ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନସାଧାରଣଙ୍କର ସଚେତନତା ପାଇଁ ପୋଷଣ ପାଖଡା-2023 ପାଳନ ଅବସରରେ ପଦଯାତ୍ରା ଏବଂ ସାଇକେଲ ରାଲି 

ଅଦ୍ୟ ତା 31.03.2023 ରିଖ ଦିବା 10.30 ଘଣ୍ଟିକା ସମୟରେ ପୋଷଣ ପାଖଡା ଉତ୍ସବ ପାଳନ ଅବସରରେ ବାଜିଚୌକ ଛକଠାରୁ ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର 100ଜଣ ମହିଳା ସଭ୍ୟାଙ୍କୁ ନେଇ ପଦଯାତ୍ରା ଓ 100 ଜଣ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ସାଇକେଲ ରାଲି ଆୟୋଜନ କରାଯାଇଥିଲା । ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସେଠୀ, ଓ.ପ୍ର.ସେ (ଏସ୍), ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପତକା ଉତ୍ତୋଳନ କରି ଉକ୍ତ ପଦଯାତ୍ରା ଓ ସାଇକେଲ ରାଲିକୁ ଶୁଭାରମ୍ଭ କରିଥିଲେ । ଉକ୍ତ ରାଲିରେ ଶ୍ରୀମତୀ ପୂର୍ଣ୍ଣମାସି ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସଦର, ଡିପିସି (ମମତା), ଡିସି, (ଆକ୍ସନ ଏଡ୍ ଓ ୟୁନିସେଫ୍‌), ସୁପରଭାଇଜରମାନେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । 

ପଦଯାତ୍ରା ଓ ସାଇକେଲ ରାଲି ମାଧ୍ୟମରେ ମାଣ୍ଡିଆରୁ ତିଆରି ବିଭିନ୍ନ ପ୍ରକାର ଜିନିଷର ବ୍ୟବହାର ଓ ତାର ଉପାଦେୟତା ବିଷୟରେ ଲୋକମାନଙ୍କୁ ସଚେତନ କରିବା ଉପରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଗୁରୁତ୍ୱାରୋପ କରିଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ମୃତ୍ୟୁ ସହିତ ଲଢ଼ୁଛି ଦନ୍ତା, ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

masiha

ଦକ୍ଷିଣ ରାଉରକେଲା ରେ ଉତ୍କଳ ଦିବସ ପାଳିତ 

Sunil Chandra Nayak

ମୌଳିକ ସୁବିଧାରୁ ଅପହଞ୍ଚ ଗାଁ ଗମ୍ଭାରିଗୁଡା

masiha

Leave a Comment

error: Content is protected !!