ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରସାୟନ ବିଜ୍ଞାନରେ ଅଧ୍ୟାପକଙ୍କ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧିଲାଭ

ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ସ୍ଥିତ ଧୋଡ଼ିପାଣି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ରସାୟନ ବିଜ୍ଞାନ ଅଧ୍ୟାପକ ତଥା ଭାର ପ୍ରାପ୍ତ ଅଧକ୍ଷ ଶ୍ରୀଯୁକ୍ତ, ମନୋରଞ୍ଜନ କର ଫକୀର ମୋହନ ବିଶ୍ୱ ବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସମ୍ମାନ ସୂଚକ ଡ଼କ୍ଟରେଟ ଉପାଧି ପାଇଁ ପ୍ରଭୁ ଶ୍ରୀ ନୀଳମାଧଵଙ୍କ ଆଶୀର୍ବାଦରୁ ଯୋଗ୍ୟ ବିବେଚିତ ହୋଇ ଅଛନ୍ତି l ସେ ଏଥିପାଇଁ ଦୀର୍ଘ ଦିନରୁ ଗବେଷଣା ରତ ଥିଲେ l ଏହାର ସମସ୍ତ ଶ୍ରେୟ ସେ BNMA COLLEGE, ପାଳିଆବିନ୍ଧା ଉଦ୍ରଖର ପୂର୍ବତନ ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ତଥା ନିଜର ମାର୍ଗ ଦର୍ଶକ ପ୍ରାଧ୍ୟପକ ଡକ୍ଟର , ସରତ ଚନ୍ଦ୍ର ନାୟକଙ୍କୁ ପ୍ରଦାନ କରି ଅଛନ୍ତି I ତାଙ୍କର ସଂଦର୍ଭ ” Synthesis, isolation and characterisation of some transitional metal complexes ” ଆଲ୍ଲାହାବାଦ ବିଶ୍ୱ ବିଦ୍ୟାଳୟ ର ପୂର୍ବତନ ପ୍ରଫେସର ଡ଼ଃ ପ୍ରବୀଣ କୁମାର ଟଣ୍ଡନ୍ ତଥା ମୁଙ୍ଗେର ବିଶ୍ୱ ବିଦ୍ୟାଳୟ, ବିହାରର ପୂର୍ବତନ କୁଳପତି ପ୍ରଫେସର ଡ଼ଃ ରଂଜିତ କୁମାର ବର୍ମାଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଅଛି l ଶ୍ରୀ କର ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅଧୀନସ୍ଥ କଣ୍ଟିଲୋ ପାଣୁ ସାହୁ ପାଟଣା ଗ୍ରାମ ର ସ୍ବର୍ଗତ ରଘୁନାଥ କର ଶର୍ମା ଓ ସ୍ବର୍ଗତା କୌଶଲ୍ୟା କରଙ୍କ କନିଷ୍ଠ ପୁତ୍ର ତଥା ରାକମା ସ୍ଥିତ ସ୍ଵପ୍ନେଶ୍ଵର ଦେବ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ, ରାଜ କିଶୋର ପଣ୍ଡା ଓ ସ୍ବର୍ଗତା ପ୍ରଣତି ପଣ୍ଡାଙ୍କ ଏକ ମାତ୍ର ଜାମାତା ଅଟନ୍ତି l ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ପୂର୍ବତନ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଶ୍ରୀଯୁକ୍ତ ମଧୁସୂଦନ କର ଓ ସୁନାବେଡା ଏରୋନୋଟିକସ୍ ମହା ବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ତଥା ପୂର୍ବତନ ପ୍ରାଧ୍ୟପକ ଶ୍ରୀଯୁକ୍ତ, ଚିତ୍ତ ରଞ୍ଜନ କର ଙ୍କର କନିଷ୍ଠ ଭ୍ରାତା ଅଟନ୍ତି l ଏହି ସଫଲତା ପାଇଁ ସେ ନିଜର ସହ ଧର୍ମୀଣି ଶ୍ରୀମତୀ ମହାଶ୍ଵେତା ପଣ୍ଡା, ବନ୍ଧୁ ବାନ୍ଧବ,ସାଙ୍ଗ ମାନଙ୍କୁ ତଥା ସହ କର୍ମୀ ମାନଙ୍କୁ ଶ୍ରେୟ ପ୍ରଦାନ କରି ଅଛନ୍ତି l

ମସିହା ନିଉଜ ସର୍ଭିସ୍ 

Related posts

ଖବର ପ୍ରକାଶ ପରେ ଆକ୍ସନ ରେ ପଞ୍ଚାୟତ , ଭଦ୍ରାସାହି ରେ ପରିମଳ ସମସ୍ୟା ଉପରେ ବୈଠକ, ବଜାର କମିଟି ଗଠନ

Sunil Chandra Nayak

ମୋ ଓଡିଶା ଗୀତରେ ରାଉରକେଲାର ତରୁଣ କୁମାର

Sunil Chandra Nayak

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସମ୍ପନ୍ନ ଯୋଗଦେଲେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

masiha

Leave a Comment

error: Content is protected !!