ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଟର ସାଇକେଲ ଦୁର୍ଘଟଣା ରେ ଦୁଇ ଆହତ

 ଉଛୁଳା  :୨୮/୧୨ – ମ.ନି.ସ :- ମଟର ସାଇକେଲ ଦୁର୍ଘଟଣା ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣାପଡିଛି। ପ୍ରାପ୍ତ ସୁଚନା ରୁ ଜଣାଇପଡିଛି ଯେ, ଗୋଲାମୁଣ୍ତା ବ୍ଳକ ଅଧିନସ୍ଥ ଉଛୁଲା ଗ୍ରାମପଞ୍ଚାୟତ ହାଇସ୍କୁଲ ପାଖରେ ଭାରସାମ୍ୟ ହରାଇ ମଟର ସାଇକେଲରେ ଦୁର୍ଘଟଣା ଘଟିଥିଲା। ମଟର ସାଇକେଲରେ ଆରୋହୀ ଦୁଇ ଆହତ ହୋଇଥିଲେ। ଆହତ ବ୍ଯକ୍ତି ମାନେ ହେଲେ ବିଦ୍ଯାଧର ବର୍ଛା ଆଉ ଜଣେ ହେଲେ ବୀରେନ୍ଦ୍ର ବର୍ଛା ଉଭୟେ ଶ୍ବଶୁର ଘର ଚେରଗାଁରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସେମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବୀରେନ୍ଦ୍ର ବର୍ଛାଙ୍କର ଅଳ୍ପ ଆଘାତ ଲାଗିଥିବା ବେଳେ ବିଦ୍ଯାଧର ବର୍ଛାଙ୍କର ଗୋଟିଏ ହାତ ଓ ଗୋଟିଏ ଗୋଡ ଭାଙ୍ଗି ଯାଇଛି। ବର୍ତ୍ତମାନ ଦୁଇ ଜଣ ଭବାନୀ ପାଟଣା ସ୍ତିତ ଘରୋଇ ଡାକ୍ତରଖାନା ଲାଇଫ ୱର୍ଥ୍ ରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଡମ୍ବରୁ ଧର ପାଣିଗ୍ରାହୀ ଙ୍କ ରିପୋର୍ଟ 

Related posts

ଜନ୍ମଦିନ ରେ ରକ୍ତଦାନ କଲେ ବହୁଜନ ସଂଗ୍ରାମ ସମିତି ସଭାପତି 

masiha

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ୩୭ ଦିନରେ , ଆସନ୍ତା କାଲି ଧର୍ମଗଡ ଉପଖଣ୍ଡ ସଂପୂର୍ଣ୍ଣ ବନ୍ଦ 

masiha

ରିଷିଡାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

masiha

Leave a Comment

error: Content is protected !!