ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ଟି ରୂପାନ୍ତରିତ ପ୍ରତାପପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଲୋକାର୍ପିତ।

ଭବାନୀପାଟଣା – – ୫ଟି ଯୋଜନାରେ ରୂପାନ୍ତରିତ କଳାହାଣ୍ଡି ଜିଲ୍ଲାର ୧୧୫ ଗୋଟି ଉଚ୍ଚ ବିଦ୍ୟାଳୟ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମୋଡ ରେ ଲୋକାର୍ପିତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ପୋଲିସ ହାଇ ସ୍କୁଲ ନୋଡାଲ ସେଣ୍ଟର ଠାରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଧର୍ମଗଡ଼ ବିଧାୟକ ମୌଷଧି ବାଗ ଙ୍କ ସମେତ ଅନେକ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏ ଅବସରରେ ପ୍ରତାପପୁର ସ୍କୁଲ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍କୁଲ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଶିକ୍ଷାର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସୁଦୂରପ୍ରସାରୀ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହିତ ସ୍କୁଲ ଓ ଗ୍ରାମବାସୀ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଭି କେ ପାଣ୍ଡିଆନ୍ ଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ସ୍କୁଲ ପରିଚାଳନା କମିଟି ସଭ୍ଯ ସଭ୍ୟା, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଅଭିଭାବକ, ଛାତ୍ରଛାତ୍ରୀ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଙ୍କ ସମେତ ପ୍ରାୟ ଦୁଇଶହ ରୁ ଉର୍ଦ୍ଧ ଲୋକ ସାମିଲ ହୋଇଥିଲେ। ସ୍କୁଲ କୁ ୫ଟି ଯୋଜନାରେ ରୂପାନ୍ତରିତ କରାଯାଇ ଥିବାରୁ ବହୁ ବକ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ଭି କେ ପାଣ୍ଡିଆନ୍ ଙ୍କୁ ଧନ୍ୟବାଦ ଦେଇଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ବିପର୍ଜୟ ସମୟରେ ପ୍ରଭାବିତ ଅଞ୍ଚଳ ରେ ବନ୍ୟା ଜଳ ଉଦ୍ଧାର ସମ୍ପର୍କିତ ଟେବୁଲ୍ ଟପ୍ ଏକ୍ସରସାଇଜ  ମୁଣ୍ଡଳି କଟକ ରୁ ଆସିଥିବା ଏନ୍ ଡି ଆର୍ ଏଫ୍ ର ଯୋଗଦାନ ଓ ପ୍ରଦର୍ଶନ

ରାଜଗାଙ୍ଗପୁରେ ଶୃଙ୍ଖଳା ସହ ପାଳିତ ହେଲା ଶ୍ରୀରାମ ନବମୀ ଶୋଭାଯାତ୍ରା

Sunil Chandra Nayak

ନବଜୀବନ ଯୁବ ଅନୁଷ୍ଠାନ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା 

Leave a Comment

error: Content is protected !!