ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଗାଁ ଠାରେ ସାଇବର ଠକେଇ ସୁରକ୍ଷା ସଚେତନତା ରଥକୁ ସ୍ୱାଗତ 

କେଗାଁ ଠାରେ ସାଇବର ଠକେଇ ସୁରକ୍ଷା ସଚେତନତା ରଥକୁ ସ୍ୱାଗତ 

ଗୋଳାମୁଣ୍ଡା ୧୨/୧୦ ,/ନିର୍ଭୟ ନିରପେକ୍ଷ ମସିହା /ଜନସାଧାରଣଙ୍କୁ ଅନଲାଇନ ଠକେଇ ବିଷୟରେ ସଚେତନ କରିବା ପାଇଁ ଓଡିଶା ପୋଲିସ ପ୍ରଶାସନ ତରଫରୁ ବର୍ତ୍ତମାନ ସାଇବର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗତ ୩୦ ସେପ୍ଟେମ୍ବର ଠାରୁ ଆସନ୍ତା ୧୫ ଅକ୍ଟୋବର ଯାଏଁ ରାଜ୍ୟରେ ସାଇବର ସଚେତନତା ରଥ ଦ୍ୱାରା ବିଭିନ୍ନ ଗାଁ ଗଣ୍ଡାକୁ ଯାଇ ସଚେତନତା ଶିବିର ଆୟୋଜନ କରାଯାଇଛି । ଆଜି ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ କେଗାଁ ଗ୍ରାମରେ ସାଇବର ସଚେତନତା ରଥ ଆସି ପହଞ୍ଚିଥିଲା । ଏହି ରଥକୁ କେଗାଁ ପୋଲିସ ଆଇ ଆଇ ସି ମକୁନ୍ଦ ଦେବ ନାଏକ ସହ ସମସ୍ତ ପୋଲିସ କର୍ମଚାରୀ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବୃନ୍ଦ ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାର ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଠକେଇ ବିଷୟରେ ଆ.ଆଇ.ସି ମକୁନ୍ଦ ଦେବ ନାଏକ ସଂକ୍ଷିପ୍ତ ବକୃତା ଦେଇଥିବା ବେଳେ,ସାଇବର ସବ୍ ଇନିସ୍ପେକ୍ଟର ବୈଦ୍ୟନାଥ ନାୟକ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । ପରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶ୍ରୀ ନାୟକ ପ୍ରଶ୍ନ କରିଥିଲେ । ଯେଉଁ ଛାତ୍ରଛାତ୍ରୀ ସଠିକ ଉତ୍ତର ଦେଇଥିଲେ ସେମାନଙ୍କୁ ଗୋଟିଏ ଲେଖାଏଁ ଚକଲେଟ ସହ ପୁରସ୍କାର ବିତରଣ କରିଥିଲେ । ଏହା ପରେ ମହାଳିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ସାଇବର ସଚେତନତା ରଥକୁ ଘୁମୁରା ମାଧ୍ୟମରେ ଭବ୍ୟ ସ୍ୱାଗତ କରିଥିଲେ । କଲେଜ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ସାଇବର ଠକେଇ ସମ୍ବନ୍ଧରେ ସଚେତନ କରାଇବା ସଙ୍ଗେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସଚେତନ କରାଯାଇଥିଲା । ସନ୍ଧ୍ୟା ସମୟରେ କେଗାଁ ବଜାର ପଡିଆରେ ସଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ଅଭିନୟ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଚପରିଆ ସରପଞ୍ଚଙ୍କ ପ୍ରତିନିଧିତ୍ବକାରୀ ଶ୍ରୀଯୁକ୍ତ ନରହରି ବାଗ,ନୂଆଗାଁ ସରପଞ୍ଚ ଶ୍ରୀଯୁକ୍ତ ଦୁଷ୍ମନ୍ତ ଭୋଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀଯୁକ୍ତ ବାଲ୍ମୀକି ପଣ୍ଡା ମଧ୍ୟ ଉପସ୍ଥିତ ରହି ସାଇବର ଠକେଇରୁ କିପରି ସୁରକ୍ଷିତ ରହିବେ ସେ ସମ୍ବନ୍ଧରେ ମତପ୍ରକାଶ କରିଥିଲେ । ଏହି ସଚେତନ କାର୍ଯ୍ୟକ୍ରମରେ ଗ୍ରାମର ଏସ୍ ଏଚ ଜି ମହିଳା, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବି ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

ଗୋଲାମୁଣ୍ଡା ରୁ ରାମ କୁମାର ସେନାପତିଙ୍କ ରିପୋର୍ଟ ପ୍ରଗତି ଶିଳ ମସିହା

Related posts

“ନବ ଭାରତ ସାକ୍ଷର ଟ୍ରେନିଂ କାର୍ଯ୍ୟକ୍ରମ” 

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ଗୀତାଞ୍ଜଳି

Sunil Chandra Nayak

ଓଡିଶା ରେ ଖରିଫ ଧାନ କିଣା ସମସ୍ୟା କୁ ନେଇ ରାଜ୍ୟସଭା ରେ ଗର୍ଜିଲେ ସାଂସଦ ନିରଞ୍ଜନ ବିଶି

Sunil Chandra Nayak

Leave a Comment

error: Content is protected !!