ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋବର୍ଦ୍ଧନପୁର କ୍ଳଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ 

ଗୋବର୍ଦ୍ଧନପୁର କ୍ଳଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ 

ଲାଞ୍ଜିଗଡ଼, ୧୩/୦୨( ମନିସ)-ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର କ୍ଳଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଗୋବର୍ଦ୍ଧନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ପ୍ରେସ କ୍ଳବର ସଭାପତି ସୁଶୀଲ କୁମାର ବାଗ, ସାମ୍ବାଦିକ ସନ୍ତୋଷ ତୁଳ, ଗୋପାଳଦାସ ମହାନନ୍ଦ, ନୀଲେଶ କୁମାର ନାଗ, ଶିକ୍ଷୟିତ୍ରୀ ଅନିମା ପଣ୍ଡା, ରଞ୍ଜନ କୁମାର ବୁଦ୍ଧିଆ ପ୍ରମୁଖ ଯୋଗ ଦେଇଥିଲେ। ଗୋବର୍ଦ୍ଧନପୁର କ୍ଳଷ୍ଟର ସଂଯୋଜକ କୁମାର ଗୌରବ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷକ ଶରତ ଚନ୍ଦ୍ର ସାହାଣୀ, ଚିନ୍ତାମଣି ବିଶ୍ୱାଳ, ସୁରେନ୍ଦ୍ର ବିଶ୍ୱାଳ, ଲୋକନାଥ ହରିଜନ, ରଞ୍ଜନ କୁମାର ବୁଦ୍ଧିଆ, ମହେଶ୍ୱର ମାଝୀ, ଗୁଣନିଧି ଛତ୍ରିଆ, ମାନସ ରଞ୍ଜନ ଦୀପ, ବିଷ୍ଣୁ ଆଡଜୁଆଡ଼, ଗୌର ମାଝୀ, ଦୈତାରୀ ମାଝୀ, ବୈଷ୍ଣବ ବାଗ, ଲିଙ୍ଗରାଜ ସାହୁ, କୁନ୍ଦଜା ବାରିକ, ଯଶୋବନ୍ତୀ ମାଝୀ, ନଳିନୀକାନ୍ତି ମାଝୀ, ଅନିମା ପଣ୍ଡା, ଆର. ଭି ସନ୍ଧ୍ୟାରାଣୀ, ଧନୁ ନାୟକ, କବିରାଜ ଶବର, ସସ୍ମିତା ମିଶ୍ର, ଗୀତାଞ୍ଜଳି ପୁରୋହିତ, ଦୀପ୍ତିଚନ୍ଦ୍ର ସାହୁ, ବଦ୍ରି ନାରାୟଣ ନାଗ, ମହେନ୍ଦ୍ର ନାଥ ସିଂ, ସମୀର ପୁଝାରୀ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିରେ ଗୋବର୍ଦ୍ଧନପୁର କ୍ଳଷ୍ଟର ଅନ୍ତର୍ଗତ ୧୬ ଗୋଟି ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହିତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

Related posts

ପୂର୍ବତନ ବିଧାୟକ ଆୟୁବ୍ ଖାନ୍ ନକ୍ ବିୟୋଗରେ ଶଙ୍ଖ ଭବନରେ ଶୋକ ସଭା

ଧର୍ମଗଡ ବିଧାୟକ ଙ୍କ ଉଦ୍ୟମରେ  ପୁରୀ ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଆଜି ଠାରୁ ନିୟମିତ

masiha

ଜିଲ୍ଲା ଉନ୍ନୟନ ସମନ୍ବୟ ଓ ତଦାରଖ କମିଟି(ଦିଶା) ବୈଠକ

masiha

Leave a Comment

error: Content is protected !!