ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଷାଢ଼ ରେ ଜମି ଫାଟି ଆଁ,ଚିନ୍ତାରେ ଚାଷୀ

ଆଷାଢ଼ ରେ ଜମି ଫାଟି ଆଁ,ଚିନ୍ତାରେ ଚାଷୀ

ଆସିକା, ୨୧/୭/୨୬ (ଶିବ ଶଙ୍କର ମିଶ୍ର ) ଲଘୁଚାପ ବର୍ଷା ସହ ମୌସୁମୀ ବର୍ଷା ଉଭୟ ଚାଷୀକୁ ନିରାଶ କରିଛି । ଜୁନ ମାସରେ ସ୍ଵଳ୍ପ ବର୍ଷାରେ ଚାଷୀ କୂଳ ଜେନ ତେନ୍ ପ୍ରକାରେ ହଳ କରି ତଳି ପକାଇଥିଲେ । ଜୁଲାଇ ମାସ ରେ ତଳି ରୋଇବା ପାଇଁ ହୋଇଯିବା ପରେ ବର୍ଷା ଜଳ ଗଚ୍ଛିତ ଜମିରେ ଚାଷୀ ରୂଆ କାର୍ଯ୍ୟ ଆରମ୍ଭ କରିଥିଲେ । ମୌସୁମୀର ପ୍ରବେଶ ସହ ଲଘୁଚାପ ପ୍ରଭାବରେ ଭଲ ବର୍ଷା ହେବାର ଆଶା ରଖିଥିବା ଚାଷୀକୁ ଉଭୟେ ନିରାଶ କରିଛନ୍ତି । ସ୍ୱଳ୍ପ ବର୍ଷା ଯୋଗୁଁ ବନ୍ଧ ଗାଡ଼ିଆ ରେ ପର୍ଯ୍ୟାପ୍ତ ପରିମାଣରେ ପାଣି ନାହିଁ । ଏଣୁ ରୁଆ ଜମି ସୁଖୀ ଫାଟି ଆଁ କଲାଣି। ସେପଟେ ତଳି ବୁଢ଼ା ହେବାକୁ ଗଲାଣି । ଧରାକୋଟ ବ୍ଲକ ଅଞ୍ଚଳ ରେ ଲଘୁଚାପ ଜନିତ ବର୍ଷାର ପ୍ରଭାବ ଆଦୌ ନାହିଁ। ଧାର କରଜ କରି ଚାଷ କରିବା ସହ ରୁଆ ବେଉଷଣ ଓ ସାର ପ୍ରୟୋଗ କରି ଖର୍ଚ୍ଚାନ୍ତ ହୋଇଥିବା ଚାଷୀକୁଳ ବର୍ଷକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଯଦି ସପ୍ତାହକ ମଧ୍ୟରେ ବର୍ଷା ନହୁଏ ତାହେଲେ ଚଳିତ ବର୍ଷ ମରୁଡ଼ିର କରାଳ ଛାୟା ଦେଖିବାକୁ ମିଳିବ ।

Related posts

ସଚ୍ଚିଦାନନ୍ଦ ସ୍ମାରକୀ ବକ୍ତୃତାମାଳା ଓ ଆଲୋଚନାଚକ୍ର  ସାହିତ୍ୟ ହେଉଛି ସମ୍ବେଦନାର ବିଦ୍ୟାଳୟ …

Sunil Chandra Nayak

ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଗୋବର୍ଦ୍ଧନପୁର ପଞ୍ଚାୟତରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

Sunil Chandra Nayak

ଯୁବ ପତ୍ରକାର ସଂଘ ପକ୍ଷରୁ ବାର୍ଷିକଉତ୍ସବ ପାଳନ ସହ ଫଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!