ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ୩ ଦଫା ଦାବି ନେଇ ବି.ଇ.ଓ କାର୍ଯ୍ଯାଳୟ ଘେରାଉ

ଥୁଆମୂଳ ରାମପୁର:୦୬/୦୮ – (ମନିସ):- ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନ କ୍ରମେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ(ଏ.ୟୁ.ପି.ଟି.ଏଫ) ସଭାପତି ଶ୍ରୀଯୁକ୍ତ ଅଜିତ କୁମାର ନାୟକ ଙ୍କ ନେତୃତ୍ୱରେ ଗତ କଲି ଯଥା ତା ୦୫/୦୮/୨୦୨୩ ରିଖ ଦିନ ୩ ଦଫା ଦାବି ନେଇ ବି ଇ ଓ କାର୍ଯ୍ଯାଳୟ ଘେରାଉ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସମ୍ମାନୀୟ ଏ ବି ଇ ଓ ଶ୍ରୀ ସୁରେଶ ଚନ୍ଦ୍ର ବେହେରାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ମାନ୍ଯବର ଗଣଶିକ୍ଷା ମନ୍ତ୍ରୀ, ମାନ୍ଯବର ଗଣଶିକ୍ଷା ସଚିବ, ୫ ଟି ସଚିବ, ଗଣଶିକ୍ଷା ନିର୍ଦ୍ଦେଶକ ଭୁବନେଶ୍ବର ଙ୍କ ଉଦ୍ଦେଶ୍ୟ ରେ ୩ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନହେଲେ ଆସନ୍ତା ୧୬ ତାରିଖ ଦିନ ସାମୁହିକ ଛୁଟିରେ ଯିବା ପାଇଁ ଚେତାବନୀ ଦିଆଯାଇଛି। ସେମାନେ ଦାବିପତ୍ର ଉହ୍ଲେଖ କରିଛନ୍ତି ଯେ ମାନ୍ଯବର ମୁଖ୍ୟମନ୍ତ୍ରୀ ରାଜ୍ଯରେ ଠିକା କର୍ମଚାରୀ ନିଯୁକ୍ତି ଉଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ଯରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷାସହାୟକଙ୍କ ଠିକା କାର୍ଯ୍ଯକାଳକୁ ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ଯାଡର ଶିକ୍ଷକ ଙ୍କୁ କ୍ଯାଡର ଭୁକ୍ତ କରାଯାଉ। କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ଯତା ପ୍ରଦାନ କରାଯାଉ। ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା ( ମୂଳ ଦରମା ଲେଭେଲ୍ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ) କରାଯାଉ। ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ଯବସ୍ଥା ପୁନଃ ପ୍ରଚଳନ କରାଯାଉ। ଉପସ୍ଥାପିତ ଦାବି ଗୁଡିକକୁ ପୂରଣ ନକରାଗଲେ ଆସନ୍ତା ୧୧ ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ ତାପରେ ଯଦି ଦାବି ପୂରଣ ନ ହୁଏ ତାହା ହେଲେ ଆସନ୍ତା ୧୬ ତାରିଖରୁ ସାମୁହିକ ଛୁଟିରେ ଯାଇ ପ୍ରତେକ ବ୍ଳକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ଯାଳୟ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ରାଲି ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ବରୀ ଛକରୁ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ଯାଳୟକୁ ପହଞ୍ଚି ଥିଲା। ଉକ୍ତ ଶୋଭାଯାତ୍ରାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଧୀରେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ଯୁଗ୍ମ ସମ୍ପାଦକ ଶ୍ରୀ ଉପେନ୍ଦ୍ର ପ୍ରଧାନ, ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଶ୍ରୀ ସୁରେଶ ନାଏକ, ଉପସଭାପତି ସୁଭାଷ ଚନ୍ଦ୍ର ନାଏକ, ଯୁଗ୍ମ ସମ୍ପାଦକ ଭବାନୀ ଶଙ୍କର ଗହିର୍, ଅର୍ଣ୍ଣପୂର୍ଣ୍ଣା ବାଗ, ସଂଗ୍ରାମ କେଶରୀ ବେହେରା, ସଂଯୋଜକ ଚୈତନ୍ୟ ନାଏକ, କୋଷାଧ୍ୟକ୍ଷ ମାଧବ ନାଏକ, ନୋଡାଲ ସି ଆର ସି ସି ସୁନାଧର ମାଝୀ, ଅଡ୍ରି ସି ଆର ସି ସି ଯଦୁମଣି ନାଏକ, ପୂରୁଣାଗୁମା ସି ଆର ସି ସି ରଶ୍ମିରଞ୍ଜନ ସେଠୀ, ଜିଲ୍ଲା କୋର କମିଟି ସଦସ୍ୟ ରାମେଶ୍ୱର ନାଏକ, ତପନ କୁମାର ବେହେରା, ସୁବାଷଚନ୍ଦ୍ର ବିଶ୍ବାଳ, ସି ଆର ସି ସି ବିଜନ କୁମାର ଯୋଶୀ, ପ୍ରଦୀପ କୁମାର ନାଏକ, ଅଜିତ୍ କୁମାର ଦୁର୍ଗା, ଡମ୍ବରୁଧର ନାଏକ ସମେତ୍ ଅନ୍ଯ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ।

ବଲଭଦ୍ର ବାଗ ଙ୍କ ରିପୋର୍ଟ 

Related posts

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ ଚମକିଲେ ଲଡୁଗାଁ ର ପୁଅ। ସମଗ୍ର ରାଜ୍ୟରେ ୬ଷ୍ଠ ସ୍ଥାନ ରଖି କୃତକାର୍ଯ୍ୟ ହେଲେ ଅମନ ଗୋୟଲ….

ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହ ପ୍ୟାନେଲର କଡ଼ା ଆଭିମୁଖ୍ୟ

Sunil Chandra Nayak

ନବରଙ୍ଗପୁର ଆଇନଜୀବୀ ସଂଘ ନିର୍ଵାଚନ: ସନ୍ତୋଷ ମିଶ୍ର ସଭାପତି, ତପନ କୁମାର ସିଂ ସମ୍ପାଦକ 

Leave a Comment

error: Content is protected !!