ଗୋଲାମୁଣ୍ଡା,ତା.୨୭/୧୨ (ମ ନି ସ) :ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପିଇବା ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତେବେ କେତେକ ମୁନାଫାଖୋର ଅଧିକାରୀଙ୍କ ପାଇଁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଏଭଳି ପାଇବା ପାଣି ସମସ୍ୟାର ସମୁଖୀନ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ଗ୍ରାମର ଲୋକେ । ମହାଲିଙ୍ଗ ଗ୍ରାମରେ ବସୁଧା ଯୋଜନାରେ ପିଇବା ପାଣି ଯୋଗାଇ ଦେବାକୁ ତିନୋଟି ପ୍ରକଳ୍ପ ଅଛି ଓ ପାଣି ଟାଙ୍କି ମଧ୍ୟ ନିର୍ମାଣ କରି କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି ହେଲେ ମଧ୍ୟ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେଇପାରୁନି ଗ୍ରାମପଞ୍ଚାୟତ । ଗତ ୧୭ତାରିଖ ରାତିରେ ମହାଲିଙ୍ଗ ଗ୍ରାମର ଉଦନ୍ତୀ ନଦୀ ପଠାରେ ଥିବା ଜଳଯୋଗାଣ ପ୍ରକଳ୍ପରୁ କେହି ଦୁର୍ବୃତ୍ତ ତାର ଚୋରି କରି ନେଇଥିଲା । ଇତି ମଧ୍ୟରେ ୮ଦିନ ରୁ ଉର୍ଦ୍ଧ୍ବ ସମୟ ହେବ ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟ କଥା ଯେ ମହାଲିଙ୍ଗ ପଞ୍ଚାୟତରେ ପ୍ରତିବର୍ଷ ନୂତନ ମୋଟର କିଣା ଯାଉଛି ହେଲେ ପଞ୍ଚାୟତ ଅଫିସରେ ବର୍ତ୍ତମାନ ଗୋଟିଏ ବି ମଟର ନ ଥିବା ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି । ପ୍ରତି ବର୍ଷ କିଣା ଯାଉଥିବା ମୋଟର ଏବେ କେଉଁଠି ଅଛି ନା ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ମିଶି ତାକୁ ଆତ୍ମସାତ କରିଛନ୍ତି ତାହା ଏବେ ତଦନ୍ତ ସପେକ୍ଷ । ଇତି ମଧ୍ୟରେ ଆଠ ଦିନ ରୁ ଉର୍ଦ୍ଧ୍ବ ସମୟ ହେଲା ଲୋକେ ନଦୀରୁ ବାଲିଚୁଆ ମାଧ୍ୟମରେ ହିଁ ପିଇବା ପାଣି ବ୍ୟବହାର କରୁଛନ୍ତି । ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଗ୍ରାମପଞ୍ଚାୟତ ଓ ବିଭାଗୀୟ ଅଧିକାରୀମାନେ ଚୁପ ବସିଥିବାରୁ ସାଧାରଣ ଜନତା ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଭାଗୀୟ ଅଧିକାରୀଙ୍କ ଏଭଳି ଖାମଖିଆଲି ନୀତି ଯୋଗୁଁ ସାଧାରଣରେ ଆନ୍ଦୋଳନ ଦାନ ବାନ୍ଧୁଛି । ଏଦିଗରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ତୁରନ୍ତ ଧ୍ୟାନ ଦେଇ ଏହି ସମସ୍ୟା ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।
next post