ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁଣିଥରେ ଇଟାଲୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ଭବାନୀପାଟଣା//  କଳାହାଣ୍ଡି ଜିଲ୍ଲାର ସୁପରିଚିତ କବି ଡ଼.ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ‘ସେହି ଟ୍ରେନର ବେଗ’ ଇଟାଲୀ ଭାଷାରେ ଅନୁବାଦିତ ହୋଇଛି । ଏହି କବିତାକୁ ଇଂରାଜି ଭାଷାରେ ଡ଼. ତପନ କୁମାର ରଥ ଅନୁବାଦିତ କରିଥିବା ବେଳେ ପ୍ରସିଦ୍ଧ ଇଟାଲିୟ ଖ୍ୟାତନାମା ଲେଖିକା ଇମାନୁଏଲ୍ ରିଜୋ ଏହାକୁ ପୁଣି ଇଟାଲୀ ଭାଷାରେ ଅନୁବାଦିତ କରିଛନ୍ତି । ସୂଚନା ଯୋଗ୍ୟ ଯେ,କ୍ରମାଗତ ଭାବେ ଡ଼.ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ,ଜର୍ମାନୀ,ପାର୍ସିଆ,ପୋଲିସ, ସ୍ପେନିସ ,ଆଳବାନିୟନ,ଫିଲିପିନୋ,ଭିଏତନାମା,ଜାପାନ, କିର୍ଗିଜ୍, ହିବ୍ରୁ ଭଳି ୧୬ଟି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ବର୍ତ୍ତମାନ କବି ଡ଼. ଭବାନୀ ନିଆଲଙ୍କ କବିତା ପୁଣି ଇଟାଲୀ ଭାଷାରେ ଅନୁଦିତ ହେବା ଏବଂ ତାଙ୍କୁ ରାଇଟର୍ସ କ୍ୟାପିଟାଲ ଇଣ୍ଟରନେସନାଲ ଫାଉଣ୍ଡେସନ ଦ୍ୱାରା ଆୟୋଜିତ କରାଯାଇଥିବା ପନୋରମା ଇଣ୍ଟରନେସନାଲ ଲିଟରେଚର ଫେଷ୍ଟିଭାଲ ୨୦୨୩ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ମନୋନୀତ କରାଯିବା ଆମ ରାଜ୍ୟ ତଥା ଦେଶ ପାଇଁ ଗୌରବର କ୍ଷଣ ଅଟେ ।

ମସିହା ନିଉଜ ସର୍ଭିସ୍ 

Related posts

ମୁନିଗୁଡା ବନାଞ୍ଚଳରେ ଉଜୁଡା ଜଙ୍ଗଲର ପୁନରୁଦ୍ଧାର ନାଁରେ କଟାଯାଉଛି ଶାଗୁଆନ ଗଛ,ହେଉଛି ପୋଡୁ ଚାଷ

masiha

ଗଣ୍ଡାମେର ଗ୍ରାମ ବାସୀ ମିଳିତଭାବେ ଦୁଇଟି ବିଦ୍ୟାଳୟ ରେ ତାଲାବନ୍ଦ ଆନ୍ଦୋଳନ

Sunil Chandra Nayak

ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ୫ଟି ସେବାରୁ ବଞ୍ଚିତ ,ସ୍ଥାନୀୟ ବିଧାୟକଙ୍କ ପ୍ରତି ଜନ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!