ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାରିତାଣ୍ଡିରେ ସୁଦାମ ମାରାଣ୍ଡି ଆନ୍ତଃ ରାଜ୍ୟ କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟରେ ମହେଶ ହେମ୍ବ୍ରମ ଷ୍ଟ୍ରାଇକର ଚମ୍ପିୟାନ

ମୟୂରଭଞ୍ଜ – (ମସିହା)ମୟୂରଭଂଜ ଜିଲ୍ଲାର ଵହଳଦା ବ୍ଳକ ଅନ୍ତର୍ଗତ ଭିତର ଆମଦା ପଞ୍ଚାୟତର ଜାରିତାଣ୍ଡି ଗ୍ରାମର ଜାରିତାଣ୍ଡି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ପ୍ରଥମ ଥର ପାଇଁ ସୁଦାମ ମାରାଣ୍ଡି ଆନ୍ତଃ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ବଛାବଛା କ୍ରିକେଟ ଦଳ ଅଂଶଗ୍ରହଣ କରିଥିଲେ ।କୁସୁମିତ ମହେଶ ହେମ୍ବ୍ରମ କ୍ରିକେଟ ଟିମ୍ ୧୫୦ ରନ କରିଥିବାବେଳେ ଡିଣ୍ଠ ଓ୍ବେରିୟର କ୍ରିକେଟ ଟିମ୍ ୧୦୪ ରନ କରିଥିଲେ ୪୬ ରନରେ ମହେଶ ହେମ୍ବ୍ରମ ଟିମ୍ ବିଜୟ ଲାଭ କରି ଚମ୍ପିୟାନ ହୋଇଥିଲେ ।ଖେଳରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ବିଧାୟକ ସାରସକଣା ଭାଦଵବ ହାଁସଦା, ପୂର୍ବତନ ରାଇରଙ୍ଗପୁର ବିଧାୟକ ସାହିବା ସୁଶିଲ ହାଁସଦା,ବିଜେଡି ରାଜ୍ୟ ପ୍ରବକ୍ତା ପ୍ରିୟବ୍ରତ ମାଝୀ, ମୟୂରଭଞ୍ଜ (୧) ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ମୟୁରଭଞ୍ଜ (୧) ବିଜେଡି ଜିଲ୍ଲା ଉପସଭାପତି ସୁବାସ ମଣ୍ଡଳ,ରାଜ୍ୟ ବିଜେଡି ସଂପାଦକ ମହେଶ ହେମ୍ବ୍ରମ, ରାଜ୍ୟ ସଂପାଦକ ଚକ୍ରଧର‌ ହେମ୍ବ୍ରମ,ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା,ଜାମଦା ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ , ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ତିରିଂ ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା,ଜାମଦା ଜିଲ୍ଲା ପରିଷଦ ସଦସ୍ୟ ବାବୁଲା ଟୁଡୁ,ଵହଳଦା ବ୍ଳକ ବିଜେଡି ସଭାପତି ହରେକୃଷ୍ଣ ମଣ୍ଡଳ,ସଂପାଦକ ପଙ୍କଜ ରାଉତ, ରାଜେନ୍ଦ୍ର ମଲ୍ଲିକ,ବ୍ଳକ ଯୁବ ବିଜେଡି ସଭାପତି ପ୍ରବୀର ଦାସ,ରାଜ୍ୟ ଛାତ୍ର ବିଜେଡ଼ି ସଂପାଦକ ବିକାଶ ମହାନ୍ତ,ବହଳଦା ବ୍ଳକ ଛାତ୍ର ବିଜେଡ଼ି ସଭାପତି ରସୁଦ ବିଶୋଇ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି, କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥି ଗଣ ଚମ୍ପିୟାନ ଟିମକୁ ୧ ଲକ୍ଷ ଟଙ୍କା ଏବଂ ଟ୍ରଫି,ରନର୍ସ ଅପ୍ ଟିମ୍ କୁ ୫୦,୦୦୦ ଟଙ୍କା ଏବଂ ଟ୍ରଫି,ମେନ୍ ଅଫ ଦି ମେଚ ଲକି ସିଂ କୁ ୫୦୦୦ ଟଙ୍କା ଏବଂ ମେନ୍ ଅଫ ଦି ସିରିଜ ରାକେଶ କୁମାରଙ୍କୁ ୫୦୦୦ ଟଙ୍କା ପୁରସ୍କୃତ କରିଥିଲେ । ସୁଦାମ ମାରାଣ୍ଡି କପ୍ ର ମୁଖ୍ୟ ଆୟୋଜକ ଶ୍ରୀ ଶଚିନ ଦାସ କ୍ରିକେଟ ଖେଳ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିବାରୁ ଏବଂ ଖେଳରେ ଅଂଚଳବାସୀଙ୍କ ଅକୁଣ୍ଠ ସହଯୋଗତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦେଉଳି ମିନି ଷ୍ଟାଡିୟମରେ “ବିକ୍ରମ ଓ ମିନତୀ ମେମୋରିଆଲ” ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

masiha

ସିନାପାଲି କ୍ରିକେଟ୍ କପ୍ କାଶୀବାହାଲ କୁ ହରାଇ କରଙ୍ଗାମାଲ ଚମ୍ପିୟାନ 

Sunil Chandra Nayak

ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଦଳରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ର ଫୁଟବଲ ଖେଳାଳି ହରିଶଙ୍କର 

Sunil Chandra Nayak

Leave a Comment

error: Content is protected !!