ଭବାନୀ ପାଟଣା- ପୁନଃ ବିକାଶ ହେବ ଭବାନୀପାଟଣା ରେଳ ଷ୍ଟେସନ l ଅମୃତ ଭାରତ ଯୋଜନାରେ ବିକାଶ କରାଯିବ l ଦେଶର 508 ଟି ରେଳ ଷ୍ଟେସନର ପୁନଃ ବିକାଶ କରିବା ଲକ୍ଷ ରଖା ଯାଇଛି ଏହି ତାଲିକାରେ ଓଡ଼ିଶାର 25 ଟି ଷ୍ଟେସନ୍ ରହିଛି l ଆଜି ଭିଡିଓ କନ୍ଫରେନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେଳ ଷ୍ଟେସନ ରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏଥିରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ତଥା ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକ ଉପସ୍ଥିତ ରହିଥିଲେ l ଭବାନୀପାଟଣା ରେଳ ଷ୍ଟେସନର ବିକାଶ ପାଇଁ 26 କୋଟି 30 ଲକ୍ଷ ଟଙ୍କା ଖର୍ଚ୍ଚ ହେବ l ଷ୍ଟେସନ ର ଉନ୍ନତ୍ତି କରଣ ହେଲେ ଯାତ୍ରୀ ମାନଙ୍କୁ ପର୍କିଙ୍ଗ, ସେଫଟି ତଥା ରହିବା ବ୍ୟବସ୍ଥା ମଧ୍ୟ ହେବ l ଯାତ୍ରୀ ମାନେ ଆହୁରି ଅନେକ ସୁବିଧା ପାଇଁ ପାରିବେ l ଏଥି ପାଇଁ ବିଧାୟକ ପ୍ରଦୀପ୍ତ ନାଏକ କଳାହାଣ୍ଡି ବାସୀଙ୍କ ତରଫରୁ ରେଳ ମନ୍ତୀ ଏବଂ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣେଇଛନ୍ତି l