ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜିକାଲି ସାମ୍ବାଦିକ ସାଜିଲେଣି ଠିକାଦାର, ସାମ୍ବାଦିକତା ମୂଲ୍ଯବୋଧ ଉପରେ ଭୂଲିଗଲେ, ଜନସାଧାରଣଙ୍କ ତିକ୍ତ ସତ୍ଯ ଶୁଣିବାକୁ ମିଳୁଛି

ଆଜିକାଲି ସାମ୍ବାଦିକ ସାଜିଲେଣି ଠିକାଦାର, ସାମ୍ବାଦିକତା ମୂଲ୍ଯବୋଧ ଉପରେ ଭୂଲିଗଲେ, ଜନସାଧାରଣଙ୍କ ତିକ୍ତ ସତ୍ଯ ଶୁଣିବାକୁ ମିଳୁଛି

ଥୁଆମୁଳ ରାମପୁର:୨୯/୧୧ – (ମନିସ) :- ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକତା ଆଜି ଏକ ଗଭୀର ସଙ୍କଟ ଦେଇ ଗତି କରୁଛି। ଯେଉଁ କଲମ ଦିନେ ସମାଜର ଅନ୍ଯାୟ, ଅନୀତି ଓ ଦୁର୍ନୀତି ବିରୋଧରେ ଶାଣିତ ସ୍ବର ଉତ୍ତୋଳନ କରୁଥିଲା, ଆଜି ସେହି କଲମ ଧରିଥିବା କିଛି ହାତରେ ଠିକାଦାର ଓ ବ୍ଯବସାୟୀକ ସ୍ବାର୍ଥର ଫାଇଲ ଦେଖିବାକୁ ମିଳୁଛି। “ସାମ୍ବାଦିକ ସାଜିଲେଣି ଠିକାଦାର”- ଏହି କଥାଟି ଏବେ ସାଧାରଣ ଜନତାଙ୍କ ମୁହଁରେ ଏକ ତିକ୍ତ ସତ୍ୟ ଭାବେ ଶୁଣିବାକୁ ମିଳୁଛି। “ମୂଲ୍ଯବୋଧରୁ ମୁନାଫା ଆଡକୁ ଯାତ୍ରା”

ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ, ବରଂ ଏହା ଏକ ସାମାଜିକ ଦାୟିତ୍ୱ ଏବଂ ସେବା। ମାତ୍ର ବର୍ତ୍ତମାନ ସମୟରେ କିଛି ନାମମାତ୍ର ସାମ୍ବାଦିକ ନିଜ ପଦବୀ ଓ ପ୍ରେସ ପରିଚୟ ପତ୍ରକୁ ଢାଳ କରି ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ଯାଳୟରେ ଠିକାଦାର କାମ ହାତେଇବା ପାଇଁ ବ୍ଯସ୍ତ। ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ, ବିଭିନ୍ନ ଉନ୍ନୟନ ମୂଳକ କାମକୁ ଠିକାନେବା ଏବଂ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ରଖି ନିଜର ବ୍ଯବସାୟ ଚଳାଇବା ଏକ ସାଧାରଣ ଘଟଣା ପାଲଟିଗଲାଣି। ଯେତେବେଳେ ଜଣେ ସାମ୍ବାଦିକ ନିଜେ ଠିକାଦାର ସାଜେ, ସେତେବେଳେ ତା’ର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ। ସତ୍ୟର କଣ୍ଠରୋଧ, ଯେଉଁ ପ୍ରଶାସନିକ ଅଧିକାରୀ କିମ୍ବା ନେତାଙ୍କ ଠାରୁ ସେ ଠିକାକାମ ପାଉଛି, ସେମାନଙ୍କ ଦୁର୍ନୀତି ବିରୋଧରେ ସେ କେବେ ବି ଖବର ପରିବେଷଣ କରିପାରିବ ନାହିଁ ବୋଲି ଆଲୋଚନା ଜୋର ଧରିଛି। ଏହାଛଡା ନିମ୍ନମାନର କାର୍ଯ୍ୟ: ନିଜର ପଦବୀର ଭୟ ଦେଖାଇ ଅନେକ କ୍ଷେତ୍ରରେ ଅତି ନିମ୍ନମାନର କାମ କରାଯାଉଥିଲେ ମଧ୍ୟ ପ୍ରଶାସନ ଚୁପ ରହିବାକୁ ବାଧ୍ୟ ହେଉଛନ୍ତି। ପ୍ରକୃତ ସାମ୍ବାଦିକଙ୍କ ଘୋର ଅସମ୍ନାନ: କିଛି ମୁଷ୍ଟିମେୟ ସ୍ବାର୍ଥପର ବ୍ଯକ୍ତିଙ୍କ ପାଇଁ ଆଜି ବି ଯେଉଁମାନେ ନିଷ୍ଠାର ସହ ସତ୍ୟ ପାଇଁ ଲଢୁଛନ୍ତି, ସେମାନେ ସମାଜରେ ସନ୍ଦେହ ଘେରକୁ ଆସୁଛନ୍ତି। 

ସମାଜ ପାଇଁ ଚିନ୍ତାର ବିଷୟ, ସାମ୍ବାଦିକତାର ମୂଳ ମନ୍ତ୍ର ହେଉଛି ‘ନିର୍ଭୀକତା ଓ ନିରପେକ୍ଷତା’। ଯଦି ଖବରକାଗଜ ଓ ଟେଲିଭିଜନ ପ୍ରତିନିଧିମାନେ ହିଁ ବ୍ଯବସ୍ଥାର ଅଂଶୀଦାର ହୋଇ ଲାଭଖୋର ମନୋବୃତ୍ତି ପୋଷଣ କରିବେ, ତେବେ ସାଧାରଣ ଲୋକଙ୍କ ସମସ୍ୟା ଉଠାଇବ କିଏ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଗଣମାଧ୍ଯମ ଉପରୁ ସାଧାରଣ ଜନତାଙ୍କ ବିଶ୍ବାସ ତୁଟିଯିବା ପୂର୍ବରୁ ଏହି ଧାରାରେ ରୋକ୍ ଲଗାଇବା ଜରୁରୀ। ଗଣମାଧ୍ୟମ ସଂସ୍ଥା ଏବଂ ସାମ୍ବାଦିକ ସଂଘଗୁଡିକ ଏଦିଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାର ସମୟ ଆସିଛି। ସାମ୍ବାଦିକତା ନାଁରେ ଠିକାଦାରୀ କରୁଥିବା ବ୍ଯକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ହିଁ ସାମ୍ବାଦିକତାର ଗାରିମା ଓ ମୂଲ୍ଯବୋଧ ପୁଣିଥରେ ବଞ୍ଚି ରହିବ।

ଥୁଆମୁଳ ରାମପୁର ବ୍ଲକରୁ ବଳଭଦ୍ର ବାଗଙ୍କ ରିପୋର୍ଟ।

Related posts

ବନ୍ଦାଗାଁ ଠାରେ ଆମ୍ବେଦକର ସଂଗଠନ ପକ୍ଷରୁ ବୁଦ୍ଧ ପୂର୍ଣ୍ଣିମା ଓ ଭୀମ ଭୋଇ ଜୟନ୍ତୀ ପାଳିତ

କେଗାଁ ଠାରେ ସାଇବର ଠକେଇ ସୁରକ୍ଷା ସଚେତନତା ରଥକୁ ସ୍ୱାଗତ 

masiha

ଇଟିପିଏ ଫାଉଣ୍ଡେସନ ତରଫରୁ ଋତୁସ୍ରାବ ସ୍ୱଚ୍ଛତା ପରିଚାଳନା କାର୍ଯ୍ଯକ୍ରମ ଅନୁଷ୍ଟିତ 

masiha

Leave a Comment

error: Content is protected !!