ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା 

ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା 

ଜୁନାଗଡ଼ ୧୩/୨(ମନୀ ସ):ଜୁନାଗଡ଼ ମହୋତ୍ସବ କମିଟି ଦ୍ୱାରା ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଟିତ ହୋଇଯାଇଛି ।ଏଥିରେ ଜୁନାଗଡ଼ ମହୋତ୍ସବ ର କୋର କମିଟିର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ନାଏକ ଓ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଏଥିରେ ୧୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।ଏହି ପ୍ରତିଯୋଗିତା ୧୧ ଓ ୧୨ ଫେବୃୟାରୀ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା ।ଏହି ଖେଳକୁ ସମୀର କୁମାର ସାହୁ, ରାକେଶ ବେମାଲ, ରୋଜଳିନୀ ନାୟକ, ଶିବାନୀ ଭାଟି, ଅଞ୍ଜଳି ନାଏକ  ପରିଚାଳନା କରିଥିଲେ । ପ୍ରତିଯୋଗିତାରେ ଜମ୍ବଲଡରେ ଜୁନାଗଡର ମାନସ ରଞ୍ଜନ ସାହୁ ପାଟନର୍ ରାକେଶ କୁମାର ବେମାଲ ବିଜେତା ହୋଇଥିବା ବେଳେ ସମୀର କୁମାର ସାହୁ ଓ ରଜନୀକାନ୍ତ ଦାସ ଉପ ବିଜେତା ହୋଇଥିଲେ । ମେନ୍ସ ଡବଲ୍ସ୍ ରେ ଭବାନିପାଟଣାର ଦେବଦୁତ୍ତ ବାଣୁଆ ଓ ସୁଭାସିସ ପଟ୍ଟନାୟକ ବିଜେତା ଏବଂ ଜୁନାଗଡ଼ର ମାନବ ଯୋତି ପ୍ରକାଶ ନାଏକ ଓ ଧର୍ମଗଡର ସୌରଭ ସେଠୀଆ ଉପ ବିଜେତା ହୋଇଥିଲେ,ମେନ୍ସ ସିଙ୍ଗଲ ରେ ଭବାନିପାଟଣାର ଦେବଦୁତ୍ତ ବାଣୁଆ ବିଜେତା ଓ ଜୁନାଗଡ଼ର ମାନବ ଯୋତି ପ୍ରକାଶ ନାଏକ ଉପ ବିଜେତା ହୋଇଥିଲେ। ୧୩ ବର୍ଷ ବର୍ଗରେ ଜୁନାଗଡ଼ର ଛାତ୍ର ଆରାଧ୍ୟା ପଣ୍ଡା ବିଜେତା ଓ ଧର୍ମଗଡର ମୟଙ୍କ ରାଉତ ଉପ ବିଜେତା ହୋଇଥିଲେ,୧୫ ବର୍ଷ ବର୍ଗରେ ଜୁନାଗଡ଼ର ଚନ୍ଦ୍ର ଶେଖର ଶର୍ମା ବିଜେତା ଓ ଭବାନିପାଟଣାରୁ ସାହିଲ ରାଇକୱାର ଉପ ବିଜେତା ହୋଇଥଲେ,୧୭ ବର୍ଷ ବର୍ଗରେ ଧର୍ମଗଡର ଛାତ୍ରୀ ସାଗଭି ମୁଣ୍ଡ ବିଜେତା ଓ ଜୁନାଗଡ଼ର ପ୍ରତୀକ୍ଷା ରାଜପୁରୋହିତ ଉପ ବିଜେତା ହୋଇଥିଲେ,୧୭ ବର୍ଷ ବର୍ଗରେ ଭବାନୀପାଟଣାର ଛାତ୍ର ରୀୟାନ ଠାକୁର ବିଜେତା ଓ ଅମୃତ ରାଜ ଯୋଶୀ ଉପ ବିଜେତା ହୋଇଥିଲେ,୧୭ ବର୍ଷ ବର୍ଗ ଡବଲ୍ସ୍ ରେ ଜୁନାଗଡ଼ର ଗୁନଗୁନ ଅଗ୍ରୱାଲ ଓ ମୋନାଲିସା ମିଶ୍ର ବିଜେତା ଏବଂ ଜୁନାଗଡର ଭୂମିକା ମହାନନ୍ଦ ଓ ସୁହାନି ଜୈନ୍ ଉପ ବିଜେତା ହୋଇଥିଲେ,୧୩ ବର୍ଷ ବର୍ଗ ଡବଲ୍ସ୍ ରେ ଧର୍ମଗଡର ମୟଙ୍କ ରାଉତ ଓ ମୋହିତ ଶ୍ରୀବାସ୍ତବ ବିଜେତା ହୋଇଥିଲେ ଏବଂ ଜୁନାଗଡର ଆରାଧ୍ୟା ପଣ୍ଡା ଓ ବିନାୟକ ଗହିର ଉପ ବିଜେତା ହୋଇଥିଲେ ,୧୫ ବର୍ଷ ବର୍ଗ ଡବଲ୍ସ୍ ରେ ଜୁନାଗଡର ଦିଗବିଜୟ ସିଂହ ଓ ଚନ୍ଦ୍ର ଶେଖର ଶର୍ମା ଏବଂ ଭବାନିପାଟଣାର ଝିଲମନ୍ ନିଆଲ ଓ ସାହିଲ ରାଇକୱାଲ ଉପ ବିଜେତା ହୋଇଥିଲେ,୧୭ ବର୍ଷ ବର୍ଗ ଡବଲ୍ସ୍ ରେ ଭବାନିପାଟଣାର ରୀୟନ୍ ଠାକୁର ଓ ଅମୃତ ରାଜ ଯୋଶୀ ବିଜେତା ଏବଂ ଜୁନାଗଡ଼ର ଦିଗବିଜୟ ସିଂହ ଓ ଚନ୍ଦ୍ର ଶେଖର ଶର୍ମା ଉପ ବିଜେତା ହୋଇଥିଲେ ,ଓମେନ୍ସ ସିଙ୍ଗଲ ରେ ଜୁନାଗଡର ଅଞ୍ଜଳି ନାଏକ ଓ ରୋଜାଲିନ ନାଏକ ବିଜେତା ହୋଇଥିଲେ ,ଓମେନ୍ସ ଡବଲ୍ସ୍ ରେ ଜୁନାଗଡର ଭାରତୀ ଭୋଇ ଓ ପ୍ରମିଳା ଶବର ବିଜେତା ହୋଇଥିଲେ ।ଏଥିରେ କ୍ରୀଡା କମିଟିର ମୁଖ୍ୟ ଦୁର୍ଗା ସିଂ,ଦିଲିପ କୁମାର ଧଙ୍ଗଡ଼ା ମାଝି, ଚକ୍ର ଧର ବାଗ, ସୋରଜ୍ ପଣ୍ଡା,ଏବଂ ଦିଲିପ ପଣ୍ଡା ମୁଖ୍ୟ ଦାୟିତ୍ୱ ବହନ କରିଥିଲେ ।ଏଠାରେ ସମସ୍ତ ୱାର୍ଡ ର ପାରିଷଦ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ପ୍ରତିଯୋଗିତାରେ ସମସ୍ତ ବର୍ଗର ବିଜେତା ଓ ଉପ ବିଜେତା ଖେଳାଳି ଜୁନାଗଡ଼ ମହୋତ୍ସବ ରେ ପୁରସ୍କୃତ କରାଯିବ ବୋଲି ମହୋତ୍ସବ କମିଟି ସୂଚନା ଦେଇଛନ୍ତି । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମା ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଂଟ ରେ ବ୍ରହ୍ମଣୀଗୁଡା ଚାମ୍ପିଅନ

masiha

Meet Sumit Jain, Story of School Boy to President of India Deaf cricket Association.

masiha

ଭଲିଵଲ ଟୁର୍ଣାମେଣ୍ଟ ହେଲା ଶେଷ

Sunil Chandra Nayak

Leave a Comment

error: Content is protected !!