ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡା ଠାରେ ମିଶନ ଶକ୍ତି କାଫେ ଓ ମିଲେଟ୍ସ ଟିଫିନ ସେଣ୍ଟର ଉଦଘାଟିତ

କର୍ଲାମୁଣ୍ଡା ଠାରେ ମିଶନ ଶକ୍ତି କାଫେ ଓ ମିଲେଟ୍ସ ଟିଫିନ ସେଣ୍ଟର ଉଦଘାଟିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ ମିଶନ ଶକ୍ତି କାଫେ ଓ ମିଲେଟ୍ସ ଟିଫିନ ସେଣ୍ଟର ସୋମବାର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ ଯୋଗ ଦେଇ ମିଶନ ଶକ୍ତି କାଫେ କୁ ଉଦଘାଟନ କରିବା ସହ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ମହିଳାଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏଥିରେ ଜିଲ୍ଲାପାଳ ପି. ଅନ୍ବେଷା ରେଡି, ତହସିଲଦାର ଅରୁଣ ବର୍ଗେ, ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ବିଡିଓ ସୁଚରିତା ମୁଗ୍ରୀ, ସିଡ଼ିପିଓ ଜି. ଗୂଡ଼ଲା, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ, କର୍ଲାମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ସ୍ଵର୍ଣଲତା ସାହୁ, ମିଶନ ଶକ୍ତି ବିପିସି ବିପିନ ବାରିକ, ମିଶନ ଶକ୍ତି ବ୍ଲକ ଫେଡରେସନ ସଭାନେତ୍ରୀ ଜୟନ୍ତୀ ସାହୁ, ସମ୍ପାଦିକା ରୀନା ସାହୁ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି କାଫେ ପରିସରରେ ମିଲେଟ୍ସ ମିଶନ ପ୍ରକଳ୍ପ ପକ୍ଷରୁ ମିଶନ ଶକ୍ତି ଟିଫିନ ସେଣ୍ଟର ମଧ୍ୟ ଉଦଘାଟିତ ହୋଇଥିଲା।ଏଥିରେ କର୍ଲାମୁଣ୍ଡା ବ୍ଲକ ମିଲେଟ୍ସ ମିଶନ ପ୍ରକଳ୍ପ ର ବ୍ଳକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ସଠିକ୍ ଭବିଷ୍ୟ ବାଣୀ ନିମନ୍ତେ ଡଃ.ମନୋଜ ଲେଙ୍କାଙ୍କୁ ଜାତୀୟ ଆଇକନ୍ ସମ୍ମାନ 

masiha

ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ମାନବାଧିକାର କର୍ମୀ ବୈଠକ 

ଭଇଁରିପାଲି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ଯୁକ୍ତ ଦୁଇ କଳା ଶ୍ରେଣୀ ଉଦ୍ଘାଟିତ   

masiha

Leave a Comment

error: Content is protected !!