ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟରେ ରୁଙ୍ଗଟା ସ୍ପଞ୍ଜ ଆଇରନ ପକ୍ଷରୁ ପଙ୍ଖା,ଚୌକୀ,ପଢା ଉପକରଣ ଓ ଖେଳ ସରଞ୍ଜାମ ବଣ୍ଟନ

ବିଦ୍ୟାଳୟରେ ରୁଙ୍ଗଟା ସ୍ପଞ୍ଜ ଆଇରନ ପକ୍ଷରୁ ପଙ୍ଖା,ଚୌକୀ,ପଢା ଉପକରଣ ଓ ଖେଳ ସରଞ୍ଜାମ ବଣ୍ଟନ

ଯୋଡ଼ା – କେନ୍ଦୁଝର ଜିଲ୍ଲାର ଯୋଡ଼ା,ବଡ଼ବିଲ ଓ ତାହାର ଆଖ ପାଖ ଅଞ୍ଚଳରେ ଭାରତ ବର୍ଷର ବହୁ ଖଣି କମ୍ପାନୀ ଖଣି ଖନନ କାର୍ଯ୍ୟ ବର୍ଷ ବର୍ଷ ଧରି କରି ଆସୁଥିବାର ଦେଖିବାକୁ ମିଳେ।ତେବେ ବହୁ ଖଣି କମ୍ପାନୀ ଅଞ୍ଚଳରେ ରହି ଖଣି କାର୍ଯ୍ୟ କରି ସଫଳତା ପାହାଚ ଚଢ଼ୁଥିବା ବେଳେ ଗରିବ ଖଣିବାସୀ ତଥା ଅଞ୍ଚଳ ପ୍ରତି ଦାୟିତ୍ୱବୋଧ ଧୀରେ ଧୀରେ କମିବାର ଦେଖିବାକୁ ମିଳେ।ଆଜି ଖଣି ଅଞ୍ଚଳ ତଥା ଅଞ୍ଚଳବାସୀ ନାନାଦି ସମସ୍ୟା ଦେଇ ଗତି କରିଥିଲେ ମଧ୍ୟ ତାହାକୁ ବହୁ ଖଣି କମ୍ପାନୀ ଅଣଦେଖା କରି ଆସୁଥିବାରୁ ଏକ ଅସନ୍ତୋଷ ପ୍ରକାଶ ପାଏ।ତେବେ ଦେଖିବାକୁ ଗଲେ ଅଞ୍ଚଳର ଜଣାଶୁଣା ପ୍ରତିଷ୍ଠିତ ଖଣି କମ୍ପାନୀ ରୁଙ୍ଗଟା ଅଞ୍ଚଳର ସମସ୍ୟା ଏବଂ ଗରିବଙ୍କ ପ୍ରତି ସର୍ବଦା ତତ୍ପର ରହିବା ତଥା ପ୍ରଗତି ନିମନ୍ତେ ପ୍ରୟାସ କରୁଥିବାର ଦେଖିବାକୁ ମିଳେ।ସେପରି ରୁଙ୍ଗଟା ମାଇନସ ଲିମିଟେଡ ସ୍ପଞ୍ଜ ଆଇରନ ଡିଭିଜନ ନିଜର ସାମାଜିକ ଦାୟିତ୍ୱବୋଧର ଏକ କାର୍ଯ୍ୟକ୍ରମ ଗତ୨୦,୨୨,୨୩ ରିଖରେ କାରାକୋହ୍ଲା ତଳସାହି ସ୍କୁଲ,ବେଲକୁଣ୍ଡି ପ୍ରାଇମେରୀ ସ୍କୁଲ ଏବଂ ବେଲକୁଣ୍ଡି କମ୍ୟୁନିଟି ସେଣ୍ଟର ନିମନ୍ତେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିଥିବାର ଜାଣିବାକୁ ମିଳେ ।ତେବେ ରୁଙ୍ଗଟା କମ୍ପାନୀ ପକ୍ଷରୁ କାରାକୋହ୍ଲା ତଳସାହିର ଛୁଆଙ୍କ ନିମନ୍ତେ ବିଭିନ୍ନ ପ୍ରକାରର ଖେଳ ସାମଗ୍ରୀ କମ୍ପାନୀ ପ୍ରଦାନ କରିବା ସହ ପାଠପଢା ଉପକରଣ ପ୍ରଦାନ କରିବା ସହିତ ବେଲକୁଣ୍ଡି ପ୍ରାଇମେରୀ ସ୍କୁଲରେ ଏକ ଉର୍ଣତ ମାନର ୫୦ ଲିଟର ବିଶିଷ୍ଟ ଆକୁଆଗାର୍ଡ, ଦଶ ଗୋଟି ଉପର ପଙ୍ଖା ବ୍ୟତୀତ ସ୍କୁଲ କାର୍ଯ୍ୟାଳୟ ପରିଚାଳନା ସୁବିଧା ନିମନ୍ତେ ଉର୍ଣ୍ଣତ ମାନର ଚୌକୀ କମ୍ପାନୀ ବଣ୍ଟନ କରି ପ୍ରଶଂସା ସାଉଁଟିବାରେ ଲାଗିଛି। ଏପରିକି ନିକଟରେ ଥିବା ବେଲକୁଣ୍ଡି କମ୍ୟୁନିଟି ସେଣ୍ଟରରେ ୪୦ଗୋଟି ଚୌକୀ ପ୍ରଦାନ କରିବା ସହ କେତେକ ପଙ୍ଖା ମଧ୍ୟ ଦେବାରେ ସହଯୋଗ ରୁଙ୍ଗଟା ପକ୍ଷରୁ କରିଥିବାର ଜାଣିବାକୁ ମିଳେ।ତେବେ ଏହି ମହତ କାର୍ଯ୍ୟକ୍ରମ ରୁଙ୍ଗଟା ମାଇନସ ଲିମିଟେଡ ପ୍ଲାଣ୍ଟ ଡିଭିଜନର ନିର୍ଦ୍ଦେଶକ ଶ୍ରୀ ପ୍ରଣୟ କୁମାର ଦେଓ ଏବଂ ମାନବ ସମ୍ବଳ ମୁଖ୍ୟ ଶ୍ରୀ ଧବଳ ଚରଣ ସାହୁଙ୍କ ତତ୍ତ୍ଵlବଧାନରେ କାର୍ଯ୍ୟକ୍ରମ ସୁଚର ରୂପେ ଆୟୋଜିତ ହୋଇଥିବା ବେଳେ କମ୍ପାନୀର ଶ୍ରୀ ବିଶ୍ବରଂଜନ ପାଢ଼ୀ (ସିନିୟର୍ ଜି ଏମ) କାରାକୋହ୍ଲl ସ୍ପଞ୍ଜ ଆଇରନ ଡିଭିଜନର ପ୍ଲାଣ୍ଟ ମୁଖ୍ୟ ଶ୍ରୀ ଚରଣ କୁମାର ଜେନା ଓ କର୍ମଚାରୀ ବୃନ୍ଦଙ୍କ ସହଯୋଗରେ ସ୍ଥାନୀୟ ସମାଜ ସେବକ ଶ୍ରୀ ଲଛମନ ମହାନ୍ତଙ୍କ ଉପସ୍ଥିତିରେ କମ୍ପାନୀର କାର୍ଯ୍ୟକ୍ରମ ସମାପନକୁ ସାଧାରଣରେ ସ୍ବାଗତ ଯୋଗ୍ୟ କରିଥିବାର ଜାଣିବାକୁ ମିଳେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଅଣ୍ଟାମଡା ଗାଁରେ ପୁନର୍ବାର ୪ ଜଣ ଖ୍ରୀଷ୍ଟିଆନ ପରିବାରଙ୍କ କୁଡ଼ିଆ ଘର ପୁଡ଼ାଇଲେ , ଗାଁ ରୁ ତଡା ଖାଇ ଥାନାର ଦ୍ୱାରସ୍ଥ ହେଲେ, ଗାଁରେ ଶାନ୍ତି ବଦଳରେ ଅଶାନ୍ତି ସୃଷ୍ଟି ହେଉଛି 

Sunil Chandra Nayak

ଲୋକନୃତ୍ୟ କଳାକାରଙ୍କ ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଶୁଭାରମ୍ଭ l “ପ୍ରଚାର କରିବେ ସରକାରଙ୍କ ବିଭିନ୍ନ ଯୋଜନାର

masiha

ଚଇତି କ୍ରୀଡା -୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!