ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଞ୍ଜ ଜିଲ୍ଲା ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

 ମୟୂରଭଞ୍ଜ ଜିଲ୍ଲା ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ସମେତ କରଞ୍ଜିଆ, ରାଇରଙ୍ଗପୁର ଓ ଯଶିପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ୧୪ ଟି ବ୍ଲକ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ମାନଙ୍କ ରେ ମିଶନ ଶକ୍ତି ର ସହସ୍ରାଧିକ ମହିଳା ସଦସ୍ୟା, ଶତାଧିକ ଶାସକ ଦଳ ର କର୍ମୀ ଓ ସାଧାରଣ ଲୋକ ଉପସ୍ଥିତ ରହିଥିଲେ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଭିଡିଓ କନଫରେନ୍ସ ରେ 5T ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ର ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଉକ୍ତ ୪ ନିର୍ବାଚନ ମଣ୍ଡଳୀ ର ସାରସକଣା ବ୍ଲକ ସମେତ ୧୪ ଟି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ର ବିକାଶ ପାଇଁ ୯୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ରେ ୨ ହଜାର ୪୨୭ ଟି ଉନ୍ନୟନ ମୂଳକ ପ୍ରକଳ୍ପ କୁ ମୂଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଘୋଷଣା କରିଥିଲେ। ସେହି କାର୍ଯ୍ୟକ୍ରମ ମାନଙ୍କ ରେ ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ଃ ଦେବାଶିଷ ମାରାଣ୍ଡି, ଉପାଧ୍ୟକ୍ଷା କମଳା ତିରିଆ, ମନ୍ତ୍ରୀ ବାସନ୍ତୀ ହେମରମ୍, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍, ଦାୟିତ୍ବ ପରିଚାଳନା ରେ ଥିବା ଉପଜିଲ୍ଲାପାଳ, ସାରସକଣା ବ୍ଲକ ଅଧ୍ୟକ୍ଷା ତୁଳସୀ ସିଙ୍ଗ , ଉପାଧ୍ୟକ୍ଷ ମିହିର ଘୋଷ ସମେତ ଅନ୍ୟ ୧୩ ବ୍ଲକ ର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ମେମ୍ବର, ବିଡ଼ିଓ,ତହସିଲଦାର ଓ ପୋଲିସ ଅଧିକାରୀ ଙ୍କ ସମେତ ସରକାର ଙ୍କ ଅନ୍ୟ ବିଭାଗୀୟ ପଦାଧିକାରୀ ଗଣ ଉପସ୍ଥିତ ଥିଲେ । ତତସହିତ ବିଜୁ ଜନତା ଦଳ ର ବରିଷ୍ଠ ସାଧାରଣ ନେତା କର୍ମୀଗଣ ଉପସ୍ଥିତ ଥିଲେ।

ମୟୁରଭଞ୍ଜ ରୁ ରାଜକିଶୋର ବାରିକ ଙ୍କ ରିପୋର୍ଟ 

Related posts

ଅନ୍ତିମ ଯାତ୍ରା ରେ ଆମ ପ୍ରମୋଦ ସାର୍। ଶାନ୍ତି ଧାମ ଯାନ ରେ ଗଲେ ପୁରୀ ସ୍ଵର୍ଗଦ୍ଵାର

masiha

ଚାଷୀ ମୁଲିଆ ଆଦିବାସୀ ସଙ୍ଘ ତରଫରୁ ତହସିଲଦାର ଙ୍କୁ ୬ ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

ଗୋଲାମୁଣ୍ଡାରେ ରଥଯାତ୍ରା ପରେ ଅଭିନବ ଦୃଶ୍ୟ: ଶ୍ରଦ୍ଧାଳୁଙ୍କ ଘରେ ଫଳମୂଳ ଗ୍ରହଣ କଲା ବାନର, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

Sunil Chandra Nayak

Leave a Comment

error: Content is protected !!