ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମଣ୍ଡେଇ କ୍ରୀଡା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ନନ୍ଦାହାଣ୍ଡି ଏବଂ ଉମରକୋଟ ଚମ୍ପିୟାନ

ମଣ୍ଡେଇ କ୍ରୀଡା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ନନ୍ଦାହାଣ୍ଡି ଏବଂ ଉମରକୋଟ ଚମ୍ପିୟାନ

ନବରଙ୍ଗପୁର: ମଣ୍ଡେଇ ମହୋତ୍ସବ ଅବସରରେ ସ୍ଥାନୀୟ କଲେଜ ପଡିଆଠାରେ ଉମରକୋଟ ଏବଂ ତେନ୍ତୁଳଖୁଣ୍ଟି ବ୍ଲକ ମଧ୍ୟରେ ଫୁଟବଲ ଏବଂ ଡାବୁଗାଁ ଓ ନନ୍ଦାହାଣ୍ଡି ବ୍ଲକ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି। ଭଲିବଲ ରେ ଡାବୁଗାଁ ବ୍ଲକକୁ ନନ୍ଦାହାଣ୍ଡି ବ୍ଲକ ପରାସ୍ତ କରିଥିବା ବେଳେ ଫୁଟବଲ ରେ ଉମରକୋଟ ବ୍ଲକ ଦଳ ତେନ୍ତୁଳଖୁଣ୍ଟି ବ୍ଲକ ଦଳକୁ ଏକ ସଂଘର୍ଷ ପୂର୍ଣ୍ଣ ଖେଳରେ ୧-୦ ଗୋଲରେ ପରାସ୍ତ କରି ମଣ୍ଡେଇ କ୍ରୀଡ଼ା ପ୍ରତିଯୋଗତାର ଚାମ୍ପିଅନ ହୋଇଛନ୍ତି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ କ୍ରୀଡ଼ା ପ୍ରତ୍ୟେକ ମଣିଷ ର ଜୀବନର ଏକ ଅଙ୍ଗ ବୋଲି ଭାବିବା ଉଚିତ୍, ଯଦ୍ୱାରା ଉଭୟ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହି ପାରିବ ବୋଲି କହିଥିଲେ। ମଣ୍ଡେଇ କ୍ରୀଡ଼ା ସଫଳ ହୋଇଥିବାରୁ ସମସ୍ତ ଜିଲ୍ଲାବାସୀ ଙ୍କୁ ଶୁଭେଛା ଜଣାଇଥିଲେ। ମଞ୍ଚରେ ଅନ୍ୟତମ ଅତିଥି ଭାବରେ କ୍ରୀଡ଼ା ଅଧିକାରୀ ଏନ୍. ଶ୍ରୀନୁ, ଜିଲ୍ଲା କ୍ରୀଡ଼ା ସଂଘର ଉପସଭାପତି ଏମ. ବାଲାକ୍ରୀଷ୍ଣା ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ, ତେନ୍ତୁଳିଖଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ, ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତିରଞ୍ଜନ ରଥ, କୋଷାଗୁମୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀ ଏବଂ ପିଇଅ ପ୍ରଭାତ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଥମ ଥର ପାଇଁ ମଣ୍ଡେଇ କ୍ରୀଡ଼ା ଅବସରରେ ଉମରକୋଟ ଠାରେ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜୟ ଲାଭ କରିଥିବା ଖେଳାଳି ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ମଣ୍ଡେଇ କ୍ରୀଡ଼ା ପରିଚାଳନା ଏବଂ ଆୟୋଜନ ରେ କ୍ରୀଡ଼ା ଶିକ୍ଷକ ମନୋରଞ୍ଜନ ପ୍ରହାରଜ,ବି. ଯୋଗେଶ କୁମାର, ଫିରଜ ହିଆଲ୍, ଡେଭିଡ ସ୍ମିତ ସାଧୁ, ଶେଖ୍ ସମିରୁଦ୍ଦିନ, ବିଭାଷିସ ଦେ, ଅଟଳ ବିହାରୀ ହୋତା, ଅଜିତ ପରିଜା, ପ୍ରଣବ ବିଶ୍ଵାଳ, ଅଜୟ ଦାସ, ଦୁର୍ୟ୍ଯ ହରିଜନ ଉମରକୋଟ ଜୋନରେ ବ୍ରଜବନ୍ଧୁ କାଣ୍ଡି, କିଶୋର ସିଲ, ପ୍ରଦୀପ ବିଶ୍ୱାସ, ସପନ ବୈରାଗୀ, ଏମ. ବିଜୟ, ସୁବାସ ସାନ୍ତା, ନରସିଂହ ହରିଜନ, ଅରୁଣ ଶାନ୍ତା, ଚୈତନ୍ୟ ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କର୍ଲ।କୋଟ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ନବରଙ୍ଗପୁର କୁ ହରାଇ କଳାହାଣ୍ଡି ଇଲେଭେନ ଚମ୍ପିୟାନ

Sunil Chandra Nayak

କାମାକ୍ଷାନଗର ମାଟିର ଝିଅ ବନ୍ଦନା ଙ୍କୁ ଜାଭଲିନ୍ ରେ ଜାତୀୟ ସ୍ତରରେ ମିଳିଲା ତୃତୀୟ ସ୍ଥାନ _ବ୍ରୋଞ୍ଚ ପଦକରେ ସମ୍ମାନିତ

Sunil Chandra Nayak

ନେହେରୁ ଯୁବକେନ୍ଦ୍ର ଦ୍ବାରା କ୍ରୀଡା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!