ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମାରୀ ରୁ ନାରୀ ସଚେତନତା କାର୍ଯ୍ୟକ୍ରମ

କୁମାରୀ ରୁ ନାରୀ ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା : ଇନର୍ ହ୍ୱିଲ୍ କ୍ଲବ୍ ଅଫ୍ ରାଉରକେଲା ମିଡ୍‌ଟାଉନ୍ ପକ୍ଷରୁ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ “କୁମାରୀରୁ ନାରୀ” ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଛାତ୍ରୀ ଯୋଗଦେଇ ଋତୁସ୍ରାବ ସ୍ୱଚ୍ଛତା, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛ ଜୀବନଶୈଳୀ ସମ୍ପର୍କରେ ସଚେତନ ହୋଇଥିଲେ। ଉପସ୍ଥିତ ସମସ୍ତ ଛାତ୍ରୀଙ୍କୁ ସାନିଟାରି ନାପକିନ୍ ପ୍ୟାକେଟ୍, ବିସ୍କୁଟ୍ ଓ କେକ୍ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ କ୍ଲବ୍‌ର ସଭାନେତ୍ରୀ କିରଣବାଳା ଦାସ, ସଚିବ ସୌଦାମିନୀ ସିଂହ, ସମ୍ପାଦିକା ମଞ୍ଜୁ ରାଣୀ ମେହେର, ପରାମର୍ଶଦାତ୍ରୀ ରୁଣା ମହାନ୍ତି ଏବଂ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ପରମାର ଓ ଆରତି ମହାନ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରୀମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଷ୍ଠୀ ସଂଚାଳନ ଦିବସ ପାଳିତ

masiha

ଗାନ୍ଧୀ ସ୍ମୃତି ଭବନରେ ସମ୍ମାନିତ ହେଲେ ଶିକ୍ଷକ ଭରତ ସାହୁ

masiha

ମେରୁ ଉପଲକ୍ଷେ ଦଣ୍ଡ ନୃତ୍ୟ

Sunil Chandra Nayak

Leave a Comment

error: Content is protected !!