ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେଭାରତୀୟ ମଜଦୁର ସଂଘର ୭୦ ତମ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ

ରାଇରଙ୍ଗପୁରରେଭାରତୀୟ ମଜଦୁର ସଂଘର ୭୦ ତମ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ

ମୟୂରଭଞ୍ଜ -୨୪/୭ ( ମସିହା )ରାଇରଙ୍ଗପୁର ସ୍ଥାନୀୟ ପୂର୍ଣଚନ୍ଦ୍ର କଲ୍ୟାଣ ମଣ୍ଡପ ପରିସରରେରେ ମଙ୍ଗଳବାର ଦିନ ଭାରତୀୟ ମଜଦୁର ସଂଘ ( ବିଏମ ଏସ)ର ଜିଲ୍ଲା ସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ନିଗମାନନ୍ଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ବି ଏମ୍ ଏସ୍ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ମୟୂରଭଂଜ ଜିଲ୍ଲା ସଭାନେତ୍ରୀ ସରସ୍ବତୀ ଟୁଡୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କରାଯାଇ ସଭାକାର୍ଯ୍ୟ ଉଦଘାଟନ ହୋଇଥିଲା l ପରେ ଶ୍ରମିକ ଗୀତ ଗାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଭାତ ମଂଜରୀ ଦାସ ଶର୍ମା , ମୁଖ୍ୟ ବକ୍ତା ଭାବେ ରାଜ୍ୟ ପଦାଧିକାରୀ ନିଗମାନନ୍ଦ ପଟ୍ଟନାୟକ, ମଂଚ ପରିଚାଳନା ଜିଲ୍ଲା ସଂପାଦକ ବୋଧିରଜତ ମହାନ୍ତ, ସମ୍ମାନିତ ଅତିଥି ଭାବେ ମନୋରମା ବେହେରା, ଭୀମ ଚରଣ ମହାକୁଡ, ନିର୍ମଳା ପ୍ରଧାନ, ସାରଥୀ ମହାନ୍ତ, ସୋନାମଣୀ ଚମ୍ପେୟାର, ନିଳାଦ୍ରୀ ପାତ୍ର, ଗୋଲାପି ନାଏକ, ବୀଣାପାଣି ଗାଗରାଇ, ଜୟନ୍ତ ବେହେରା ଉପସ୍ଥିତ ଥିଲେ l ଦେଶର ପ୍ରଗତିରେ ଶ୍ରମିକମାନଙ୍କର ତ୍ୟାଗ, ବଳିଦାନ,କଠିନ ପରିଶ୍ରମ ଅନନ୍ୟ ।ହେଲେ ସେମାନଙ୍କ ମୌଳିକ ଅଧିକାର, ନ୍ୟାୟ, ଉଚିତ ଦରମା, ସାମାଜିକ ସୁରକ୍ଷା ପ୍ରତି ସ୍ବାଧୀନତା ରୁ ଆଜି ପର୍ଯ୍ୟନ୍ତ ଯେଉଁ ସରକାର ହେଉ ପଛେ ଅଣଦେଖା, ଅବହେଳିତ କରିଆସୁଛନ୍ତି ।ଅଣପଂଜିକୃତଶ୍ରମିକମାନଙ୍କକଥା ଓ ଦୁଖ ନ କହିଲେ ଚଳେ । ନିର୍ବାଚନ ସମୟରେ ସରକାରଙ୍କ ମାଳ ମାଳ ପ୍ରତିଶ୍ରୁତି ନିର୍ବାଚନ ପରେ ପାଣିର ଗାର ହୋଇଥାଏ । ସେମାନଙ୍କର ହକ ପାଇଁ ଭାରତୀୟ ମଜଦୁର ସଂଘ ଆଜିଯାଏଁ ଦୁର୍ବାର ଆନ୍ଦୋଳନ କରିଆସୁଛି । ଶ୍ରମିକ ଏକତା ପାଇଁ ଲଢି ଆସୁଛି ବୋଲି ଜିଲ୍ଲା ପ୍ରଭାରୀ ନିଗମାନନ୍ଦ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ ।

ଅଙ୍ଗନୱାଡି କର୍ମୀ ଓ ହେଲଫର, ଆଶାକର୍ମୀ, ପାଚିକା, ଉଜ୍ଜଳା ଦିଦି ତଥା ଅଣସଂଗଠିତ ଶ୍ରମିକ, କୋଠାବାଡିରେ କାର୍ଯ୍ୟରତ ଶ୍ରମିକ, କଳକାରଖାନା ଓ ଖଣି ଖାଦନ ଶ୍ରମିକମାନେ ସର୍ବନିମ୍ନ ମଜୁରୀ ମଧ୍ଯ ପାଇଁ ପାରୁନାହାନ୍ତି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାୟ ୨୬ଟି ବ୍ଲକରୁ ଅଙ୍ଗନୱାଡି ୱାର୍କର ଓ ସହାୟିକା, ଆଶାଦିଦି, ଉଜ୍ଜଳା ଦିଦି, ପାଚିକା, ଅଣସଂଗଠିତ ଶ୍ରମିକ, ବାମନଘାଟୀ ଶିଳ୍ପ ମଜଦୁର ସଂଘ, ବାବା ସୁଲେଇପାଟ ଖଣି ମଜଦୁର, ଗ୍ରାମୀଣ କୁଷି ମଜଦୁର ସଂଘର କାର୍ଯ୍ୟରର୍ତ୍ତାମାନେ ଯୋଗ ଦେଇଥିଲେ l ଜିଲ୍ଲାରେ ବିଭିନ୍ନ କଳକାରଖାନା, ଖଣିଖାଦାନ, ଅଣସଂଗଠିତ ଶ୍ରମିକ, ଉଠା ଦୋକାନୀ, ସୁଇପରମାନଙ୍କୁ ମାଲିକମାନେ ଉଚିତ ପ୍ରାପ୍ଯ ନ ଦେଇ ମୂଲଚାଲ କରି ଅତି କମ ଟଙ୍କାରେ କାମ କରାଉଥିବାରୁ ଏଠାକାର ଶହ ଶହ ଆଦିବାସୀ, ଗରିବ ଖଟିଖିଆ ଲୋକେ ବାଧ୍ୟ ହୋଇ ଦାଦନ ଖଟିବାକୁ ସୁଦୂର ଟାଟା, କଲିକତା, ବାଙ୍ଗାଲୋର, ମାଡ୍ରାସ, ସୁରାଟ, ଆସାମ, ଗୋଆ ଇତ୍ୟାଦି ସ୍ଥାନକୁ ଯାଇ ବହୁ ହଇରାଣ ହରକତ ହୋଇଥାନ୍ତି l ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ନଜର ଦେବାକୁ ରାଜ୍ୟ ଅଧିକାରୀ ଶ୍ରୀ ନିଗମାନନ୍ଦ ପଟ୍ଟନାୟକ ନିବେଦନ କରିଛନ୍ତି l ମୟୂରଭଂଜ ଖଣିଖାଦନ, ବଣଜଙ୍ଗଲ ଆଦିବାସୀ ବହୁଳ ଅଂଚଳ ହୋଇଥିଲେ ମଧ୍ୟ ଏଠାରେ ବୁହତ୍ ଇସ୍ପାତ କାରଖାନା ଖୋଲାଗଲେ ଏଠାକାର ଶହ ଶହ ବେକାରୀ ଯୁବକଯୁବତୀ ଚାକିରୀ ପାଇପାରନ୍ତେ l ଆଗକୁ ସମସ୍ତ କାର୍ଯ୍ୟରତ କର୍ମଚାରୀ ଏକଜୁଟ ହୋଇ ନିଜର ହକ ହାସଲ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା ।ପରିଶେଷରେ ମେଘରାୟ ମାର୍ଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଯେ. ପି ଟ୍ରଷ୍ଟ ପକ୍ଷରୁ ରାଇଘର ମିନି ଷ୍ଟାଡିୟମ ଠାରେ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ବସ ଟିକେଟ ବିକ୍ରେତାଙ୍କ ବିୟୋଗ

masiha

ଚୋର ସନ୍ଦେହରେ ଯୁବକଙ୍କୁ ଥାନାରେ ଜିମାଦେଲେ ଲୋକ

masiha

Leave a Comment

error: Content is protected !!