ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କୋକସରା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

କୋକସରା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

କୋକସରା,୧୧/୧୦ // ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଠାରୁ ଡ଼ହଗାଁ ପଞ୍ଚାୟତ ପର୍ଯ୍ୟନ୍ତ ବୁଧବାର ବିଜୁ ଜନତା ଦଳ ପକ୍ଷରୁ ଧର୍ମଗଡ଼ ବିଧାୟକ ମୋୖଷଧି ବାଗଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଡ଼ହଗାଁ ଧାନ ମଣ୍ଡି ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଉପସ୍ଥିତ ନେତୃବୃନ୍ଦ ନବୀନ ସରକାରଙ୍କ ଶାସନରେ ଓଡିଶା ରାଜ୍ୟରେ ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଛି, ଲୋକଙ୍କ ସାମାଜିକ ସ୍ଥିତି ସୁଦୃଢ଼ ହେବାସହ ଆର୍ଥିକ ସ୍ଥିତିରେ ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ଜନ ସାଧାରଣ ଉପକୃତ ହେଉଛନ୍ତି। ଓଡିଶା ରାଜ୍ୟ ଆଜି ପ୍ରତିଟି କ୍ଷେତ୍ରରେ ଆଗେଇଛି। ସମୃଦ୍ଧ ଓ ବିକଶିତ ଓଡିଶା ଗଠନ କରିବା ମୁଲଲକ୍ଷ୍ୟ ବୋଳି ନେତୃବୃନ୍ଦ କହିଛନ୍ତି। ଏହାସହ ବିଜେଡି ସରକାରଙ୍କ ଜନ କଲ୍ୟାଣ ଓ ଲୋକାଭିମୁଖୀ ଯୋଜନାର ବାର୍ତ୍ତା ନେଇ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏହି ପଦଯାତ୍ରାରେ ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ସମ୍ମାନିତ ଅତିଥି ଭାବେ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ , ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧକ୍ଷ୍ୟା ମନୀଷା ମିଶ୍ର, ମୋଟେର ଯୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝି, ବ୍ଲକ ସଭାପତି ଶୁସାନ୍ତ ବେହେରା, ଜିଲ୍ଲା ବିଜେଡି ଏସ ଟି ସେଲ ସଭାପତି ସୁଶିଳ କୁମାର ଶବର, ମୂଷାପାଲି ସରପଞ୍ଚ ଅକ୍ଷୟ କୁମାର ନାଏକ, ଡ଼ହଗାଁ କୃଷି ସମବାୟ ସଭାପତି ବ୍ରଜ କିଶୋର ନାଏକ, ବିଜୁ ଛାତ୍ର ଜନତା ସଭାପତି ମାନସ ବେହେରା,ପଞ୍ଚାୟତ ସଭାପତି ଲଳିତ ମିଶ୍ର, ଯୁବରାଜ ନାଏକ, ଅଶୋକ କୁମାର ପୁଝାରି, କୁମୁଦ ବେହେରା, ପ୍ରଶାନ୍ତ ତିୱାରି, ପ୍ରଦୀପ କୁମାର ସାହୁ, ଶଶାଙ୍କ ପୁରୋହିତ, ଦିଗାମ୍ବର ନାଗ ସମେତ ଶତାଧିକ ବିଜେଡି ଦଲୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ସମ୍ବିଧାନକୁ ସର୍ବୋଚ୍ଚ ସମ୍ମାନ ଦେଇଛି ବିଜେପି ସରକାର – କୈଳାଶ ବିଜୟବର୍ଗୀୟ 

masiha

ବିଜେପି ର ସେବା ସଂକଳ୍ପ, ସଂକଳ୍ପ ରୁ ବିକଶିତ ଓଡିଶା ପାଇଁ ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ବନ୍ଦେ ମାତରଂ ଗାନ କୁ କଂଗ୍ରେସର ଅବମାନନା ନେଇ ରାଇରଙ୍ଗପୁରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!