ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ 

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ 

ଡାବୁଗାଁ, ୧୮/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା କରିବା ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ନେବାକୁ ଥିବା ପଦକ୍ଷେପ, ସବୁ ବିଭାଗର ଅଧିକାରୀ ମାନଙ୍କ ସମନ୍ଵୟରେ କିପରି ପ୍ରାକୃତିକ ବିପର୍ଯ୍ୟୟକୁ ମିଳିତ ଭାବ ମୁକାବିଲା କରିବା ପାଇଁ ଆଲୋଚନା ହୋଇଥିଲା | ଏହି ବୈଠକରେ ବିଡିଓ ଶରତ ମାଝି, ତହସିଲଦାର ହରିଓମ ଭୋଇ, ସିଡିପିଓ ମୀନତି ଦାସ, ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ଵାଇଁ, ଆଇଆଇସି ସୁନୀଲ କୁମାର ପ୍ରଧାନ, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା. ଶ୍ରୀନିଗୋ ମୁର୍ମୁ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡା. ଶୁଭାଶିଷ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଲ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ସ୍ଵାଇଁ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ବନପାଳ ଉମାକାନ୍ତ ପଟ୍ଟନାୟକ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ରୋହିତ କୁମାର କିଶାନ, ଆଗ୍ନିକ ବିକାଶ ମାଝି ଓ ହେମନ୍ତ ନାୟକ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମଣ୍ଡେଇ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ପୋଖରୀରେ ବୁଡି ବୃଦ୍ଧ ମୃତ

masiha

ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଆଦିବାସୀ ଅଧିଷ୍ୟୁତ ଗ୍ରାମ ପଞ୍ଚାୟତ ଖଳିଆପାଲି ପଞ୍ଚାୟତରେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ ପକ୍ଷରୁ ସହାୟତା: ୮୨୦ ଜଣଙ୍କୁ ଛତା ଓ ଚପଲ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!