ତୀ, ସବିତା ସିଂ, ଶୋଭା ମାଝୀ, ତାଜ ଖାଁ, ଲକ୍ଷ୍ମୀ ଭୂମିଜ, ବଳରାମ ଭୋଇ, ପ୍ରଭାସ ଚୌଧୁରୀ, ବବିତା ଚୌଧୁରୀଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା , କର୍ମୀ ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆମ ପୁଲିସର ଶାନ୍ତି ବୈଠକ ଅନୁଷ୍ଠିତ

Sunil Chandra Nayak

ଜନତା ମଇଦାନର ଏମିତି ଆକର୍ଷଣ ପ୍ରତିଭା “ହମ୍ ବସ୍ତି କେ ହସ୍ତି” 

Sunil Chandra Nayak

ମୂର୍ଚ୍ଛନା ସାହିତ୍ୟ ଓ ପାଠାଗାର ର ଶୀତକାଳୀନ ଅଧିବେଶନ ,  ସାଗର ଗର୍ଭ ଉନ୍ମୋଚିତ

masiha

Leave a Comment

error: Content is protected !!