ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ବ୍ଲକ ଅନ୍ତର୍ଗତ ପୁଜାରୀଗୁଡା ଠାରେ ସଟ ସର୍କିଟ ରୁ ନିଆ ଲାଗି ଫାଟିଲା ଗ୍ୟାସ୍ ସିଲିଣ୍ଡର୍

ଉମରକୋଟ ବ୍ଲକ ଅନ୍ତର୍ଗତ ପୁଜାରୀଗୁଡା ଠାରେ ସଟ ସର୍କିଟ ରୁ ନିଆ ଲାଗି ଫାଟିଲା ଗ୍ୟାସ୍ ସିଲିଣ୍ଡର୍

ନବରଙ୍ଗପୁର:(୪|୨)(ରବିନାରାୟଣମହାନ୍ତି) ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ପୂଜାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଆଜି ଦିନ ୧୧ ଟା ସମୟରେ ମେଡିକାଲ ଗୋଦାମ ଗୃହ ରେ ହଠାତ୍ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ସେଠାରେ ଦୁଇଟି ପୂର୍ଣ ଅକ୍ସିଜେନ ଗ୍ୟାସ୍ ସିଲିଣ୍ଡର୍ ସହ ଅଳ୍ପ କେତଟି ଖାଲି ସିଲିଣ୍ଡର ରହିଥିଲା । ଅଗ୍ନି କାଣ୍ଡ ଯୋଗୁଁ ସେହି ଦୁଇଟି ସିଲିଣ୍ଡର ଫାଟି ଯିବା ଫଳରେ ଗୋଦାମ ଗୃହ ସମ୍ପୂର୍ଣ ଜଳି ଯିବା ସହ ଘର ର ଛାତ ଉଡ଼ି ଯାଇଛି । ଗୋଦାମ ଗୃହ ପାର୍ଶ୍ଵ ରେ ପ୍ରସୂତି ଗୃହ ରହିଅଛି । କିନ୍ତୁ ନିଆଁ ଲାଗିବା ପରେ ପ୍ରସୂତି ଙ୍କୁ ସେଠାରୁ ତୁରନ୍ତ ସ୍ଥାନାନ୍ତରିତ କରାଯାଇଥିଲା । ଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡ ରେ କୌଣସି ମୃତାହତ ହୋଇ ନ ଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ହୋଇଥିବା ଖବର ପାଇ ସ୍ବାସ୍ଥ୍ୟ ବିଭାଗ କତ୍ତୃପକ୍ଷ ତୁରନ୍ତ ଉମରକୋଟର ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ନିଆଁକୁ ଆୟତ କରିବାକୁ ସକ୍ଷମ ହୋଇଥିଲେ । ସିଲିଣ୍ଡର ଖାଲି ଥିବା କଥା ଡାକ୍ତର କହିଥିବା ବେଳେ ଏହି ଘଟଣା ରେ କେହି ଦାୟୀ ନୁହଁନ୍ତି ଏବଂ କାହା ଅବହେଳା ଯୋଗୁଁ ଏହି ଅଘଟଣ ଘଟିନି ବୋଲି କହିଛନ୍ତି । 

( ମ ନି ସ ) 

Related posts

ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାରେ ପଡିଥିଲେ ଛାତ୍ରୀ, ଥାନା ଅଧିକାରୀ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଲେ

masiha

ଜୁନାଗଡ଼ ସମ୍ବାଦ ସାହିତ୍ୟ ଘରର ପ୍ରସ୍ତୁତି ବୈଠକ

masiha

ବରିଷ୍ଠ ସାହିତ୍ୟିକ ଓ ସଙ୍ଗଠକ ନିତ୍ୟାନନ୍ଦ ନାୟକଙ୍କ ପରଲୋକ : ବିଭିନ୍ନ ବ୍ୟକ୍ତିଙ୍କ ପକ୍ଷରୁ ଶୋକ 

masiha

Leave a Comment

error: Content is protected !!