ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଦୁଇମୃତ ଦୁଇ ଗୁରୁତର

ବୌଦ୍ଧ -୧୫।୧: ( ହୃଦାନନ୍ଦ ମେହେର )- ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା କଣ୍ଟାମାଳ -ମନମୁଣ୍ଡା ୪୧ନଂ ରାଜ୍ୟ ରାଜପଥ ଧାନଖଣ୍ଡି ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ଦୁଇ ମୃତ ଦୁଇ ଗୁରୁତର ।ସୂଚନା ଅନୁସାରେ, କଣ୍ଟାମାଳ ସଦର ଥାନାର ସୌମ୍ୟରଞ୍ଜନ ପାଣିଗ୍ରାହୀ ମକରମେଳା ଦେଖିବା ପାଇଁ ପଲଶାଗୋରା ଆସୁଥିଲେ ।ବିପରୀତ ପଟରୁ ସୁଲିଆ ଗ୍ରାମର ନରେଶ ଦନ୍ତା ଓ ବୁଲୁ ବସ୍ତିଆ ପଲଶା ଗୋରାରୁ ନିଜ ଗାଁକୁ ଫେରୁଥିବା ସମୟରେ ଧାନଖଣ୍ଡି ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଉଭୟ ଗାଡ଼ିରେ ଥିବା ସମସ୍ତେ ତଳେ ପଡ଼ି ଯାଇଥିବା ବେଳେ ସୌମ୍ୟଙ୍କ ମୁଣ୍ଡର ଖପୁରି ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ସୁଲିଆ ଗ୍ରାମର ନରେଶ ମଧ୍ୟ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ଗୁରୁତର ଥିବାରୁ ସ୍ଥାନୀୟ ସ୍ବେଛାସେବୀ ମାନେ ଉଦ୍ଧାର କରି ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ସୋନପୁର ହସ୍ପିଟାଲ ନେଇଥିଲେ ।ସେଠାରେ ଡାକ୍ତର ସୌମ୍ୟ ଓ ନରେଶ କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତରଙ୍କ ଚିକିତ୍ସା ଚାଲିଥିବା ଜଣାପଡିଛି ।

Related posts

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ସଚେତନା ବାର୍ତା ବାଣ୍ଟିଲା ରାଜନଗର ପୋଲିସ ପ୍ରଶାସନ

Sunil Chandra Nayak

୮୯ ତମ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପଥଚାରୀଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ 

masiha

କାର୍ଯ୍ୟରେ ଯୋଗଦେଲେ ଶିକ୍ଷକ

masiha

Leave a Comment

error: Content is protected !!