ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ତେରେସିଂହା କପ୍ ଫୁଟବଲ୍: ବଡ଼ମାଲ ଚମ୍ପିଆନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ହାଇସ୍କୁଲ ଖେଳ ପଡ଼ିଆରେ ଦୈତାରୀ ମେମୋରିଆଲ୍ ଗେମ୍ସ ଏଣ୍ଡ୍ ସ୍ପୋର୍ଟସ୍ ଏସୋସିଏସନ୍ ଆନୁକୁଲ୍ୟରେ ୨୨ତମ ତେରେସିଂହା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ରବିବାର ବଡ଼ମାଲ ଏବଂ ମହୀପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା l ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ୧-୧ ଗୋଲ କରି ସମାନ ହୋଇଥିବାରୁ ଟ୍ରାଇବେକର ଜରିଆରେ ବଡ଼ମାଲ ମହୀପୁର କୁ ୪-୨ ଗୋଲ ରେ ପରାସ୍ତ କରି ଚଳିତ ବର୍ଷର ଚାମ୍ପିଆନ ହୋଇଛି l ଚମ୍ପିଆନ ଦଳ ଓ ରନର ଅପ ଦଳଙ୍କୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରାଯାଇଥିଲା l ଉଦଯାପନୀ ଉତ୍ସବରେ ଯୁଗଳକିଶୋର ନାଏକ ମଞ୍ଚ ପରିଚାଳନ କରିଥିବା ବେଳେ ଦେବେନ୍ଦ୍ର ରଣା ଧନ୍ୟବାଦ ଅର୍ପଣ କରିଥିଲେ l ଫାଇନାଲମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୁବନେତା ନୀଳମାଧବ ସିଂଦେଓ ମୁଖ୍ୟ ବକ୍ତା ପିରବତୀ ମହିଳା କଲେଜର ପ୍ରତିଷ୍ଠାତା ମୁରଲୀଧର ରଣା, ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ନନ୍ଦୀ କିଶୋର ଭୋଇ, ଶିକ୍ଷକ ପ୍ରହଲ୍ଲାଦ ଦଣ୍ଡସେନା, ଅବସର ପ୍ରାପ୍ତ ପୋଲିସ ଏ.ଏସ.ଆଇ କ୍ଷମାନିଧି ସାହୁ, ସାମ୍ବାଦିକ ସତ୍ୟନାରାୟଣ କୁମାର, ଅବସରପ୍ରାପ୍ତ ଶିକ୍ଷକ ଲୋକନାଥ ଗହୀର, ଦାମ ଭୋଇ, ଅକ୍ଷୟ ରଣା, ଆୟୋଜକ କମିଟି ସଭାପତି ରଶ୍ମିରଞ୍ଜନ ରଣା, ସମ୍ପାଦକ କିଶୋର ଚନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ଖେଳକୁ ଚଞ୍ଚଳ ମାଝୀ, ବୁଡୁ ମାଝୀ, ନରେଶ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଦେବେନ୍ଦ୍ର ରଣା ଓ ଗଜାନନ ଗହୀର ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ l ବସନ୍ତ କୁମାର ସାହୁ, କ୍ଷେତ୍ରମଣୀ ରଣା, ତପନ ମାଝୀ, ଚୈତନ୍ୟ ନାଏକ, ସମ୍ପଦ ରଣା, ମନୋଜ ରଣା, ନିଳାଞ୍ଚଳ ଗହୀର, ଦୟା ଭୋଇ ସମେତ ଗେମ୍ସ ଏଣ୍ଡ୍ ସ୍ପୋର୍ଟସ୍ ଏସୋସିଏସନ୍ ସମସ୍ତ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ l 

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଚଇତି କ୍ରୀଡା ମହୋତ୍ସବର ଦ୍ୱିତୀୟ ଦିନରେ ବ୍ୟାଡମିଂଟନ ଓ ସ୍ଳୋ ସାଇକେଲ ପ୍ରତିଯୋଗିତା

Sunil Chandra Nayak

ଷଷ୍ଠ ଭବାନୀପାଟଣା ଟାଉନ୍ ଫୁଟବଲ ଲିଗ୍ ଟୁର୍ନାମେଣ୍ଟ ଉଦ୍ଘାଟିତ

Sunil Chandra Nayak

ଜେକେ ପେପର୍ ଲିମିଟେଡ୍ ର ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ

Sunil Chandra Nayak

Leave a Comment

error: Content is protected !!