ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘାଟଗୁଡା ପଂଚାୟତରେ ଚାଉଳ ବଣ୍ଟନରେ ଅନିୟମିତତା ନେଇ ହିତାଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଠୁଙ୍କିବା ଘଟଣା, ବ୍ଲକ ଉପାଧକ୍ଷଙ୍କ ହସ୍ତକ୍ଷେପ ପରେ ବଣ୍ଟଗଲା ଚାଉଳ

ପାପଡାହାଣ୍ଡି,9/3, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଂଚାୟତରେ ଚାଉଳ ବଣ୍ଟନରେ ଅନିୟମିତତା ନେଇ ଗତ 5ତାରିଖ ଦିନ ହିତାଧିକାରୀ ମାନେ କାର୍ଯ୍ୟାଲୟରେ ତାଲା ଠୁଙ୍କିଥିଲେ | ଗୁରୁବାର ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରାଙ୍କ ହସ୍ତକ୍ଷେପ ପରେ ପୁର୍ନ ବାର ଚାଉଳ ବଣ୍ଟନ କରାଯାଇଛି | ପୁରୁଣା ମାପରେ ଓଜନ କରାଯାଉଥିବା ନିକିତି କୁ ବଦଳାଇ ଯାଇ ନୂତନ ବୈଦୁତିକ ଓଜନ ନିକିତିରେ ଚାଉଳ ଓଜନ କରାଯାଇଥିଲା | ସୂଚନା ମୁତାବକ ଗତ 5 ତାରିଖ ଦିନ ଯୋଗାଣ ସହାୟକ ବଳରାମ ସିଂଘିଙ୍କ ଉପସ୍ଥିତିରେ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଉଥିଲା | କିଛି ହିତାଧିକାରୀ ଚାଉଳ ଓଜନରେ କମ ଥିବା ଜାଣି ଏହାର ପ୍ରତିବାଦ କରିଥିଲେ | ପରେ କାର୍ଯ୍ୟାଲୟରେ ତାଲା ଠୁଙ୍କି ଥିଲେ | ବିଡ଼ିଓ ଓ ଯୋଗାଣ ଅଧିକାରୀ ପହଁଚି ସମସ୍ୟାର ସମାଧାନ ସହ ଏସଏଚଜି ଗୃପକୁ ଚାଉଳ ବଣ୍ଟନ ଲାଗି ଦାବି କରିଥିଲେ | ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଗୁରୁବାର କାର୍ଯ୍ୟାଳୟରେ ପହଁଚି ହିତାଧିକାରୀଙ୍କୁ ବୁଝା ସୁଝା କରିବା ସହ ପୁରୁଣା ନିକିତି ବଦଳାଇବା ସହ ନୂତନ ବୈଦୁତିକ ନିକିତିରେ ଓଜନ କରି ଚାଉଳ ବଣ୍ଟନ କରାଯାଇଥିଲା | ଏହି ସମୟରେ ପଂଚାୟତ ଅଧିକାରୀ ଲୋକନାଥ ଦାସ, ସରପଞ୍ଚ, ଯୋଗାଣ ସହାୟକ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ମାଟିରେ ଆସନ୍ତା ୩୦ ତାରିଖରେ ମୁଖ୍ଯମନ୍ତ୍ରୀଙ୍କ ଗସ୍ତକୁ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ସ୍ୱାଗତ କରିବା ସହ ଭତ୍ତା ୩୦୦୦ଟଙ୍କା ଘୋଷଣା ଦାବି କରିଛି 

masiha

ପାରାଦ୍ଵୀପ ଓ ତିର୍ତ୍ତୋଲ ବାଲି ଯାତ୍ରା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ଓଡ଼ିଶୀ ନୃତ୍ୟର ଝଲକ

Sunil Chandra Nayak

ସବୁଜ ବିପ୍ଲବର ସାଥୀ : ପରିବେଶବିତ୍ ପ୍ରକାଶ ଚଂଦ୍ର ମହାପାତ୍ର 

masiha

Leave a Comment

error: Content is protected !!