ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଉଦଘାଟିତ

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଉଦଘାଟିତ

ଜୁନାଗଡ଼,୧୩/୧୨( ମ ନି ସ)-ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ଉଦଘାଟିତ ହୋଇଯାଇଛି l ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ପାଢ଼ୀ ଉଦଘାଟନ କରିଥିଲେ l ସଂମାନୀତ ଅତିଥି ଭାବେ ପାରିଷଦ ସଚିନ ଅନ୍ଧାନୀ, ଚକ୍ରଧର ବାଗ, ସମାଜସେବୀ ଦୁର୍ଗାପ୍ରସାଦ ନାଏକ, ଲଳିତ ଅଗ୍ରୱାଲ ଉପସ୍ଥିତ ରହିଥିଲେ l ଆଜି ଭବାନୀପାଟଣା କେ ଡି ସି ସି ସହିତ ଧର୍ମଗଡ଼ ଏମ ବି ଉଆଇ ସି ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଭବାନୀପାଟଣା ଟସ ଜିତି ଵୋଲିଙ୍ଗ ନେଇ ଥିଲେ l ଧର୍ମଗଡ଼ ମାତ୍ର ୧୭ ଓଭର ଏକ ବଲ ରେ ସମସ୍ତ ଉଇକେଟ ହରାଇ ୮୨ ରନ ସଂଗ୍ରହ କରିଥିଲେ l ଜବାବ ରେ ଭବାନୀପାଟଣା ୧୪ ଓଭର ଏକ ବଲ ରେ ୫ ଉଇକେଟ ହରାଇ ବିଜୟୀ ହୋଇଥିଲେ l ମେନ ଅଫ ଦି ମେଚ ଭବାନୀପାଟଣା କେପଟନ ଶୁଭମ ଦାସ ଘୋଷିତ ହୋଇଥିଲେ l ଦିପେନ ସାହୁ ଓ ନୀତିଶ ମହାପାତ୍ର ଖେଳ ପରିଚାଳନା କରିଥିବା ବେଳେ ଧାରlବିବରଣି ବିନୟ ସାହୁ ଓ ସନ୍ତୋଷ ପୃଷ୍ଟି କରିଥିଲେ, ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ। ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ l ଆଜିର ଖେଳ ରେ କ୍ଲବ ଉପ ସଭାପତି ସରୋଜ କୁମାର ପଣ୍ଡା, ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଅର୍ଗାନlଇଜ ସମ୍ପାଦକ ମାନସ ସାହୁ ସହ ସମ୍ପାଦକ କାଳିଆ କନ୍ଦପାନ କଂନେଇ ରାହୁଲ, ସୁଶୀଲ ଠାକୁର, କୋଷାଧକ୍ଷ ଦିଲୀପ ପଣ୍ଡା, ତୁଳସୀ ପଟ୍ଟନାୟକ, ରମଣୀ ପଣ୍ଡା, ପପୁ ପଣ୍ଡା, ସୁଜିତ ପଣ୍ଡା, ପ୍ରଭୁଦତ୍ତ ପଣ୍ଡା, ଅଶୋକ ପଟନାୟକ ସରପଞ୍ଚ ଦିବ୍ୟ ଦୀପ, ଦୀପକ ସାହୁ,କଳିଙ୍ଗ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ lଆସନ୍ତା ମ୍ୟାଚ ଜୁନାଗଡ଼ ଓ ଭବାନୀପାଟଣା ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି କ୍ଲବ ତରଫରୁ ସୂଚନା ଦିଆଯାଇଛି l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ବଲାଙ୍ଗୀର କୁ ହରାଇ କେସିଙ୍ଗା ବିଜୟୀ 

masiha

୧୧ତମ ରାଜ୍ଯ ମୁଏଥାଇ ଚାମ୍ପିଅନସିପ ୨୦୨୩ – ଉଦଯାପିତ

ପୁରୁଷ ପାରା ବ୍ୟାଡମିଣ୍ଟନ ଇଣ୍ଡୋନେସିଆରେ କଳାହାଣ୍ଡିର ଆକାଶ ମୁଣ୍ଡ

masiha

Leave a Comment

error: Content is protected !!