ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉର୍ଦ୍ଧୁ ବିଦ୍ୟାଳୟରେ ବିଜ୍ଞାନ ମେଳା 

ଉର୍ଦ୍ଧୁ ବିଦ୍ୟାଳୟରେ ବିଜ୍ଞାନ ମେଳା 

ରାଉରକେଲା/ ସରକାରୀ ଉର୍ଦ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ହାସନପୁର ରାଉରକେଲା ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ବିଶ୍ରା ବ୍ଲକର ଏବିଇଓ କୃପାସିନ୍ଧୁ ପତି ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ମେଳାରେ ୨୫ଟି ପ୍ରକଳ୍ପ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ କରାଯାଇଥିଲା। ପ୍ରଧାନ ଶିକ୍ଷକ ରେଜା ଅହମ୍ମଦ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଫରିଦା ଜମିଲ, ସସ୍ମିତା ମନ୍ତ୍ରୀ, ଯଶୋଦା ରାଉତ,ଫିରୋଜ ଅଫସର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍କୁଲ ପରିଚାଳନା କମିଟିର ସଭାପତି ମହମ୍ମଦ ଅଲତାଫ ହୁସେନ, ପ୍ରାକ୍ତନ କାଉନସିଲର ଆଫ୍ରୋଜ ଅହମ୍ମଦ, ମହମ୍ମଦ ଖାଲିଦ୍, ଏଜାଜ ଅଖତର, ମହମ୍ମଦ ଯାୱଦ୍ ପ୍ରମୁଖ ସମାଜସେବୀ ମାନେ ଯୋଗ ଦେଇଥିଲେ। ଫରିଦା ଜମିଲ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

Sunil Chandra Nayak

ସାପ କାମୁଡ଼ାରେ ବୋରଗୁଡ଼ାରପଞ୍ଚାନନଙ୍କ ମୃତ୍ୟୁ

Sunil Chandra Nayak

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନର ହିନ୍ଦୀ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ 

masiha

Leave a Comment

error: Content is protected !!