ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଘ ଆତଙ୍କ, ଧରାମବନ୍ଧା ଥାନା ଅନ୍ତର୍ଗତ ସିଲିଆରିବାହାରା ରେ କଲରା ପତରିଆ ବାଘ ମହିଳାଙ୍କୁ ମାରି ଖାଇଲା

ବାଘ ଆତଙ୍କ, ଧରାମବନ୍ଧା ଥାନା ଅନ୍ତର୍ଗତ ସିଲିଆରିବାହାରା ରେ କଲରା ପତରିଆ ବାଘ ମହିଳାଙ୍କୁ ମାରି ଖାଇଲା

 ନୂଆପଡ଼ା, // ନୂଆପଡ଼ା ଜିଲ୍ଲା ଧରାମବନ୍ଧା ଥାନା ଅନ୍ତର୍ଗତ ସିଲିଆରିବାହାରା ରେ କଲରା ପତରିଆ ବାଘ ମହିଳାଙ୍କୁ ମାରି ଆହାର ବନାଇଥିବା ଅଭାବନୀୟ ଘଟଣା ଘଟିଛି। ମହିଳା ଜଣଙ୍କ ରାମେଶ୍ୱରୀ ବାଇ ମାଝୀ ୪୫ ବର୍ଷ ବୋଲି ଜଣାପଡିଛି। ସିଲିଆରିବାହାରା ଗ୍ରାମର ମହିଳା ଜଣକ ଶୁକ୍ରବାର ସଂନ୍ଧ୍ୟା ରେ ଶୌଚ ହେବାକୁ ଯାଇଥିବ ବେଳେ ସେ ଆଉ ଘରକୁ ଫେରି ନଥିଲେ। ସକାଳୁ ପରିବାର ଲୋକେ ଖୋଜା ଖୁଜି କରିବା ପରେ ଗ୍ରାମର ମାତ୍ର ୧୦୦ ମିଟର ଦୂରରେ କଲରା ପତରିଆ ବାଘ ଖାଉ ଥିବା ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରେ ଭୟର ବାତାବରଣ ଲାଗି ରହିଥିବା ବେଳେ ଏହି ଗ୍ରାମ ରୁ ଗୃହ ପାଳିତ ପ୍ରାଣୀ କୁ ବାଘ ଆହାର ବନାଇଥିବା ଘଟଣା ରହିଅଛି। ସେହିପରି ସୁନାବେଡ଼ା ଅଭୟାରଣ୍ୟ ବନ୍ୟପ୍ରାଣୀ ଅଞ୍ଚଳ କଟିଙ୍ଗପାଣି ଗ୍ରାମ ରେ ୭ ବର୍ଷ ର ଶିଶୁ କୁ ବାଘ ଆହାର ବାନାଇଥିବା ବେଳେ ବନଖଣ୍ଡ ଅଞ୍ଚଳ ରୁ ସଂନ୍ଧ୍ୟା ରେ ମହିଳାଙ୍କୁ ଆହାର ବନାଇଅଛି। ଘଟଣା ସ୍ଥଳରେ ବନ୍ ବିଭାଗ ପହଂଚିଛନ୍ତି।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଟିବି – ଏଚ ଆଇ ଭି ସଂଯୁକ୍ତ ରୋଗୀଙ୍କୁ ନିକ୍ଷୟ ମିତ୍ର ଭାବରେ କେ ଏନ୍ ପି ପ୍ଲସ ପକ୍ଷରୁ ପୋଷଣ ସାହାଯ୍ୟ

Sunil Chandra Nayak

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ: ସହୀଦ ମାନ୍ୟତା ଦାବୀ 

Sunil Chandra Nayak

ବିଜେପି ପକ୍ଷରୁ ସିଂଲା ଡାକ୍ତରଖାନାରେ ସ୍ୱଚ୍ଛ ଭାରତ ମିଶନ କାଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!