ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା’ ଅମ୍ବିକା ୟୁଥ୍ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଷ୍ଟାର ଇଲେଭେନ ନହଙ୍ଗ ବିଜୟୀ

ମା’ ଅମ୍ବିକା ୟୁଥ୍ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଷ୍ଟାର ଇଲେଭେନ ନହଙ୍ଗ ବିଜୟୀ

ଖଇରା,୦୬/୦୨/୨୫ : ଖଇରା ବ୍ଲକ କୁପାରି ଅମ୍ବିକା ମନ୍ଦିର ପଡ଼ିଆରେ ମା’ ଅମ୍ବିକା ୟୁଥ୍ କ୍ଲବ ଆନୁକୂଲ୍ୟରେ ୩ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଷ୍ଟାର ଇଲେଭେନ ନହଙ୍ଗ ଟିମ୍ ବିଜୟୀ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ବିକାଶ ଇଲେଭେନ ପଳସା, ଏମ ଟି ଇଲେଭେନ ଭଦ୍ରକ ବନ୍ତ, ତ୍ରିଶକ୍ତି ନିରଜପୁର, ମା ସର୍ବ ମଙ୍ଗଳା ସୋର, ଆଇକନିକ ଇଲେଭେନ ସୁନ୍ଦରପୁର, ଷ୍ଟାର ଇଲେଭେନ ନହଙ୍ଗ, କୁଲ ମାଇଣ୍ଡ ୮ଟି ଟିମ୍ ଖେଳରେ ଅଂଶଗ୍ରହଣ କରିଥିବା ବେଳେ ସେମି ଫାଇନାଲରେ ଷ୍ଟାର ଇଲେଭେନ ନହଙ୍ଗ ଏବଂ ବିକାଶ ଇଲେଭେନ ପଳସା ବିଜୟୀ ହୋଇ ଫାଇନାଲ ମ୍ୟାଚ ଖେଳିବା ପାଇଁ ମନୋନୀତ ହୋଇଥିଲେ । ପ୍ରଥମେ ଟସ୍ ଜିତି ଷ୍ଟାର ଇଲେଭେନ ନହଙ୍ଗ ପ୍ରଥମେ ବ୍ୟାଟିଂ କରି ୬୧ରନ ସଂଗ୍ରହ କରିଥିଲା ପରେ ବିକାଶ ଇଲେଭେନ ପଳସା ୪୦ ରନ୍ ସଂଗ୍ରହ କରି ପରାଜିତ ହୋଇଥିଲା ।ଏହି ମ୍ୟାଚ ୧୦ଓଭର ବିଶିଷ୍ଟ ହୋଇଥିବା ବେଳେ ଦିଲ୍ଲୀପ କୁମାର ଭୂୟାଁ, ବିଭୁତି ରାଉତ, ପପୁ ରାଉତ, ଆର ଏସ ରାଜନ, ବବୁଲ ପଲେଇ ଖେଳ ପରିଚାଳନା କରିଥିବାବେଳେ ଗୌତମ ରାଉତ, ଅବିନାଶ ମହାପାତ୍ର କମେଣ୍ଟ୍ରି କରିଥିଲେ।ପରେ ଏକ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବେ କୁପାରି ପଞ୍ଚାୟତ ସରପଞ୍ଚ ଜ୍ୟୋସ୍ନାରାଣୀ ଦାସ ଯୋଗ ଦେଇଥିବା ବଳେ ସମ୍ମାନୀତ ଅତିଥିଭାବେ ଖଇରା ଥାନା ଅଧିକାରିଣୀ ମୌସୁମୀ ମହାନ୍ତି, ଏସ୍ ଆଇ ବିକ୍ରମ କୁମାର ମହାପାତ୍ର, କୁପାରି ଯୋନର ବିଜେପି ମଣ୍ଡଳ ସଭାପତି ସୁମନ୍ତ ଜେନା, କୁପାରି ପଞ୍ଚାୟତ ସମିତିସଭ୍ୟ ଅକ୍ଷୟ କୁମାର ଜେନା ପ୍ରମୁଖ ଯୋଗଦେଇ ବିଜେତା ଟିମକୁ ୭ ହଜାର ଟଙ୍କା ପୁରସ୍କାର ରାଶି ସମେତ ସିଲ୍ଡ ପ୍ରଦାନ କରିବା ସହ ପରାସ୍ତ ଟିମକୁ ୫ ହଜାର ଟଙ୍କା ପୁରସ୍କାର ରାଶି ସମେତ ସିଲ୍ଡ ପ୍ରଦାନ କରିଥିଲେ । କ୍ଲବର ସଦସ୍ୟ ତାପସ କୁମାର ବିଶ୍ବାଳ, ଅବିନାଶ ମହାପାତ୍ର, ମଣ୍ଟୁ ପଲେଇ, ମନୋଜ ପାତ୍ର, ରାଜେଶ ପରିଡା, ଦୀପକ କୁମାର ସିଂ, ବିଶ୍ୱଭୂଷଣ ଦାସ, ଦୀପକ ଦାସ, ରାଜକିଶୋର ଦାସ,।ପ୍ରମୁଖ ସହଯୋଗ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜବାହର ନବୋଦୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 

Sunil Chandra Nayak

ଓରିଜିନାଲ ପାଓ୍ବାର କ୍ଲବ୍ ପକ୍ଷରୁ ଓପନ୍ ସୁନ୍ଦରଗଡ ଡେଡଲିଫ୍ଟ ଚ୍ଯାମ୍ପିୟନସିପ୍ – ୨୦୨୪

masiha

୨୨ତମ ଆମନ୍ତ୍ରଣ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ 

masiha

Leave a Comment

error: Content is protected !!