ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୀତ ଦିନେ ବି ମହାଳିଙ୍ଗ ଗ୍ରାମରେ ପିଇବା ପାଣି ସମସ୍ୟା

ଗୋଲାମୁଣ୍ଡା,ତା.୨୭/୧୨ (ମ ନି ସ) :ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପିଇବା ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତେବେ କେତେକ ମୁନାଫାଖୋର ଅଧିକାରୀଙ୍କ ପାଇଁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଏଭଳି ପାଇବା ପାଣି ସମସ୍ୟାର ସମୁଖୀନ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ଗ୍ରାମର ଲୋକେ । ମହାଲିଙ୍ଗ ଗ୍ରାମରେ ବସୁଧା ଯୋଜନାରେ ପିଇବା ପାଣି ଯୋଗାଇ ଦେବାକୁ ତିନୋଟି ପ୍ରକଳ୍ପ ଅଛି ଓ ପାଣି ଟାଙ୍କି ମଧ୍ୟ ନିର୍ମାଣ କରି କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି ହେଲେ ମଧ୍ୟ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେଇପାରୁନି ଗ୍ରାମପଞ୍ଚାୟତ । ଗତ ୧୭ତାରିଖ ରାତିରେ ମହାଲିଙ୍ଗ ଗ୍ରାମର ଉଦନ୍ତୀ ନଦୀ ପଠାରେ ଥିବା ଜଳଯୋଗାଣ ପ୍ରକଳ୍ପରୁ କେହି ଦୁର୍ବୃତ୍ତ ତାର ଚୋରି କରି ନେଇଥିଲା । ଇତି ମଧ୍ୟରେ ୮ଦିନ ରୁ ଉର୍ଦ୍ଧ୍ବ ସମୟ ହେବ ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟ କଥା ଯେ ମହାଲିଙ୍ଗ ପଞ୍ଚାୟତରେ ପ୍ରତିବର୍ଷ ନୂତନ ମୋଟର କିଣା ଯାଉଛି ହେଲେ ପଞ୍ଚାୟତ ଅଫିସରେ ବର୍ତ୍ତମାନ ଗୋଟିଏ ବି ମଟର ନ ଥିବା ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି । ପ୍ରତି ବର୍ଷ କିଣା ଯାଉଥିବା ମୋଟର ଏବେ କେଉଁଠି ଅଛି ନା ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ମିଶି ତାକୁ ଆତ୍ମସାତ କରିଛନ୍ତି ତାହା ଏବେ ତଦନ୍ତ ସପେକ୍ଷ । ଇତି ମଧ୍ୟରେ ଆଠ ଦିନ ରୁ ଉର୍ଦ୍ଧ୍ବ ସମୟ ହେଲା ଲୋକେ ନଦୀରୁ ବାଲିଚୁଆ ମାଧ୍ୟମରେ ହିଁ ପିଇବା ପାଣି ବ୍ୟବହାର କରୁଛନ୍ତି । ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଗ୍ରାମପଞ୍ଚାୟତ ଓ ବିଭାଗୀୟ ଅଧିକାରୀମାନେ ଚୁପ ବସିଥିବାରୁ ସାଧାରଣ ଜନତା ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଭାଗୀୟ ଅଧିକାରୀଙ୍କ ଏଭଳି ଖାମଖିଆଲି ନୀତି ଯୋଗୁଁ ସାଧାରଣରେ ଆନ୍ଦୋଳନ ଦାନ ବାନ୍ଧୁଛି । ଏଦିଗରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ତୁରନ୍ତ ଧ୍ୟାନ ଦେଇ ଏହି ସମସ୍ୟା ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବ୍ୟାଙ୍କ ଅଧିକାରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା

masiha

ନାମ ଯଜ୍ଞ ପାଇଁ ଭୂମି ପୂଜା

Sunil Chandra Nayak

Leave a Comment

error: Content is protected !!