ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଐତିହାସିକ ପୀଠ ପୋଡ଼ାଗଡ ଠାରେ ଧୁମଧାମରେ ପାଳିତ ହେଉଛି ନବରାତ୍ରି 

ଐତିହାସିକ ପୀଠ ପୋଡ଼ାଗଡ ଠାରେ ଧୁମଧାମରେ ପାଳିତ ହେଉଛି ନବରାତ୍ରି                                                      

ନବରଙ୍ଗପୁର–(ମ ନି ସ )ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧିନସ୍ଥ ଐତିହାସିକ ପୀଠ ପୋଡ଼ାଗଡ ଠାରେ ଧୁମଧାମରେ ପାଳିତ ହେଉଛି ନବରାତ୍ରି lହୋମ ଯଜ୍ଞରେ ପ୍ରତ୍ୟେକ ମନ୍ଦିରରେ ଆହୁରି ପ୍ରଦାନ, ଯାହାକି ଆଦିମ ପରମ୍ପରା ହିସାବରେ ଶାବରୀ ମନ୍ତ୍ରରେ ଆହୁତୀ ପ୍ରଦାନ କରାଯାଇ ସ୍ଵତନ୍ତ୍ର ପୂଜା ପଦ୍ଧତିରେ ପୂଜାର୍ଚ୍ଚନା କରାଯାଉଛି lଏହି ପଦ୍ଧତି ଓ ସ୍ଥାନୀୟ ରାଜାଙ୍କ ଦେବାଦେବୀଙ୍କୁ ଅନୁଧ୍ୟାନକାରୀ ତାଙ୍କ ନାମରେ ଆହୁତି ଦିଆ ଯାଉଚି ଏହି ଦେବଦେବୀଙ୍କ ନାମ ପୋଡାଗଡ଼ ଗବେଷକ ପ୍ରକୃତି ବନ୍ଧୁ ତାଙ୍କର ଗବେଷଣାରେ ନାମଗୁଡିକ ଲିପିବଦ୍ଧ କରି ନଳବଂସର ରାଜାଙ୍କର ସମସ୍ତ ଦେବାଦେବୀ ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ଦେବାଦେବୀ ବସ୍ତର ଛତିଶଗଡ ର ଦେବାଦେବୀଙ୍କୁ ଆବାହନ କରାଯାଇ ସମସ୍ତ ପୀଠରେ ଅଖଣ୍ଡ ଦ୍ଵୀପ ପ୍ରଜ୍ବଳନ କରାଇ ନୂତନ ପରମ୍ପରା ସୃଷ୍ଟି କରାଯାଇଛି l ପୋଡ଼ାଗଡ଼ ର ସମସ୍ତ ଦେବା ଦେବୀ ଙ୍କ ପାଖରେ ଅଖଣ୍ଡ ଦ୍ଵିପ ପ୍ରଜ୍ବଳିତ କରାଯାଇଛି ପ୍ରତେକ୍ ଦିନ ନବ ଦୁର୍ଗା ଙ୍କୁ ଆହୁତି ଦେବାସହିତ ରାଜାଙ୍କର ଇଷ୍ଟ ଦେବା ଦେବୀଙ୍କୁ ଆହୁତି ଦିଆଯାଉଛି ଯାହାକି ନଳବଂଶର ରାଜ ରାଜୁଡା ସମୟରୁ ଚାଲି ଆସିଥିଲା ସେହି ଦେବିମାନଙ୍କୁ ଉଜ୍ଜୀବିତ କରି ସାଧନର ମାଧ୍ୟମ ବାହାର କରିଛନ୍ତି ଗବେଷକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା ଯଥା ଇଷ୍ଟଦେବୀ ଗାଦୀମା, ଝାଜଲ୍ ଦେଇ, ପାଟ ରାଣୀ, ଡେବରା ପାଇକ, ଭୈରବ ଚାଉରିଆ, ଦନ୍ତେଶ୍ୱରି, ମାଉଲି ମଙ୍ଗଳା, ଭଙ୍ଗାରାମ, ଦୁର୍ଗା କଙ୍କାଲିନି ଓ ମା ପେଣ୍ଡରାଣୀ ମନ୍ଦିରରେ ଅଖଣ୍ଡ ଦ୍ଵୀପ ପ୍ରଜ୍ବଳନ କରାଯାଉଛି ନିଜେ ଗବେଷକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା ଗବେଷଣାତ୍ମକ ଦେବା ଦେବୀଙ୍କ ତାଲିକା ପ୍ରସ୍ତୁତି କରି ସମସ୍ତ ଦେବାଦେବୀଙ୍କୁ ଆହୁତି ପ୍ରଦାନ କରୁଛନ୍ତି ତାଙ୍କ ଘରେ ରହୁଥିବା ଭୈରବ ଓ ମା ଦନ୍ତେଶ୍ୱରୀଙ୍କ ପ୍ରତୀକ ବିମାନରେ ନବରାତ୍ରି ଉମରକୋଟ ଗୁଲିପାଟଣା ସ୍ଥିତ ବାସଭବନରେ ନବରାତ୍ରି ଚାଲୁ ରହିଛି ଅନେକ ଭକ୍ତ ସେଠାରେ ଦ୍ଵୀପ ପ୍ରଜ୍ବଳନ କରିଛନ୍ତି ଏହିପୂଜାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଦେବାଦେବୀ ଓ ପୋଡ଼ାଗଡ଼ ଦେବଦେବୀଙ୍କ ସମ୍ପର୍କକୁ ନେଇ ପୋଡାଗଡ ପୂଜା କମିଟି ଙ୍କୁନେଇ ଶାବରୀ ମନ୍ତ୍ରରେ ପୂଜା ଚାଲିଛି ପୂଜକମାନେ ଉପାସ ରହି ଏହିପୂଜା ଜାରି ରଖି ଛନ୍ତି l ଭୈରବ ପୂଜକ, ବିନଝାଲ ପୂଜାରୀ, ଚୌରୀଆ ପୂଜାରୀ କୃଷ୍ଣ ପୂଜାରୀ, ମାଟି ପୂଜାରୀ ନାରାୟଣ ପୂଜାରୀ, ପାଠ ପୂଜାରୀ ପୂର୍ଣ୍ଣ ପୂଜାରୀ, ଦଶରୁ ନାୟକ ନଅରୁ ମାଝି ରାଜପୁର ଗ୍ରାମ ବାସୀ ଗୁରୁବାରୁ ପୂଜାରୀ ଓ କର୍ଲୋ ବେଡା ଗ୍ରାମର ଦେବ ପୂଜାରୀ ଙ୍କ ସହିତ ସମସ୍ତ ଗ୍ରାମବାସୀ ଏହି ନବରାତ୍ରିରେ ଉପବାସ ବ୍ରତ ପାଳନ କରି ବିଶେଷ କରି ଜୟପୁର ର ରାଜାଙ୍କ ଇଷ୍ଟଦେବୀ କନକଦୂର୍ଗଙ୍କ ନାମରେ ଓ ଭଗବତୀ ଜଗତ ଜନନୀ ବାସନ୍ତାଇ, ଦକ୍ଷିଣକାଳୀ, ସାତଭଉଣି ଝାଙ୍କର ଦେବୀ ନାମରେ ଆହୁତି ଦେବା ସହିତ ନବରଙ୍ଗପୁର ଭଣ୍ଡାରୁଣୀ, ଡାବୁଗାଁ ଦାବାଦେଇ, ଦୁଲାର ଦେଇ, ଉମରକୋଟ ମା ପେଣ୍ଡ୍ରାଣୀ ଙ୍କ ନାମରେ ଆହୁତି ପ୍ରଦାନ କରିବା ସହିତ ଛତିଶଗଡ ଇଂଲାଜିନ, ଦନ୍ତେଶ୍ୱରି, ମାଉଲୀ ନାମରେ ଆହୁତି ପ୍ରଦାନ କରାଯାଉଛି l ପୋଡାଗଡ଼ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା ସଭାପତି ଉର୍ଦ୍ଧବ ଚରଣ ନାୟକ, ସମ୍ପାଦକ ପୁରୁଷୋତ୍ତମ ଭତରା ମହୋତ୍ସବ ପରିଚାଳନା କରୁଛନ୍ତି l ଆସନ୍ତା ମଙ୍ଗଳବାର ଦଶହରା ଉତ୍ସବ ମହାସମାରୋହରେ ପାଳିତ ହେବ l ଉମରକୋଟ ରୁ ଭୈରବ ଓ ଦନ୍ତେଶ୍ୱରୀଙ୍କ ବିମାନ ପୋଡାଗଡ଼ ଅଭିମୁଖେ ଯାଇ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ ସହରରୁ ଜଗନ୍ନାଥ ଏକ୍ସପ୍ରେସ ପୁରୀ ବସ୍ ଚଳାଇବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କଲେ ବ୍ୟବସାୟୀ ସଙ୍ଘ

masiha

ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାଳିକା ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଉଦଘାଟନ ଓ ୧୦୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲର ନିର୍ମାଣ ପାଇଁ ଶୁଭାରମ୍ଭ

Sunil Chandra Nayak

ରେମୁ କିଷାନ ସେବା କେନ୍ଦ୍ରର ଦ୍ଵିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ

Sunil Chandra Nayak

Leave a Comment

error: Content is protected !!