ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନାରାୟଣ ଗୌଡ଼ ଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ନାରାୟଣ ଗୌଡ଼ ଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବେଗୁନିଆପଡ଼ା:- ନାରାୟଣ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚିଙ୍ଗୁଡ଼ିଖୋଲ ହାଇସ୍କୁଲ ଷ୍ଟାଡିୟମ ଠାରେ ଚିଙ୍ଗୁଡ଼ିଖୋଲ ପ୍ରୀମିୟର ଲିଗ୍ ର ୫ ସଂସ୍କରଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଓ ଓଡ଼ିଶା ରେ ଜଣେ ଜଣାଶୁଣା କ୍ରିକେଟ ଖେଳାଳି ନାରାୟଣ ଗୌଡ ନିକଟରେ କ୍ରିକେଟ ଖେଳୁ ଥିବା ସମୟ ରେ ମୃତ୍ୟୁ ବରଣ କରିଥିଲେ । ତେଣୁ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆଯାକୁ ୫ ବର୍ଷ ଧରି ଚିଙ୍ଗୁଡ଼ିଖୋଲ ଯୁବକ ମାନଙ୍କ ତରଫରୁ ଚିଙ୍ଗୁଡ଼ିଖୋଲ ପ୍ରୀମିୟର ଲିଗ୍ ର ଆୟୋଜନ କରାଯାଉଅଛି। ଆଜି ପ୍ରଥମ ଦିନରେ ଉଦ୍ଘାଟନୀ ମ୍ୟାଚଟି ବଟେଶ୍ୱର ବ୍ଲାଷ୍ଟର କୁ ହରାଇ ଗୋପୀନାଥ ଇଲେଭେନ ଷ୍ଟାର ବିଜୟୀ ହୋଇଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବଟେଶ୍ୱର ବ୍ଲାଷ୍ଟର ନିର୍ଦ୍ଦାରିତ ୮ ଓଭରରେ ୪୭ ରନ କରିଥିଲେ। ଏହାର ଜବାବରେ ଗୋପୀନାଥ ଇଲେଭେନ ଷ୍ଟାର ମାତ୍ର ୭ ଓଭରରେ ୪୮ ରନ୍ ସଂଗ୍ରହ କରି ମ୍ୟାଚଟିକୁ ଏକତରଫା ଭାବେ ହାତେଇ ନେଇଥିଲେ। 

ଉଦ୍ଘାଟନୀ ଉତ୍ସବରେ ଚିଙ୍ଗୁଡ଼ିଖୋଲ ଗ୍ରାମ ର ସରପଞ୍ଚ ପ୍ରତିନିଧି ବସନ୍ତ ମଲ୍ଲିକ, ସମିତିସଭ୍ୟ ଜିତେନ୍ଦ୍ର ଗୌଡ ଓ ଯୁବ ସମାଜସେବୀ ଫକିର ମୋହନ ରାଉତ ଯୋଗଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟ କୁ ଉଦ୍ଘାଟନ କରିଥିଲେ।ଆୟୋଜକ ନାରାୟଣ କ୍ରିକେଟ କ୍ଲବର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। 

ସତୀଶ ଦାସ ଙ୍କ ରିପୋର୍ଟ୍ 

Related posts

ଷୋହଳ ବର୍ଷରୁ କମ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କିଟ୍ ପ୍ରଦାନ

Sunil Chandra Nayak

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ- ୨୦୨୩ ଉଦଯାପିତ 

masiha

Leave a Comment

error: Content is protected !!